୨୪ ଘଣ୍ଟାରେ ଦେଶରେ ୬, ୩୫୮ କରୋନା ସଂକ୍ରମିତ ଏବଂ ଓମିକ୍ରନ୍ ସଂକ୍ରମିତଙ୍କ ସଂଖ୍ୟା ୬୫୩
ଦିଲ୍ଲୀ: ଡିସେମ୍ବର ୨୮ : ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୬, ୩୫୮ ରହିଛି । ୨୪ ଘଣ୍ଟା ମଧ୍ୟରେ ୬, ୪୫୦ ଜଣ ସୁସ୍ଥ ହୋଇଛନ୍ତି । ସେହିପରି ଦେଶରେ ସୁସ୍ଥତା ହାର ୯୮. ୪୦ ପ୍ରତିଶତ ରହିଛି । ଏପର୍ଯ୍ୟନ୍ତ ଦେଶରେ ମୋଟ ୩ କୋଟି ୪୨ ଲକ୍ଷ ୪୩ ହଜାର ୯୪୫ ଜଣ କରୋନାରୁ ସୁସ୍ଥ ହୋଇସାରିଲେଣି । ଏବେ ଦେଶରେ ସକ୍ରିୟ କରୋନା ରୋଗୀଙ୍କ ସଂଖ୍ୟା ୭୫ […]
ଦିଲ୍ଲୀ: ଡିସେମ୍ବର ୨୮ : ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୬, ୩୫୮ ରହିଛି । ୨୪ ଘଣ୍ଟା ମଧ୍ୟରେ ୬, ୪୫୦ ଜଣ ସୁସ୍ଥ ହୋଇଛନ୍ତି । ସେହିପରି ଦେଶରେ ସୁସ୍ଥତା ହାର ୯୮. ୪୦ ପ୍ରତିଶତ ରହିଛି । ଏପର୍ଯ୍ୟନ୍ତ ଦେଶରେ ମୋଟ ୩ କୋଟି ୪୨ ଲକ୍ଷ ୪୩ ହଜାର ୯୪୫ ଜଣ କରୋନାରୁ ସୁସ୍ଥ ହୋଇସାରିଲେଣି । ଏବେ ଦେଶରେ ସକ୍ରିୟ କରୋନା ରୋଗୀଙ୍କ ସଂଖ୍ୟା ୭୫ ହଜାର ୪୫୬ ରହିଛି । ୨୪ ଘଣ୍ଟାରେ ଦେଶରେ ୨୯୩ ଜଣ ସଂକ୍ରମିତଙ୍କ ମୃତୁ୍ୟ ହୋଇଥିଲା ବେଳେ ଏମାନଙ୍କୁ ମିଶାଇ ଏବେ ମୋଟ ୪ ଲକ୍ଷ ୮୦ ହଜାର ୨୯୦ ଜଣଙ୍କର ମୃତୁ୍ୟ ହୋଇସାରିଲାଣି ।
ଦେଶରେ ସାପ୍ତାହିକ ସଂକ୍ରମଣ ହାର ୦.୬୪ ପ୍ରତିଶତ ରହିଥିଲାବେଳେ ଦୈନିକ ସଂକ୍ରମଣ ହାର ୦. ୬୧ ପ୍ରତିଶତ ରହିଛି । ଏପର୍ଯ୍ୟନ୍ତ ଦେଶରେ ମୋଟ୍ ୧୪୨.୪୭ କୋଟି ଲୋକ କରୋନା ଟିକା ନେଇଥିବା ସ୍ୱାସ୍ଥ୍ୟ ମନ୍ତ୍ରାଳୟ ତରଫରୁ ସୂଚନା ମିଳିଛି ।
ଅନ୍ୟପକ୍ଷରେ, ଦେଶରେ ୬୫୩ ଜଣ ଓମିକ୍ରନ୍ରେ ସଂକ୍ରମିତ ହୋଇସାରିଲେଣି । ଏମାନଙ୍କ ମଧ୍ୟରୁ ୧୮୬ ଜଣ ସୁସ୍ଥ ହୋଇଛନ୍ତି ।




