୨୪ ଘଣ୍ଟାରେ ଦେଶରେ ୩ ଲକ୍ଷ ୩୦ ହଜାର ଉପରକୁ କରୋନା ସଂକ୍ରମିତ ଏବଂ ୪୮୮ ମୃତ
ଦିଲ୍ଲୀ: ଜାନୁଆରୀ ୨୨ : ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୩ ଲକ୍ଷ ୩୭ ହଜାର ୭୦୪ ରହିଛି । ସେହିପରି ୨୪ ଘଣ୍ଟା ମଧ୍ୟରେ ୨ ଲକ୍ଷ ୪୨ ହଜାର ୬୭୬ ଜଣ ସୁସ୍ଥ ହୋଇଛନ୍ତି । ଦେଶରେ ସୁସ୍ଥତା ହାର ୯୩. ୩୧ ପ୍ରତିଶତ ରହିଛି । ଏପର୍ଯ୍ୟନ୍ତ ଦେଶରେ ମୋଟ ୩ କୋଟି ୬୩ ଲକ୍ଷ ୦୧ ହଜାର ୪୮୨ ଜଣ କରୋନାରୁ ସୁସ୍ଥ ହୋଇସାରିଲେଣି । ଏବେ […]
ଦିଲ୍ଲୀ: ଜାନୁଆରୀ ୨୨ : ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୩ ଲକ୍ଷ ୩୭ ହଜାର ୭୦୪ ରହିଛି । ସେହିପରି ୨୪ ଘଣ୍ଟା ମଧ୍ୟରେ ୨ ଲକ୍ଷ ୪୨ ହଜାର ୬୭୬ ଜଣ ସୁସ୍ଥ ହୋଇଛନ୍ତି । ଦେଶରେ ସୁସ୍ଥତା ହାର ୯୩. ୩୧ ପ୍ରତିଶତ ରହିଛି । ଏପର୍ଯ୍ୟନ୍ତ ଦେଶରେ ମୋଟ ୩ କୋଟି ୬୩ ଲକ୍ଷ ୦୧ ହଜାର ୪୮୨ ଜଣ କରୋନାରୁ ସୁସ୍ଥ ହୋଇସାରିଲେଣି । ଏବେ ଦେଶରେ ସକ୍ରିୟ କରୋନା ରୋଗୀଙ୍କ ସଂଖ୍ୟା ୨୧ ଲକ୍ଷ ୧୩ ହଜାର ୩୬୫ ରହିଛି ।
ଦେଶରେ ସାପ୍ତାହିକ ସଂକ୍ରମଣ ହାର ୧୬. ୬୫ ପ୍ରତିଶତ ରହିଥିଲାବେଳେ ଦୈନିକ ସଂକ୍ରମଣ ହାର ୧୭.୨୨ ପ୍ରତିଶତ ରହିଛି । ଏପର୍ଯ୍ୟନ୍ତ ଦେଶରେ ମୋଟ୍ ୧୬୧ . ୧୬ କୋଟି ଲୋକ କରୋନା ଟିକା ନେଇଥିବା ସ୍ୱାସ୍ଥ୍ୟ ମନ୍ତ୍ରାଳୟ ତରଫରୁ ସୂଚନା ମିଳିଛି ।
୨୪ ଘଣ୍ଟାରେ ୪୮୮ ଜଣ କରୋନାରେ ପ୍ରାଣ ହରାଇଥିବା ବେଳେ ଏମାନଙ୍କୁ ମିଶାଇ ଏବେ ଦେଶରେ ମୋଟ୍ ୪ ଲକ୍ଷ ୮୮ ହଜାର ୮୮୪ ଜଣ କରୋନାରେ ମୃତୁ୍ୟବରଣ କରିସାରିଲେଣି ।
ଅନ୍ୟପକ୍ଷରେ, ଦେଶରେ ୧୦ ହଜାର ୫୦ ଜଣ ଓମିକ୍ରନ୍ରେ ସଂକ୍ରମିତ ହୋଇସାରିଲେଣି ।




