ପୁଣି ଅନଲାଇନ ଗେମ ହେଲା କାଳ,ଦମ୍ପତିଙ୍କ ଆତ୍ମହତ୍ୟା
ରାଜସ୍ଥାନ : ଦିନକୁ ଦିନ ଅନଲାଇନ୍ ଗେମ ପାଲଟୁଛି ସାଇବର ସଂକ୍ରମଣ । ଏଥିରେ ସଂକ୍ରମିତ ହୋଇ ଯାଉଛି ଗୋଟିଏ ପରେ ଗୋଟିଏ ଜୀବନ । କେବଳ ଯୁବ ପିଢ଼ି ନୁହନ୍ତି କେତେକ ପରିବାର ମଧ୍ୟ ଛାରଖାର ହେଉଛି । ଲୋଭନୀୟ ଅଫର ସହ ଛତୁ ଫୁଟିଲା ପରି ଖୋଲିଛି ଗେମିଂ ଆପ । ବିନା ପରିଶ୍ରମରେ ଅଧିକ ଟଙ୍କା କମାଇବା ଲୋଭରେ ଜୀବନ ହାରୁଛନ୍ତି ଯୁବପିଢ଼ି । ସେହିଭଳି ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ […]
ରାଜସ୍ଥାନ : ଦିନକୁ ଦିନ ଅନଲାଇନ୍ ଗେମ ପାଲଟୁଛି ସାଇବର ସଂକ୍ରମଣ । ଏଥିରେ ସଂକ୍ରମିତ ହୋଇ ଯାଉଛି ଗୋଟିଏ ପରେ ଗୋଟିଏ ଜୀବନ । କେବଳ ଯୁବ ପିଢ଼ି ନୁହନ୍ତି କେତେକ ପରିବାର ମଧ୍ୟ ଛାରଖାର ହେଉଛି । ଲୋଭନୀୟ ଅଫର ସହ ଛତୁ ଫୁଟିଲା ପରି ଖୋଲିଛି ଗେମିଂ ଆପ । ବିନା ପରିଶ୍ରମରେ ଅଧିକ ଟଙ୍କା କମାଇବା ଲୋଭରେ ଜୀବନ ହାରୁଛନ୍ତି ଯୁବପିଢ଼ି । ସେହିଭଳି ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି ରାଜସ୍ଥାନ କୋଟା ଜିଲ୍ଲାରୁ । ଆପରେ ୫ ଲକ୍ଷ ଟଙ୍କା ହରାଇବା ପରେ ନିଜ ୫ ବର୍ଷର ଝିଅକୁ ଛାଡି ଜୀବନ ହାରିଛନ୍ତି ଦମ୍ପତି। କୋଟାର ଖେଡ଼ା ରାମନୁର ଗାଁର ଦୀପକ ରାଠୋଡ଼ ଓ ତାଙ୍କ ପତ୍ନୀ କ୍ରୀଷ୍ଣା ରାଠୋଡ଼ ରଶି ଲଗାଇ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି ।
ଘଟନାନୁସାରେ, ରାଜସ୍ଥାନ କୋଟାରେ ରହୁଥିବା ଦୀପକ ରାଠୋଡ଼ ଅନଲାଇନ ଗେମ ଖେଳନ୍ତି । ଖେଳ ପାଇଁ ବାହାର ଲୋକଙ୍କଠାରୁ ୪ରୁ ୫ ଲକ୍ଷ ଟଙ୍କା ଧାର କରି ଦେଇଥିଲେ ଦୀପକ । ତେବେ ଖେଳରେ ଲଗାତର ହାରିବା ପରେ ଋଣ ବୋଝ ବଢିଯାଇଥିଲା । ଫଳରେ ଅନେକ ସମୟରେ ଉଦାସ ରହୁଥିଲେ ଦୀପକ । ମାନସିକ ଅବସାଦରେ ଥିବା ଦୀପକ ରବିବାର ବଜାରରୁ ଦଉଡ଼ି କିଣି ଆଣିଥିଲେ । ଆତ୍ମହତ୍ୟା କରିବା ପୂର୍ବଦିନ ରାତିରେ ଭଉଣୀକୁ କରଜ ବିଷୟରେ କହିଥିଲେ । ଏ ସମସ୍ୟାର ସମାଧାନ ମୃତ୍ୟୁ ଏକମାତ୍ର ବାଟ ବୋଲି ଦୀପକ ଭଉଣୀକୁ ଦୁଃଖରେ ଜଣେଇଥିଲେ । ରାତିରେ ଖାଇସାରିବା ପରେ ଦୁହେଁ ରଶି ଲଗାଇ ଆତ୍ମହତ୍ୟା କରିଥିଲେ । ପରଦିନ ସକାଳୁ ଦୀପକଙ୍କ ପରିବାର ଲୋକେ ତାଙ୍କ ରୁମ୍ କବାଟ ବାଡ଼େଇବାରୁ ୫ ବର୍ଷର ଝିଅ ନିଦରୁ ଉଠି କବାଟ ଖୋଲିଥିଲା । ଏହାପରେ ପରିବାର ଲୋକେ ପୁଅ, ବୋହୂଙ୍କୁ ରଶିରେ ଝୁଲୁଥିବାର ଦେଖି ପୋଲିସକୁ ଖବର ଦେଇଥିଲେ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ତଦନ୍ତ ଜାରି ରଖିଛି ।




