ଟ୍ରକ୍‌-ବୋଲେରୋ ମୁହାଁମୁହିଁ ଧକ୍କା,ଗୋଟିଏ ପରିବାରର ୧୧ ମୃତ

ଛତିଶଗଡ଼ : ଗତକାଲି ବିଳମ୍ବିତ ରାତିରେ ଛତିଶଗଡ଼ ରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା I ଏକ ବିବାହ ଭୋଜିକୁ ଯୋଗ ଦେବାକୁ ଗଲାବେଳେ ଟ୍ରକ -ବୋଲେରୋ ମୁହଁ-ମୁହିଁ ଧକ୍କା ହେବା ଫଳରେ,ଘଟଣାସ୍ଥଳରେ ୧୧ ଜଣଙ୍କ ମୃତ୍ୟୁ ଘଟିଛି I ମୃତକ ମାନଙ୍କ ମଧ୍ୟରେ ୫ ଜଣ ମହିଳାଙ୍କ ସହିତ ଜଣେ ଦେଢ଼ ବର୍ଷର ଶିଶୁ ଅଛନ୍ତି I ସମସ୍ତ ମୃତକ ଗୋଟିଏ ପରିବାରର ବୋଲି ଜଣା ପଡିଛି I ସୂଚନାନୁସାରେ,ପରିବାର ସଦସ୍ୟ ମାନେ ଏକ ବୋଲେରୋରେ […]

Samaya Live Picture
Published On

ଛତିଶଗଡ଼ : ଗତକାଲି ବିଳମ୍ବିତ ରାତିରେ ଛତିଶଗଡ଼ ରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା I ଏକ ବିବାହ ଭୋଜିକୁ ଯୋଗ ଦେବାକୁ ଗଲାବେଳେ ଟ୍ରକ -ବୋଲେରୋ ମୁହଁ-ମୁହିଁ ଧକ୍କା ହେବା ଫଳରେ,ଘଟଣାସ୍ଥଳରେ ୧୧ ଜଣଙ୍କ ମୃତ୍ୟୁ ଘଟିଛି I ମୃତକ ମାନଙ୍କ ମଧ୍ୟରେ ୫ ଜଣ ମହିଳାଙ୍କ ସହିତ ଜଣେ ଦେଢ଼ ବର୍ଷର ଶିଶୁ ଅଛନ୍ତି I ସମସ୍ତ ମୃତକ ଗୋଟିଏ ପରିବାରର ବୋଲି ଜଣା ପଡିଛି I
ସୂଚନାନୁସାରେ,ପରିବାର ସଦସ୍ୟ ମାନେ ଏକ ବୋଲେରୋରେ ଧମତାରି-ସୌରମ ଗାଁକୁ ବିବାହ କାର୍ଯ୍ୟକ୍ରମକୁ ଯୋଗ ଦେବାକୁ ଯାଉଥିଲେ। ଏହି ସମୟରେ ଛତିଶଗଡ଼ କାଙ୍କେ ରାଜପଥ ଜଗତାରା ନିକଟରେ ଟ୍ରକ୍‌ ସହ ବୋଲେରୋ ମୁହାଁମୁହିଁ ଧକ୍କା ହୋଇଥିଲା। ଦୁର୍ଘଟଣା ଏତେ ଭୟଙ୍କର ହୋଇଥିଲା ଯେ ଘଟଣାସ୍ଥଳରେ ହିଁ ୧୧ ଜଣଙ୍କ ଜୀବନ ଚାଲି ଯାଇଥିଲା। ଏଥିରେ ଜଣେ ଶିଶୁ କନ୍ୟା ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ ତୁରନ୍ତ ହସ୍ପିଟାଲ ନିଆଯାଇଛି I ଘଟଣାସ୍ଥଳରୁ ଟ୍ରକ ଡ୍ରାଇଭର ଫେରାର ରହିଛି I

ଘଟଣା ଜଣାପଡିବା ପରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ ଟ୍ୱିଟ କରି ଦୁଃଖ ପ୍ରକାଶ କରିଛନ୍ତି। ସେ ଦିବଗନ୍ତ ଆତ୍ମାର ସଦଗତି କାମନା କରିଛନ୍ତି I

Tags: