କମୁଛି ଦେଶରେ କରୋନା ସଂକ୍ରମଣ: ୨୪ ଘଣ୍ଟାରେ ୨ ଲକ୍ଷରୁ ଅଧିକ ସଂକ୍ରମିତ
ଦିଲ୍ଲୀ: ଜାନୁଆରୀ ୩୧ : କିଛି ଦିନ ହେବ ଲଗାତାର ଦେଶରେ କରୋନା ସଂକ୍ରମଣ କମୁଥିବା ଗ୍ରାଫ୍ରେ ନଜର ରହିଛି । ଯାହା ଏକ ଆଶ୍ୱସ୍ତିକର କଥା । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୨ ଲକ୍ଷ ୦୯ ହଜାର ୯୧୮ ରହିଛି । ସେହିପରି ୨୪ ଘଣ୍ଟା ମଧ୍ୟରେ ୨ ଲକ୍ଷ ୬୨ ହଜାର ୬୨୮ ଜଣ ସୁସ୍ଥ ହୋଇଛନ୍ତି । ଦେଶରେ ସୁସ୍ଥତା ହାର ୯୪. ୩୭ ପ୍ରତିଶତ […]
ଦିଲ୍ଲୀ: ଜାନୁଆରୀ ୩୧ : କିଛି ଦିନ ହେବ ଲଗାତାର ଦେଶରେ କରୋନା ସଂକ୍ରମଣ କମୁଥିବା ଗ୍ରାଫ୍ରେ ନଜର ରହିଛି । ଯାହା ଏକ ଆଶ୍ୱସ୍ତିକର କଥା । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୨ ଲକ୍ଷ ୦୯ ହଜାର ୯୧୮ ରହିଛି ।
ସେହିପରି ୨୪ ଘଣ୍ଟା ମଧ୍ୟରେ ୨ ଲକ୍ଷ ୬୨ ହଜାର ୬୨୮ ଜଣ ସୁସ୍ଥ ହୋଇଛନ୍ତି । ଦେଶରେ ସୁସ୍ଥତା ହାର ୯୪. ୩୭ ପ୍ରତିଶତ ରହିଛି । ଏପର୍ଯ୍ୟନ୍ତ ଦେଶରେ ମୋଟ ୩ କୋଟି ୮୯ ଲକ୍ଷ ୭୬ ହଜାର ୧୨୨ ଜଣ କରୋନାରୁ ସୁସ୍ଥ ହୋଇସାରିଲେଣି । ଏବେ ଦେଶରେ ସକ୍ରିୟ କରୋନା ରୋଗୀଙ୍କ ସଂଖ୍ୟା ୧୮ ଲକ୍ଷ ୩୧ ହଜାର ୨୬୮ ରହିଛି ।
ଦେଶରେ ସାପ୍ତାହିକ ସଂକ୍ରମଣ ହାର ୧୫. ୭୫ ପ୍ରତିଶତ ରହିଥିଲାବେଳେ ଦୈନିକ ସଂକ୍ରମଣ ହାର ୧୫ .୭୭ ପ୍ରତିଶତ ରହିଛି । ସେହିପରି ଦେଶରେ ୨୪ ଘଣ୍ଟାରେ ୯୫୯ ଜଣ ପ୍ରାଣ ହରାଛନ୍ତି । ଏମାନଙ୍କୁ ମିଶାଇ ଏବେ ଦେଶରେ ୪ ଲକ୍ଷ ୯୫ ହଜାର ୦୫୦ ଜଣ କରୋନାରେ ମୃତୁ୍ୟବରଣ କରିସାରିଲେଣି ।
ଏପର୍ଯ୍ୟନ୍ତ ଦେଶରେ ମୋଟ୍ ୧୬୬. ୦୩ କୋଟି ଲୋକ କରୋନା ଟିକା ନେଇଥିବା ସ୍ୱାସ୍ଥ୍ୟ ମନ୍ତ୍ରାଳୟ ତରଫରୁ ସୂଚନା ମିଳିଛି ।




