ସ୍ଥିର ରହିଛି ଦେଶରେ କରୋନା ସଂକ୍ରମଣ: ୨୪ ଘଣ୍ଟାରେ ୨ ଲକ୍ଷ ସଂକ୍ରମିତ ଏବଂ ୩ରୁ ଊର୍ଦ୍ଧ୍ୱ ସୁସ୍ଥ
ଦିଲ୍ଲୀ: ଜାନୁଆରୀ ୨୮ : କିଛି ଦିନ ହେବ ଲଗାତାର ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ସ୍ଥିର ରହୁଛି । ଗତକାଲି କରୋନା ସଂକ୍ରମିତଙ୍କ ସଂଖ୍ୟା ୨ଲକ୍ଷ ଥିଲା ବେଳେ ଆଜି ମଧ୍ୟ ସେତିକି ରହିଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୨ ଲକ୍ଷ ୫୧ ହଜାର ୨୦୯ ରହିଛି । ସେହିପରି ୨୪ ଘଣ୍ଟା ମଧ୍ୟରେ ୩ ଲକ୍ଷ ୪୭ ହଜାର ୪୪୩ ଜଣ ସୁସ୍ଥ ହୋଇଛନ୍ତି । […]
ଦିଲ୍ଲୀ: ଜାନୁଆରୀ ୨୮ : କିଛି ଦିନ ହେବ ଲଗାତାର ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ସ୍ଥିର ରହୁଛି । ଗତକାଲି କରୋନା ସଂକ୍ରମିତଙ୍କ ସଂଖ୍ୟା ୨ଲକ୍ଷ ଥିଲା ବେଳେ ଆଜି ମଧ୍ୟ ସେତିକି ରହିଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୨ ଲକ୍ଷ ୫୧ ହଜାର ୨୦୯ ରହିଛି । ସେହିପରି ୨୪ ଘଣ୍ଟା ମଧ୍ୟରେ ୩ ଲକ୍ଷ ୪୭ ହଜାର ୪୪୩ ଜଣ ସୁସ୍ଥ ହୋଇଛନ୍ତି । ଦେଶରେ ସୁସ୍ଥତା ହାର ୯୩. ୬୦ ପ୍ରତିଶତ ରହିଛି । ଏପର୍ଯ୍ୟନ୍ତ ଦେଶରେ ମୋଟ ୩ କୋଟି ୮୦ ଲକ୍ଷ ୨୪ ହଜାର ୭୭୧ ଜଣ କରୋନାରୁ ସୁସ୍ଥ ହୋଇସାରିଲେଣି । ଏବେ ଦେଶରେ ସକ୍ରିୟ କରୋନା ରୋଗୀଙ୍କ ସଂଖ୍ୟା ୨୧ ଲକ୍ଷ ୦୫ ହଜାର ୬୧୧ ରହିଛି ।
ଦେଶରେ ସାପ୍ତାହିକ ସଂକ୍ରମଣ ହାର ୧୭.୪୭ ପ୍ରତିଶତ ରହିଥିଲାବେଳେ ଦୈନିକ ସଂକ୍ରମଣ ହାର ୧୫ .୮୮ ପ୍ରତିଶତ ରହିଛି । ସେହିପରି ଦେଶରେ ୨୪ ଘଣ୍ଟାରେ ୬୨୭ ଜଣ ପ୍ରାଣ ହରାଛନ୍ତି । ଏମାନଙ୍କୁ ମିଶାଇ ଏବେ ଦେଶରେ ୪ ଲକ୍ଷ ୯୨ ହଜାର ୩୨୭ ଜଣ କରୋନାରେ ମୃତୁ୍ୟବରଣ କରିସାରିଲେଣି । ଏପର୍ଯ୍ୟନ୍ତ ଦେଶରେ ମୋଟ୍ ୧୬୪. ୪୪ କୋଟି ଲୋକ କରୋନା ଟିକା ନେଇଥିବା ସ୍ୱାସ୍ଥ୍ୟ ମନ୍ତ୍ରାଳୟ ତରଫରୁ ସୂଚନା ମିଳିଛି ।




