୨୪ ଘଣ୍ଟାରେ ଦେଶରେ ୨, ୮୨୭ କରୋନା ସଂକ୍ରମିତ ଓ ୨୪ ମୃତ
ଦିଲ୍ଲୀ: ମେ ୧୨ : ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୨ ହଜାର ୮୨୭ ରହିଛି । ନୂଆ ସଂକ୍ରମିତଙ୍କୁ ମିଶାଇ ଏପର୍ଯ୍ୟନ୍ତ ଦେଶରେ ମୋଟ୍ ୪ କୋଟି ୩୧ ଲକ୍ଷ ୧୩ ହଜାର ୪୧୩ ଜଣ କରୋନାରେ ସଂକ୍ରମିତ ହୋଇସାରିଲେଣି । ସେହିପରି ଆଜି ୩, ୨୩୦ ଜଣ ସୁସ୍ଥ ହୋଇଛନ୍ତି । ଦେଶରେ ସୁସ୍ଥତା ହାର ୯୮. ୭୪ ପ୍ରତିଶତ ରହିଛି । ଏପର୍ଯ୍ୟନ୍ତ ଦେଶରେ ମୋଟ ୪ […]
ଦିଲ୍ଲୀ: ମେ ୧୨ : ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୨ ହଜାର ୮୨୭ ରହିଛି । ନୂଆ ସଂକ୍ରମିତଙ୍କୁ ମିଶାଇ ଏପର୍ଯ୍ୟନ୍ତ ଦେଶରେ ମୋଟ୍ ୪ କୋଟି ୩୧ ଲକ୍ଷ ୧୩ ହଜାର ୪୧୩ ଜଣ କରୋନାରେ ସଂକ୍ରମିତ ହୋଇସାରିଲେଣି । ସେହିପରି ଆଜି ୩, ୨୩୦ ଜଣ ସୁସ୍ଥ ହୋଇଛନ୍ତି । ଦେଶରେ ସୁସ୍ଥତା ହାର ୯୮. ୭୪ ପ୍ରତିଶତ ରହିଛି । ଏପର୍ଯ୍ୟନ୍ତ ଦେଶରେ ମୋଟ ୪ କୋଟି ୨୫ ଲକ୍ଷ ୭୦ ହଜାର ୧୬୫ ଜଣ କରୋନାରୁ ସୁସ୍ଥ ହୋଇସାରିଲେଣି ।
ସେହିପରି ୨୪ ଘଣ୍ଟାରେ ୨୪ ଜଣ କରୋନା ରୋଗୀଙ୍କର ମୃତୁ୍ୟ ହୋଇଛି । ଏମାନଙ୍କୁ ମିଶାଇ ଏପର୍ଯ୍ୟ; ଦେଶରେ ୫ ଲକ୍ଷ ୨୪ ହଜାର ୧୮୧ ଜଣ କରୋନାରେ ପ୍ରାଣ ହରାଇ ସାରିଲେଣି ।
ଦେଶରେ ଦୈନିକ ସଂକ୍ରମଣ ହାର ୦. ୬୦ ପ୍ରତିଶତ ରହିଥିଲା ବେଳେ ସାପ୍ତାହିକ ସଂକ୍ରମଣ ହାର ୦. ୭୨ ପ୍ରତିଶତ ରହିଛି । ଏପର୍ଯ୍ୟନ୍ତ ଦେଶରେ ମୋଟ୍ ୧୯୦. ୮୩ କୋଟି ଲୋକ କରୋନା ଟିକା ନେଇଥିବା ସ୍ୱାସ୍ଥ୍ୟ ମନ୍ତ୍ରାଳୟ ତରଫରୁ ସୂଚନା ମିଳିଛି ।




