ତୃତୀୟ ପାଳିର ଇସାରା ଦେଲେ ଟ୍ରମ୍ପ: କହିଲେ ଆପଣ ଚାହିଁଲେ ପୁଣି ଫେରିବି

ୱାସିଂଟନ:ଦ୍ୱିତୀୟ ପାଳି ଆରମ୍ଭ କରିବାକୁ ଯାଉଛନ୍ତି ଡୋନା୍ଲଡ଼ ଟ୍ରମ୍ପ। ଆମେରିକାର ୪୭ତମ ରାଷ୍ଟ୍ରପତି ହେବାକୁ ଯାଉଛନ୍ତି। ହେଲେ ଟ୍ରମ୍ପ ଏବେ ତୃତୀୟ ପାଳିକୁ ନେଇ ସଂକେତ ଦେଇଛନ୍ତି। କହିଛନ୍ତି ମୁଁ ଭଲ ବୋଲି ଆପଣ ନ କହିଲେ ମୁଁ ପୁଣି ଫେରି ପାରିବି ନାହିଁ। ଅର୍ଥାତ ଏହି ଷ୍ଟେଟମେଣ୍ଟ ଦ୍ୱାରା ଟ୍ରମ୍ପ ନିଜର ତୃତୀୟ ପାଳି କଥା କହିଛନ୍ତି। ଆମେରିକାରେ ଜଣେ ନେତା ସର୍ବାଧିକ ୨ ଥର ରାଷ୍ଟ୍ରପତି ହେବାର ନିୟମ ରହିଛି। ତେଣୁ ସେ ଦେଶର […]

Samaya Live Picture
Published On

ୱାସିଂଟନ:ଦ୍ୱିତୀୟ ପାଳି ଆରମ୍ଭ କରିବାକୁ ଯାଉଛନ୍ତି ଡୋନା୍ଲଡ଼ ଟ୍ରମ୍ପ। ଆମେରିକାର ୪୭ତମ ରାଷ୍ଟ୍ରପତି ହେବାକୁ ଯାଉଛନ୍ତି। ହେଲେ ଟ୍ରମ୍ପ ଏବେ ତୃତୀୟ ପାଳିକୁ ନେଇ ସଂକେତ ଦେଇଛନ୍ତି। କହିଛନ୍ତି ମୁଁ ଭଲ ବୋଲି ଆପଣ ନ କହିଲେ ମୁଁ ପୁଣି ଫେରି ପାରିବି ନାହିଁ। ଅର୍ଥାତ ଏହି ଷ୍ଟେଟମେଣ୍ଟ ଦ୍ୱାରା ଟ୍ରମ୍ପ ନିଜର ତୃତୀୟ ପାଳି କଥା କହିଛନ୍ତି। ଆମେରିକାରେ ଜଣେ ନେତା ସର୍ବାଧିକ ୨ ଥର ରାଷ୍ଟ୍ରପତି ହେବାର ନିୟମ ରହିଛି। ତେଣୁ ସେ ଦେଶର ସମ୍ବିଧାନରେ ସଂଶୋଧନ ଆଣି ତୃତୀୟ ଥର କ୍ଷମତାକୁ ଫେରିବାକୁ ଯୋଜନା କରି ପାରନ୍ତି ବୋଲି କୁହା ଯାଉଛି। ତେବେ ତୃତୀୟ ପାଳି କଥା ଟ୍ରମ୍ପ ମଜାଦାର ଢଙ୍ଗରେ କହିଥିବାରୁ ଏହାକୁ ସେତେଟା ଗୁରୁତ୍ୱ ଦିଆ ଯାଇନପାରେ କିନ୍ତୁ କ୍ଷମତା ପାଇଁ ଅନେକ ନେତା ସବୁ ସୀମା ସରହଦ ଡେଇଁ ଯାଆନ୍ତି। ଟ୍ରମ୍ପ ମଧ୍ୟ ତୃତୀୟ ପାଳି ପାଇଁ କିଛି ବି କରି ପାରନ୍ତି ବୋଲି ବିଶେଷଜ୍ଞ କହୁଛନ୍ତି।

ଡୋନାଲଡ ଟ୍ରମ୍ପଙ୍କ ପ୍ରଥମ ପାଳି ୨୦୧୬ ରୁ ୨୦୨୦ ପର୍ଯ୍ୟନ୍ତ ଥିଲା। ଏବେ ଦ୍ୱିତୀୟ ପାଳି ଆରମ୍ବ କରିବାକୁ ଯାଉଛନ୍ତି। ଜାନୁଆରୀ ୨୦ ତାରିଖରେ ଏସେ ରାଷ୍ଟ୍ରପତି ଭାବେ ଦାୟିତ୍ୱ ଗ୍ରହଣ କରିବେ।

Tags: