ଭୋଟ ଦେଉଛି ତ୍ରିପୁରା

ତ୍ରିପୁରା : ଗୁରୁବାର ସକାଳ ୭ ଟାରୁ ତ୍ରିପୁରାର ୬୦ ଟି ବିଧାନସଭା ଆସନ ଉପରେ ମତଦାନ ଆରମ୍ଭ ହୋଇଯାଇଛି I କଡା ସୁରକ୍ଷା ମଧ୍ୟରେ ଶାନ୍ତି ସୁରୁଖୁରରେ ଏପର୍ଯ୍ୟନ୍ତ ଚାଲିଛି ଭୋଟ ଗ୍ରହଣ I ସକାଳୁ ଲମ୍ବା ଧାଡିରେ ଠିଆ ହୋଇ ଭୋଟମାନେ ଭୋଟ ଦେଉଛନ୍ତି । ଅପରାହ୍ନ ୪ ଟାରେ ସରିବ ମତଦାନ I ଭାରତର ନିର୍ବାଚନ ଆୟୋଗଙ୍କ ଅନୁଯାୟୀ ୩ ,୩୩୭ ମତଦାନ କେନ୍ଦ୍ରରେ ମତଦାନ ଚାଲିଛି। ପ୍ରାୟ ୧୧୦୦ ମତଦାନ କେନ୍ଦ୍ରକୁ […]

Samaya Live Picture
Published On

ତ୍ରିପୁରା : ଗୁରୁବାର ସକାଳ ୭ ଟାରୁ ତ୍ରିପୁରାର ୬୦ ଟି ବିଧାନସଭା ଆସନ ଉପରେ ମତଦାନ ଆରମ୍ଭ ହୋଇଯାଇଛି I କଡା ସୁରକ୍ଷା ମଧ୍ୟରେ ଶାନ୍ତି ସୁରୁଖୁରରେ ଏପର୍ଯ୍ୟନ୍ତ ଚାଲିଛି ଭୋଟ ଗ୍ରହଣ I ସକାଳୁ ଲମ୍ବା ଧାଡିରେ ଠିଆ ହୋଇ ଭୋଟମାନେ ଭୋଟ ଦେଉଛନ୍ତି । ଅପରାହ୍ନ ୪ ଟାରେ ସରିବ ମତଦାନ I ଭାରତର ନିର୍ବାଚନ ଆୟୋଗଙ୍କ ଅନୁଯାୟୀ ୩ ,୩୩୭ ମତଦାନ କେନ୍ଦ୍ରରେ ମତଦାନ ଚାଲିଛି। ପ୍ରାୟ ୧୧୦୦ ମତଦାନ କେନ୍ଦ୍ରକୁ ସମ୍ବେଦନଶୀଳ ଏବଂ ୨୮ ଟି କେନ୍ଦ୍ର ଅତି ସମ୍ବେଦନଶୀଳ ବୋଲି ଚିହ୍ନଟ କରାଯାଇଛି।

ଏହି ନିର୍ବାଚନରେ ମୋଟ ୨୫୯ଜଣ ପ୍ରାର୍ଥୀ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି। ରାଜ୍ୟର ମୋଟ ଭୋଟରଙ୍କ ସଂଖ୍ୟା ୨୮.୧୩ ଲକ୍ଷ। ଏଥିରୁ ୨୦ଜଣ ମହିଳା ପ୍ରାର୍ଥୀ। ଏଠାରେ ବିଜେପି ୫୫ଟି ଆସନରେ ପ୍ରାର୍ଥୀ ଦେଇଥିବାବେଳେ ସହଯୋଗୀ ଆଇପିଏଫଟି ୫ଟି ଆସନରେ ପ୍ରାର୍ଥୀ ଦେଇଛି। ସେହିପରି ସିପିଆଇ(ଏମ୍) ୪୭ଟି ଆସନ ଓ ସହଯୋଗୀ କଂଗ୍ରେସ ୧୩ଟି ଆସନରେ ପ୍ରାର୍ଥୀ ଦେଇଛି। ତୃଣମୂଳ କଂଗ୍ରେସ ୨୮ଟି ଆସନରେ ପ୍ରାର୍ଥୀ ଦେଇଛି।

ଶୃଙ୍ଖଳିତ ମତଦାନ ନିମନ୍ତେ ୩୩୨୮ଟି ମତଦାନ କେନ୍ଦ୍ର ଖୋଲାଯାଇଥିବା ବେଳେ ୩୧ହଜାର କର୍ମଚାରୀଙ୍କୁ ନିର୍ବାଚନ ପରିଚାଳନା କାର୍ଯ୍ୟରେ ନିଯୁକ୍ତ କରାଯାଇଛି। ଏହା ସହିତ ୨୫ହଜାର ସୁରକ୍ଷା କର୍ମୀ ନିଯୁକ୍ତ କରାଯାଇଛି।

ଏହା ସହିତ ୫୮ଜଣ ସ୍ବାଧୀନ ପ୍ରାର୍ଥୀ ନିର୍ବାଚନ ଲଢୁଛନ୍ତି। ବାମଦଳର ୨୫ବର୍ଷ କ୍ଷମତାର ଅନ୍ତ ଘଟାଇ ୨୦୧୮ରେ ବିଜେପି ଏଠାରେ କ୍ଷମତା ଦଖଲ କରିଥିଲା।

ମାର୍ଚ୍ଚ ୨ ତାରିଖରେ ଭୋଟ ଗଣତି ହୋଇ ଫଳାଫଳ ପ୍ରକାଶ ପାଇବ । ଏହାପରେ ସ୍ପଷ୍ଟ ହେବ ତ୍ରିପୁରାବାସୀ କାହାକୁ ନିଜ ନେତା ରୂପେ ଚୟନ କରିଛନ୍ତି। ଚଳିତ ନିର୍ବାଚନରେ ସ୍ପଷ୍ଟ ଜନମତ ପାଇ ପୁଣିଥରେ କ୍ଷମତାସୀନ ହେବା ବିଜେପି ପାଇଁ ବଡ ଚାଲେଞ୍ଜ ।