ମାଟିରେ ମିଶିବ ପୁଣି ଏକ ବିଶାଳ ଅଟ୍ଟାଳିକା ‘ଚିଣ୍ଟେଲ୍ସ ପାରାଡିସୋ କଣ୍ଡୋମିନିୟମ୍‌’ ବିଲïିଂ

ନୂଆଦିଲ୍ଲୀ: ନୋଏଡ଼ାରେ ବେଆଇନ ଭାବେ ନିର୍ମିତ ୩୨ ଓ ୨୯ ମହଲା-ବିଶିଷ୍ଟ ଦେ୍ୱତ ଟାୱାର(ଟ୍ୱିନ ଟାୱାର)କୁ ଭାଙ୍ଗିଦିଆଯାଇଥିଲା । ଦୁନିଆର ପ୍ରସିଦ୍ଧ କମ୍ପାନୀକୁ ଏହି ଟ୍ୱିନ ଟାୱାରକୁ ମାଟିରେ ମିଶାଇ ଦେବାକୁ ଦାୟିତ୍ୱ ଦିଆଯାଇଥିଲା । ଏହି ଟାୱାର ଭଙ୍ଗାଯିବା ପରେ ବାହାରିଥିବା ଆବର୍ଜନା ଏପର୍ଯ୍ୟନ୍ତ ସଫା ହୋଇନାହିଁ ବହୁ ସଂଖ୍ୟାରେ ଶ୍ରମିକ ଏବଂ ମେସିନ ବିଲïିଂ ସାଇଟରେ ଥିବା ଆବର୍ଜନାଗୁଡ଼ିକୁ ହଟାଇବାରେ ନିୟୋଜିତ ଅଛନ୍ତି । ତେବେ ବର୍ତ୍ତମାନ ଖବର ଆସିଛି ଯେ ଗୁରୁଗ୍ରାମରେ ମଧ୍ୟ […]

Samaya Live Picture
Published On

ନୂଆଦିଲ୍ଲୀ: ନୋଏଡ଼ାରେ ବେଆଇନ ଭାବେ ନିର୍ମିତ ୩୨ ଓ ୨୯ ମହଲା-ବିଶିଷ୍ଟ ଦେ୍ୱତ ଟାୱାର(ଟ୍ୱିନ ଟାୱାର)କୁ ଭାଙ୍ଗିଦିଆଯାଇଥିଲା । ଦୁନିଆର ପ୍ରସିଦ୍ଧ କମ୍ପାନୀକୁ ଏହି ଟ୍ୱିନ ଟାୱାରକୁ ମାଟିରେ ମିଶାଇ ଦେବାକୁ ଦାୟିତ୍ୱ ଦିଆଯାଇଥିଲା । ଏହି ଟାୱାର ଭଙ୍ଗାଯିବା ପରେ ବାହାରିଥିବା ଆବର୍ଜନା ଏପର୍ଯ୍ୟନ୍ତ ସଫା ହୋଇନାହିଁ ବହୁ ସଂଖ୍ୟାରେ ଶ୍ରମିକ ଏବଂ ମେସିନ ବିଲïିଂ ସାଇଟରେ ଥିବା ଆବର୍ଜନାଗୁଡ଼ିକୁ ହଟାଇବାରେ ନିୟୋଜିତ ଅଛନ୍ତି । ତେବେ ବର୍ତ୍ତମାନ ଖବର ଆସିଛି ଯେ ଗୁରୁଗ୍ରାମରେ ମଧ୍ୟ ଏଭଳି ଅଟ୍ଟାଳିକାକୁ ଭଙ୍ଗାଯିବାର ପ୍ରକ୍ରିୟା ଆରମ୍ଭ ହୋଇଯାଇଛି ।

tower in Chintels Paradiso society to be demolished by Gurgaon admin

ଗୁରୁଗ୍ରାମର ଡେପୁଟି କମିଶନର ନିଶାନ୍ତ କୁମାର ଯାଦବ କହିଛନ୍ତି ଯେ ଗୁରୁଗ୍ରାମର ସେକଫର ୧୦୯ ରେ ଥିବା ‘ଚିଣ୍ଟେଲ୍ସ ପାରାଡିସୋ କଣ୍ଡୋମିନିୟମ୍‌’ ବିଲïିଂର ୫୦ଟି ଫ୍ଲାଟ ଥିବା ଟାୱାର-ଡିକୁ ଭଙ୍ଗାଯିବ ୧୦ ଫେବୃଆରୀ ୨୦୨୨ରେ, ମରାମତି କାମ ସମୟରେ ଟାୱାର ଡିରେ ଥିବା ଷଷ୍ଠ ମହଲା ଆପାର୍ଟମେଣ୍ଟର ଏକ ସ୍ଲାବ ଖସିପଡିବାରୁ ଦୁଇ ଜଣଙ୍କର ମୃତ୍ୟୁ ଘଟିଥିଲା । ଏହି ଘଟଣା ପରେ ରାଜ୍ୟ ସରକାର ଏହାର ଯାଞ୍ଚ ପାଇଁ ଏକ କମିଟି ଗଠନ କରିଥିଲେ ଏବଂ ବିଲïିଂର ଅଡିଟ୍‌ କରିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଥିଲେ । ଏହି ଘଟଣାର ଅନୁସନ୍ଧାନ କରୁଥିବା ଅତିରିକ୍ତ ଡେପୁଟି କମିଶନର ବିଶ୍ୱାମ କୁମାର ମୀନାଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରାଯାଇଥିଲା ।

ତେବେ ବର୍ତ୍ତମାନ ଜଣାପଡିଛି ଯେ ଏହି ବିଲଡିଂକୁ ମରାମତି କରିବା ସମ୍ଭବ ନୁହେଁ, ତେଣୁ ଏହି ଟାୱାରକୁ ସମ୍ପୂର୍ଣ୍ଣ ଭାଙ୍ଗି ଦିଆଯିବା ଉଚିତ ବୋଲି ଡେପୁଟି କମିଶନର ନିଶାନ୍ତ କୁମାର ଯାଦବ ଗଣମାଧ୍ୟମକୁ କହିଛନ୍ତି । ତେବେ ଯାଦବ କହିଛନ୍ତି, ଯେ ଏହାକୁ କେବେ ଭଙ୍ଗାଯିବ ସେ ନେଇ ନିଷ୍ପତ୍ତି ହୋଇନାହିଁ । ସେ କହିଛନ୍ତି ଯେ ଆଇଆଇଟି-ଦିଲ୍ଲୀର ଅନୁସନ୍ଧାନ ରିପୋର୍ଟରେ ଏହା ଜଣାପଡିଛି ଯେ ଚିଣ୍ଟେଲ୍ସ ପାରାଡିସୋ ର ଡି ଟାୱାରରେ ଗଠନମୂଳକ ତ୍ରୁଟି ରହିଛି । ବିଲଡିଂ ନିର୍ମାଣରେ ନିମ୍ନସ୍ତରର କଂକ୍ରିଟ୍‌ ବ୍ୟବହୃତ ହୋଇଛି, ଯାହାର ମରାମତି ସମ୍ଭବ ନୁହେଁ ସେ ଏହା ମଧ୍ୟ ସୂଚନା ଦେଇଛନ୍ତି ଯେ ଆଇଆଇଟି-ଦିଲ୍ଲୀ ଦଳ ମଧ୍ୟ ଟାୱାର-ଡି ଭାଙ୍ଗିବା ପ୍ରକ୍ରିୟା ଆରମ୍ଭ କରିବାକୁ ପରାମର୍ଶ ଦେଇଛନ୍ତି ।