ସମନ୍ୱୟ ଅଭାବ ନା ପୁରୁଣା ବୈଷୟିକ ବ୍ୟବସ୍ଥା : ଗତ ୪ବର୍ଷରେ ଗଲାଣି ୩୬୧ ରେଳ କର୍ମଚାରୀଙ୍କ ଜୀବନ
ନୂଆଦିଲ୍ଲୀ:ଇଂଜିନ ଓ ବଗି ମଧ୍ୟରେ ଚାପି ହୋଇ ମୃତ୍ୟୁ ବରଣ କରିଥିବା ରେଳ କର୍ମଚାରୀଙ୍କ ମୃତ୍ୟୁକୁ ନେଇ ଅନେକ ପ୍ରଶ୍ନ ସାମ୍ନାକୁ ଆସିଛି।ଯାହା ଦେଶରେ ରେଳ ପରିଚାଳନା ଉପରେ ପ୍ରଶ୍ନ ଉଠିଛି। ପ୍ରାରମ୍ଭିକ ତଦନ୍ତ ଅନୁଯାୟୀ ପୁରୁଣା ବୈଷୟିକ ବ୍ୟବସ୍ଥା ଅର୍ଥାତ କପଲିନ ପ୍ରଣାଳୀ ଓ ସମନ୍ୱୟର ଅଭାବ ପାଇଁ ରେଳ କର୍ମଚାରୀଙ୍କ ମୃତ୍ୟୁ ହୋଇଛି। ଭାରତରେ ସବୁଠୁ ବଡ଼ ରେଲେୱେ ନେଟୱାର୍କ ରହିଛି। କିନ୍ତୁ ବ୍ୟବସ୍ଥା ଠିକ ନଥିବାରୁ ବାରମ୍ବାର ରେଳ ଦୁର୍ଘଟଣା ଭଳି ଖବର […]
ନୂଆଦିଲ୍ଲୀ:ଇଂଜିନ ଓ ବଗି ମଧ୍ୟରେ ଚାପି ହୋଇ ମୃତ୍ୟୁ ବରଣ କରିଥିବା ରେଳ କର୍ମଚାରୀଙ୍କ ମୃତ୍ୟୁକୁ ନେଇ ଅନେକ ପ୍ରଶ୍ନ ସାମ୍ନାକୁ ଆସିଛି।ଯାହା ଦେଶରେ ରେଳ ପରିଚାଳନା ଉପରେ ପ୍ରଶ୍ନ ଉଠିଛି। ପ୍ରାରମ୍ଭିକ ତଦନ୍ତ ଅନୁଯାୟୀ ପୁରୁଣା ବୈଷୟିକ ବ୍ୟବସ୍ଥା ଅର୍ଥାତ କପଲିନ ପ୍ରଣାଳୀ ଓ ସମନ୍ୱୟର ଅଭାବ ପାଇଁ ରେଳ କର୍ମଚାରୀଙ୍କ ମୃତ୍ୟୁ ହୋଇଛି। ଭାରତରେ ସବୁଠୁ ବଡ଼ ରେଲେୱେ ନେଟୱାର୍କ ରହିଛି। କିନ୍ତୁ ବ୍ୟବସ୍ଥା ଠିକ ନଥିବାରୁ ବାରମ୍ବାର ରେଳ ଦୁର୍ଘଟଣା ଭଳି ଖବର ସାମ୍ନାକୁ ଆସୁଛି। କିନ୍ତୁ ନିକଟରେ ଘଟିଥିବା ରେଲେୱେ କର୍ମଚାରୀଙ୍କ ମୃତ୍ୟୁ ପରେ ଦେଶରେ ରେଳ ପରିଚାଳନା ଉପରେ ପ୍ରଶ୍ନ ଉଠିଛି।
ତଥ୍ୟ ଅନୁସାରେ ୨୦୧୯ ନଭେମ୍ବରରୁ ୨୦୨୩ ମଧ୍ୟରେ ପ୍ରାୟ ୩୬୧ ରେଲୱେ କର୍ମଚାରୀଙ୍କ ମୃତ୍ୟୁ ହୋଇଛି। କପଲିଙ୍ଗ ପ୍ରଣାଳୀ ସମୟରେ ଅନେକ ଅଘଟଣ ଘଟି ଆସୁଛି। ରିପୋର୍ଟ ଅନୁସାରେ ୨୦୨୪ରେ କପଲିଙ୍ଗ ପ୍ରାଣଳୀରେ ୧୩ ଥର ଅଘଟଣ ଘଟିଛି ଯାହା ଚିନ୍ତାର ବିଷୟ ପାଲଟିଛି। କପଲିଙ୍ଗ ପ୍ରଣାଳୀରେ ଇଂଜିନ ଓ ଟ୍ରେନର ବଗିକୁ ଯୋଡ଼ା ଯାଇଥାଏ। କିନ୍ତୁ ଏହି ସମୟରେ ଘଟୁଥିବାଅଘଟଣ ଏବେ କପଲିଙ୍ଗ ପ୍ରଣାଳୀ ପରିଚାଳନାକୁ ନେଇ ପ୍ରଶ୍ନ ଉଠିଛି।




