ଆଜି ବଜେଟ ଅଧିବେଶନ,ସମ୍ବୋଧନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ନୂଆଦିଲ୍ଲୀ : ଆସନ୍ତାକାଲି ସଂସଦରେ ଉପସ୍ଥାପନ ହେବ ସାଧାରଣ ବଜେଟ । ଆଜିଠାରୁ ବିସିଛି ବଜେଟ୍ ଅଧିବେଶନ । ଏହି ପରିପ୍ରେକ୍ଷୀରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସଂସଦର ସେଂଟ୍ରାଲ ହଲରେ ଉଭୟ ଲୋକସଭା ଓ ରାଜ୍ୟସଭାର ସଦସ୍ୟମାନଙ୍କୁ ଉଦବୋଧନ ଦେଉଛନ୍ତି । ବଜେଟ୍ ଅଧିବେଶନକୁ ଦ୍ରୌପଦୀ ମୁର୍ମୁ ପ୍ରଥମଥର ପାଇଁ ସମ୍ବୋଧନ କରୁଛନ୍ତି । ପାର୍ଲାମେଣ୍ଟ ଭବନରେ ରାଷ୍ଟ୍ରପତିଙ୍କୁ ସ୍ୱାଗତ କରିଥିଲେ ଉପରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ସଂସଦୀୟ ବ୍ୟାପର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ […]

Samaya Live Picture
Published On

ନୂଆଦିଲ୍ଲୀ : ଆସନ୍ତାକାଲି ସଂସଦରେ ଉପସ୍ଥାପନ ହେବ ସାଧାରଣ ବଜେଟ । ଆଜିଠାରୁ ବିସିଛି ବଜେଟ୍ ଅଧିବେଶନ । ଏହି ପରିପ୍ରେକ୍ଷୀରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସଂସଦର ସେଂଟ୍ରାଲ ହଲରେ ଉଭୟ ଲୋକସଭା ଓ ରାଜ୍ୟସଭାର ସଦସ୍ୟମାନଙ୍କୁ ଉଦବୋଧନ ଦେଉଛନ୍ତି । ବଜେଟ୍ ଅଧିବେଶନକୁ ଦ୍ରୌପଦୀ ମୁର୍ମୁ ପ୍ରଥମଥର ପାଇଁ ସମ୍ବୋଧନ କରୁଛନ୍ତି । ପାର୍ଲାମେଣ୍ଟ ଭବନରେ ରାଷ୍ଟ୍ରପତିଙ୍କୁ ସ୍ୱାଗତ କରିଥିଲେ ଉପରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ସଂସଦୀୟ ବ୍ୟାପର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ପ୍ରମୁଖ ।

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଉଭୟ ଗୃହ କୁ ସମ୍ବୋଧନ କଲା ବେଳେ କହିଥିଲେ ଯୁବଶକ୍ତି ଓ ନାରୀଶକ୍ତି ଦେଶକୁ ଦିଶା ଦେଖାଇବା ଦିଗରେ ସବୁଠୁ ଆଗରେ ଛିଡା ହୁଅନ୍ତୁ । ଆମକୁ ୨୦୪୭ ସୁଦ୍ଧା ଏମିତି ଏକ ଭାରତ ଗଠନ କରିବାକୁ ହେବ ଯାହା ଅତୀତର ଗୌରବ ସହ ଜଡିତ ଥିବ ଏବଂ ଯେଉଁଠି ଆଧୁନିକତାର ସମସ୍ତ ସ୍ୱର୍ଣ୍ଣିମ ଅଧ୍ୟାୟ ରହିଥିବ । ଆମକୁ ଆତ୍ମନିର୍ଭର ଭାରତ ଗଠନ କରିବାକୁ ହେବ । ଭାରତ ପ୍ରତି ବିଶ୍ୱର ଆଭିମୁଖ୍ୟ ମଧ୍ୟ ବଦଳିଛି । ଯେଉଁ ଭାରତ ପୂର୍ବରୁ ନିଜର ସମସ୍ୟା ପାଇଁ ଅନ୍ୟଙ୍କ ଉପରେ ନିର୍ଭରଶୀଳ ଥିଲା ଏବେ ସେହି ଭାରତ ବିଶ୍ୱ ସମସ୍ୟାର ସମାଧାନର ମାଧ୍ୟମ ପାଲଟିଛି । ସବକା ସାଥ, ସବକା ବିକାଶରୁ ସରକାର ଯାତ୍ରା ଆରମ୍ଭ କରିଥିବା ବେଳେ ଏବେ ଏଥିରେ ସବକା ବିଶ୍ୱାସ ଓ ସବକା ପ୍ରୟାସ ଯୋଡି ହୋଇଛି । ଆଉ ଏହି ମନ୍ତ୍ର ହିଁ ବିକଶିତ ଭାରତର ପ୍ରେରଣା ପାଲଟିଛି । ବିକଶିତ ଭାରତର ଅର୍ଥବ୍ୟବସ୍ଥା ଏବେ ୧୦ମ ସ୍ଥାନରୁ ଉଠି ୫ମ ସ୍ଥାନରେ ପହଞ୍ଚିଛି ।

ତେବେ ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସଂସଦ ଭବନରେ ପହଞ୍ଚି ଛନ୍ତି । ସେ କହିଛନ୍ତି , ଆଜିଠୁ ବଜେଟ ଅଧିବେଶନ ଆରମ୍ଭ ହେଉଛି । ଅର୍ଥ ବୟବସ୍ଥାକୁ ନେଇ ସକରାତ୍ମକ ସନ୍ଦେଶ ମିଳୁଛି । ରାଷ୍ଟ୍ରପତିଙ୍କ ଅଭିଭାଷଣ ଦେଶ ପାଇଁ ଗୌରବର ମୁହୂର୍ତ୍ତ । ଆଜି ନାରୀଙ୍କୁ ସମ୍ମାନ ଓ ଆଦିବାସୀଙ୍କୁ ସମ୍ମାନ କରିବାର ଦିନ। ବଜେଟରେ ଲୋକଙ୍କ ଆଶା ପୂରଣ ହେବ । ଖାଲି ସେତିକି ନୁହେଁ ଦେଶର ବଜେଟ ଉପରେ ବିଶ୍ୱର ନଜର ରହିଛି ।

ଆସନ୍ତାକାଲି ଅର୍ଥାତ ବୁଧବାର କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ଲୋକସଭାରେ ୨୦୨୩-୨୪ ବର୍ଷ ପାଇଁ ସାଧରଣ ବଜେଟ ଉପସ୍ଥାପନ କରିବେ । ବଜେଟ ଅଧିବେଶନର ପ୍ରଥମ ଭାଗ ଆଜିଠାରୁ ଆରମ୍ଭ ହୋଇ ଆସନ୍ତା ୧୪ ତାରିଖ ପର୍ଯ୍ୟନ୍ତ ଚାଲିବ । ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଏହା ହେବ ସରକାରଙ୍କ ଶେଷ ପୂର୍ଣ୍ଣାଙ୍ଗ ବଜେଟ୍ ।