ତିକ୍ତତା ଭୁଲି ହାତ ମିଳାଇଲେ ଦୁଇ ନେତା: ଶାନ୍ତିପୂର୍ଣ୍ଣ କ୍ଷମତା ହସ୍ତାନ୍ତର ପାଇଁ ଉଭୟ ନେତାଙ୍କ ଆଲୋଚନା

ୱାସିଙ୍ଗଟନ:ଭେଟଘାଟ ହେଲେ ଜୋ ବାଇଡେନ ଏବଂ ଡୋନାଲ୍ଡ ଟ୍ରମ୍ପ। ଉଭୟ ନେତା ପରସ୍ପରକୁ ସାକ୍ଷାତ କରିଛନ୍ତି।ଆମେରିକା ରାଷ୍ଟ୍ରପତି ନିର୍ବାଚନ ପରେ ଜୋ ବାଇଡେନ ଏବଂ ଡୋନାଲ୍ଡ ଟ୍ରମ୍ପ ପ୍ରଥମଥର ପାଇଁ ସାକ୍ଷାତ କରିଛନ୍ତି।ଓଭାଲ କାର୍ଯ୍ୟାଳୟରେ ବାଇଡେନ ଟ୍ରମ୍ପଙ୍କୁ ସ୍ୱାଗତ କରିଥିଲେ।ବିଜୟ ପରେ ଟ୍ରମ୍ପଙ୍କୁ ନିମନ୍ତ୍ରଣ କରିଥିଲେ ବାଇଡେନ।ନିର୍ବାଚନ ସମୟରେ ତିକ୍ତତା ଭୁଲି ଦୁଇ ନେତା ସୌହାଧ୍ୟ୍ୟପୂର୍ଣ୍ଣ ଆଲୋଚନା କରିଥିଲେ। ହାତ ମିଳାଇଥିଲେ ପରସ୍ପରକୁ। ବେଶ କିଛି ସମୟ ଧରି ଉଭୟଙ୍କ ନେତା ମଧ୍ୟରେ ଆଲୋଚନା ହୋଇଥିଲା।ବାଇଡେନ ଟ୍ରମ୍ପଙ୍କୁ […]

Samaya Live Picture
Published On

ୱାସିଙ୍ଗଟନ:ଭେଟଘାଟ ହେଲେ ଜୋ ବାଇଡେନ ଏବଂ ଡୋନାଲ୍ଡ ଟ୍ରମ୍ପ। ଉଭୟ ନେତା ପରସ୍ପରକୁ ସାକ୍ଷାତ କରିଛନ୍ତି।ଆମେରିକା ରାଷ୍ଟ୍ରପତି ନିର୍ବାଚନ ପରେ ଜୋ ବାଇଡେନ ଏବଂ ଡୋନାଲ୍ଡ ଟ୍ରମ୍ପ ପ୍ରଥମଥର ପାଇଁ ସାକ୍ଷାତ କରିଛନ୍ତି।ଓଭାଲ କାର୍ଯ୍ୟାଳୟରେ ବାଇଡେନ ଟ୍ରମ୍ପଙ୍କୁ ସ୍ୱାଗତ କରିଥିଲେ।ବିଜୟ ପରେ ଟ୍ରମ୍ପଙ୍କୁ ନିମନ୍ତ୍ରଣ କରିଥିଲେ ବାଇଡେନ।ନିର୍ବାଚନ ସମୟରେ ତିକ୍ତତା ଭୁଲି ଦୁଇ ନେତା ସୌହାଧ୍ୟ୍ୟପୂର୍ଣ୍ଣ ଆଲୋଚନା କରିଥିଲେ। ହାତ ମିଳାଇଥିଲେ ପରସ୍ପରକୁ। ବେଶ କିଛି ସମୟ ଧରି ଉଭୟଙ୍କ ନେତା ମଧ୍ୟରେ ଆଲୋଚନା ହୋଇଥିଲା।ବାଇଡେନ ଟ୍ରମ୍ପଙ୍କୁ କହିଛନ୍ତି ଯେ ସେ କ୍ଷମତାର ଏକ ସୁଗମ ଏବଂ ଶାନ୍ତିପୂର୍ଣ୍ଣ ସ୍ଥାନାନ୍ତର ନିଶ୍ଚିତ କରିବେ ଏବଂ ତାଙ୍କୁ ରହିବା ପାଇଁ ଯାହା ସମ୍ଭବ ତାହା କରିବେ। ୨୦୨୦ ପରେ ଏହା ଟ୍ରମ୍ପଙ୍କ ପ୍ରଥମ ୱାଇଟ ହାଉସ ଗସ୍ତ ଥିଲା।

୨୦୨୫ ଜାନୁଆରୀ ୨୦ତାରିଖରେ ଟ୍ରମ୍ପ ରାଷ୍ଟ୍ରପତି ଭାବେ ଦାୟିତ୍ୱ ଗ୍ରହଣ କରିବେ। ଶାନ୍ତିପୂର୍ଣ୍ଣ ଭାବେ କ୍ଷମତା ହସ୍ତାନ୍ତର ପାଇଁ ବାଇଡେ଼ନ ପ୍ରତିଶୃତି ଦେଇଛନ୍ତି।

Tags: