ଅଯୋଧ୍ୟା ବିବାଦର ରାୟ ଶୁଣେଇଥିବା ବିଚାରପତିଙ୍କ ବଢିଲା ସୁରକ୍ଷା

ସମୟଲାଇଭ,୧୧/୧୧: ବହୁ ଚର୍ଚ୍ଚିତ ଅଯୋଧ୍ୟା ରାମ ଭୂମି ବିବାଦରେ ଗତକାଲି ଚୁଡାନ୍ତ ରାୟ ପ୍ରକାଶ ପାଇବା ପରେ ସାରା ଦେଶରେ ଏବେ ହାଇ ଆଲର୍ଟ। ଏଥିସହିତ ରାୟ ଦେଇଥିବା ୫ ଜଣ ବିଚାରପତିଙ୍କ ସୁରକ୍ଷା ମଧ୍ୟ ବଢେଇ ଦିଆଯାଇଛି। ପ୍ରଧାନ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇ, ଜଷ୍ଟିସ ଶରଦ ଅରବିନ୍ଦ ବୋବଡେ, ଜଷ୍ଟିସ ଅଶୋକ ଭୂଷଣ, ଜଷ୍ଟିସ ଏସ୍‌. ଅବଦୁଲ ନଜୀର ଏବଂ ଜଷ୍ଟିସ ଧନଞ୍ଜୟ ଯଶୱନ୍ତ ଚନ୍ଦ୍ରଚୂଡ଼ ପାଞ୍ଚ ଜଣିଆ ଖଣ୍ଡପୀଠରେ ସାମିଲ ଥିଲେ। ସେମାନଙ୍କ […]

Samaya Live Picture
Published On

ସମୟଲାଇଭ,୧୧/୧୧: ବହୁ ଚର୍ଚ୍ଚିତ ଅଯୋଧ୍ୟା ରାମ ଭୂମି ବିବାଦରେ ଗତକାଲି ଚୁଡାନ୍ତ ରାୟ ପ୍ରକାଶ ପାଇବା ପରେ ସାରା ଦେଶରେ ଏବେ ହାଇ ଆଲର୍ଟ। ଏଥିସହିତ ରାୟ ଦେଇଥିବା ୫ ଜଣ ବିଚାରପତିଙ୍କ ସୁରକ୍ଷା ମଧ୍ୟ ବଢେଇ ଦିଆଯାଇଛି। ପ୍ରଧାନ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇ, ଜଷ୍ଟିସ ଶରଦ ଅରବିନ୍ଦ ବୋବଡେ, ଜଷ୍ଟିସ ଅଶୋକ ଭୂଷଣ, ଜଷ୍ଟିସ ଏସ୍‌. ଅବଦୁଲ ନଜୀର ଏବଂ ଜଷ୍ଟିସ ଧନଞ୍ଜୟ ଯଶୱନ୍ତ ଚନ୍ଦ୍ରଚୂଡ଼ ପାଞ୍ଚ ଜଣିଆ ଖଣ୍ଡପୀଠରେ ସାମିଲ ଥିଲେ। ସେମାନଙ୍କ ସୁରକ୍ଷା ବ୍ୟବସ୍ଥା ପାଇଁ ଅତିରିକ୍ତ ଯବାନଙ୍କୁ ନିୟୋଜିତ କରାଯାଇଛି। ଏହା ସହ ବିଚାରପତିଙ୍କ ଘରକୁ ଯିବା ଆସିବା କରୁଥିବା ରାସ୍ତାରେ ବ୍ୟାରିକେଡ ବ୍ୟବସ୍ଥା କରାଯାଇଛି। କେବଳ ସେତିକି ନୁହେଁ ଏହି ପାଞ୍ଚ ଜଣ ବିଚାରପତି ଯିବା ଆସିବା କରିବା ସମୟରେ ସେମାନଙ୍କ ସହ ସଶସ୍ତ୍ର ଗାଡି ଯିବାର ମଧ୍ୟ ବ୍ୟବସ୍ଥା କରାଯାଇଛି।

Tags: