ଆଜି ବାୟୁସେନା ଦିବସ,ପ୍ରଧାନମନ୍ତ୍ରୀ ଜଣାଇଲେ ଶୁଭେଚ୍ଛା
ନୂଆଦିଲ୍ଲୀ : ଆଜି ବାୟୁସେନା ଦିବସ I ପ୍ରତିବର୍ଷ ଅକ୍ଟୋବର ୮ କୁ ବାୟୁସେନା ଦିବସ ଭାବରେ ପାଳନ କରାଯାଇଥାଏ I ୧୯୩୨ ରୟାଲ ଏୟାର ଫୋର୍ସକୁ ସହାୟତା ଯୋଗାଇବା ପାଇଁ ତତ୍କାଳୀନ ପରାଧୀନ ଭାରତରେ ବାୟୁସେନା ଦଳ ଗଠିତ ହୋଇଥିଲା । ସ୍ୱାଧୀନତା ପରେ ୧୫ ଜାନୁୟାରୀ ୧୯୪୯ରେ,ଲେଫ୍ଟନାଣ୍ଟ ଜେନେରାଲ୍ କେ.ଏମ୍ କାରିଆପ୍ପା ପ୍ରଥମ କମାଣ୍ଡର-ଇନ୍-ଚିଫ୍ ହୋଇଥିଲେ । ଦ୍ୱିତୀୟ ବିଶ୍ବଯୁଦ୍ଧ ସମୟରେ ମଧ୍ୟ ଭାରତୀୟ ବାୟୁସେନା ଦଳ ଗୁରୁତ୍ବପୂର୍ଣ୍ଣ ଭୂମିକା ତୁଲାଇଥିଲା । ୧୯୫୦ରେ […]
ନୂଆଦିଲ୍ଲୀ : ଆଜି ବାୟୁସେନା ଦିବସ I ପ୍ରତିବର୍ଷ ଅକ୍ଟୋବର ୮ କୁ ବାୟୁସେନା ଦିବସ ଭାବରେ ପାଳନ କରାଯାଇଥାଏ I ୧୯୩୨ ରୟାଲ ଏୟାର ଫୋର୍ସକୁ ସହାୟତା ଯୋଗାଇବା ପାଇଁ ତତ୍କାଳୀନ ପରାଧୀନ ଭାରତରେ ବାୟୁସେନା ଦଳ ଗଠିତ ହୋଇଥିଲା । ସ୍ୱାଧୀନତା ପରେ ୧୫ ଜାନୁୟାରୀ ୧୯୪୯ରେ,ଲେଫ୍ଟନାଣ୍ଟ ଜେନେରାଲ୍ କେ.ଏମ୍ କାରିଆପ୍ପା ପ୍ରଥମ କମାଣ୍ଡର-ଇନ୍-ଚିଫ୍ ହୋଇଥିଲେ ।
ଦ୍ୱିତୀୟ ବିଶ୍ବଯୁଦ୍ଧ ସମୟରେ ମଧ୍ୟ ଭାରତୀୟ ବାୟୁସେନା ଦଳ ଗୁରୁତ୍ବପୂର୍ଣ୍ଣ ଭୂମିକା ତୁଲାଇଥିଲା । ୧୯୫୦ରେ ଭାରତ ଗଣତନ୍ତ୍ର ରାଷ୍ଟ୍ର ହେବା ପରେ ସେହି ଦଳ ‘ଭାରତୀୟ ବାୟୁ ସେନା’ ନାମରେ ପରିଚିତ ହେଲା ।
ଏଥର ବାୟୁସେନାର ମୁଖ୍ୟ କାର୍ଯ୍ୟକ୍ରମ ଚଣ୍ଡିଗଡ଼ ଏୟାରବେସ ରେ ଅନୁଷ୍ଠିତ ହେଉଛି । ଏହାପୂର୍ବରୁ ଗାଜିଆବାଦର ହିନ୍ଦନ ବାୟୁସେନା ଷ୍ଟେସନରେ ବାୟୁସେନା ଦିବସ ପାଳନ କରାଯାଇଥିଲା। ହିନ୍ଦନ ବାୟୁସେନା ଏୟାରବେସ ଏସିଆ ମହାଦେଶରେ ସବୁଠାରୁ ବଡ଼ ଷ୍ଟେସନ I ପ୍ରଥମ ଥର ପାଇଁ ବାୟୁସେନା ଦିବସ ସମାରୋହ ଦିଲ୍ଲୀରୁ ବାହାରି ଚଣ୍ଡିଗଡ଼ରେ ଆୟୋଜିତ ହେବାକୁ ଯାଉଛି । ତେବେ ହିନ୍ଦନ ବେସରୁ ବାୟୁସେନା ଦିବସର ମୁଖ୍ୟ ପ୍ୟାରେଡ ସ୍ଥାନାନ୍ତର ହେବା ପଛରେ ଦୁଇଟି ଗୁରୁତ୍ୱପୂର୍ଣ୍ଣ କାରଣ କୁହାଯାଉଛି । ପ୍ରଥମ ଟି ହେଉଛି ବାୟୁସେନାର ଶକ୍ତି ଏବଂ ସାମର୍ଥ୍ୟ ବିଷୟରେ ସମଗ୍ର ଦେଶକୁ ସଚେତନ କରାଇବା ଏବଂ ଏଥିରେ ସମସ୍ତ ଅଂଚଳ ର ବାୟୁସେନା ଅଧିକାରୀ ଅଂଶଗ୍ରହଣ କରିପାରିବେ I ତେଣୁ ବିଭିନ୍ନ ସ୍ଥାନରେ ଏହାର ସଂଗଠନକୁ ପ୍ରାଥମିକତା ଦିଆଯାଉଛି I ବାୟୁସେନା ଦିବସ ଅବସରରେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରଣାଳୟ ଯୁବକ ଓ ଛାତ୍ରମାନଙ୍କ ଅଂଶଗ୍ରହଣକୁ ଉତ୍ସାହିତ କରିଥାଏ I
ଭାରତୀୟ ବାୟୁସେନା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶ ସମସ୍ତ ବାୟୁ ଯୋଦ୍ଧା ଏବଂ ସେମାନଙ୍କ ପରିବାରକୁ ଶୁଭେଚ୍ଛା ଜଣାଇଛନ୍ତି। ମୋଦୀ କହିଛନ୍ତି ଯେ ଦଶନ୍ଧି ଧରି ଭାରତୀୟ ବାୟୁସେନା ଅତୁଳନୀୟ ବୀରତ୍ୱ ପ୍ରଦର୍ଶନ କରିଛି, ଦେଶକୁ ରକ୍ଷା କରିଛି ଏବଂ ବିପର୍ଯ୍ୟୟ ସମୟରେ ଉଲ୍ଲେଖନୀୟ ମାନବିକତା ପ୍ରଦର୍ଶନ କରିଛି।
ପ୍ରଧାନମନ୍ତ୍ରୀ ଟ୍ୱିଟ୍ କରି କହିଛନ୍ତି ଯେ ବାୟୁସେନା ଦିବସରେ ସାହସୀ ବାୟୁ ଯୋଦ୍ଧା ଏବଂ ସେମାନଙ୍କ ପରିବାରବର୍ଗଙ୍କୁ ମୋର ଶୁଭେଚ୍ଛା। ‘ନଭଂ ସ୍ପ୍ରୁଶମ୍ ଦୀପ୍ତମ’ର ଉଦ୍ଦେଶ୍ୟକୁ ଦୃଷ୍ଟିରେ ରଖି ଭାରତୀୟ ବାୟୁସେନା ଦଶନ୍ଧି ମଧ୍ୟରେ ଅତୁଳନୀୟ ଚତୁରତା ପ୍ରଦର୍ଶନ କରିଛି। ସେମାନେ ଦେଶକୁ ସୁରକ୍ଷା ଦେଇଛନ୍ତି ଏବଂ ବିପଦ ସମୟରେ ଉଲ୍ଲେଖନୀୟ ମାନବିକତା ପ୍ରଦର୍ଶନ କରିଛନ୍ତି। ”
ବାୟୁସେନାର ୯୦ତମ ପ୍ରତିଷ୍ଠାବାର୍ଷିକ ଅବସରରେ ଭାରତୀୟ ବାୟୁସେନାରେ ଅଧିକାରୀଙ୍କ ପାଇଁ ଅସ୍ତ୍ରଶସ୍ତ୍ର ଶାଖା ପ୍ରତିଷ୍ଠା ପାଇଁ କେନ୍ଦ୍ର ସରକାର ଅନୁମୋଦନ କରିଛନ୍ତି । ଏହା ହେଉଛି ସ୍ବାଧୀନତା ପରଠାରୁ ନୂଆ ଆଭିଯାନିକ ଶାଖା ଖୋଲିବାରେ ଏହା ହେଉଛି ପ୍ରଥମ ଘଟଣା। ଏହି ଅବସରରେ ବାୟୁସେନା ମୁଖ୍ୟ ଭିଆର୍ ଚୌଧରୀ କହିଛନ୍ତି, ଭୂପୃଷ୍ଠରୁ ଭୂପୃଷ୍ଠକୁ ଓ ଭୂପୃଷ୍ଠରୁ ଆକାଶକୁ ନିକ୍ଷେପ କରାଯାଉଥିବା କ୍ଷେପଣାସ୍ତ୍ର, ଏବଂ ଦୁଇ ବା ଅଧିକ କ୍ରୁ’ଥିବା ରିମୋର୍ଟ ଚାଳିତ ବିମାନର ୪ଟି ସୁଦକ୍ଷ ଧାରା ଚଳାଇବା ଲାଗି ଲାଗି ଉପରୋକ୍ତ ବ୍ୟବସ୍ଥା କରାଯାଇଛି। ଗୋଟିଏ C-17 ଓ ୯ଟି ହକ୍-132ର ଗ୍ଲୋବ୍ ଫର୍ମେସନ୍, ରାଫେଲ୍, ସୁଖୋଇ-39 ଓ ତେଜସର ଟ୍ରାନ୍ସଫର୍ମର୍ ଫର୍ମେସନ୍, ସୂର୍ଯ୍ୟକିରଣ ଏରୋବେଟିକ୍ ଓ ଆକାଶଗଙ୍ଗା ସ୍କାଏଡାଇଭିଂ ଟିମର ନିପୁଣତା, ପାରାଟ୍ରୁପର୍ଙ୍କ କରିସ୍ମା ଦେଖିବାକୁ ମିଳିବ। ଆଉ ଏସବୁ ସହିତ ଚିନୁକ୍, ଆପାଚେ, ମିରାଜ୍, ତେଜସ୍, ଜାଗୁଆର୍, ଡାକୋଟା, ଧ୍ରୁବ୍, MI-17, C-130J ଆଦିର ଜଲ୍ଓ୍ୱା ଅଦର୍ଶକଙ୍କୁ ଭାରତୀୟ ବାୟୁସେନାର ଶକ୍ତି ଓ ସାମର୍ଥ୍ୟ ସହିତ ପରିଚିତ କରାଇବ । ଏକଲବ୍ୟ, ତ୍ରିଶୁଳ, ମେହର୍, ବଜ୍ର, ସାରଙ୍ଗ ଆଦି ଫର୍ମେସନ ସହିତ ଦୁଇ ଜଣ ପୂର୍ବତନ ବାୟୁସେନା ଅଧିକାରୀଙ୍କ ସ୍ମୃତିରେ ଏବର୍ଷ ୨ଟି ନୂଆ ଫର୍ମେସନ୍ ସେଖୋନ୍ ଓ ଅର୍ଜନ ବି ପ୍ରଦର୍ଶିତ ହେବ। ପରମବୀରଚକ୍ର ବିଜେତା ଫ୍ଲାଇଟ୍ ଲେଫ୍ଟନାଣ୍ଟ ନିର୍ମଳଜିତ ସିଂ ସେଖୋନ୍ ଏବଂ ବାୟୁସେନାର ପ୍ରଥମ ଫାଇଭ୍ ଷ୍ଟାର୍ ଅଧିକାରୀ ମାର୍ଶଲ୍ ଅର୍ଜନ ସିଂଙ୍କ ନାମରେ ନାମିତ କରାଯାଇଛି।




