ଶାହରୁଖ ଖାନଙ୍କ ଫିଲ୍ମ ‘ପଠାନ’ ର ଗୀତକୁ ନେଇ ବଢୁଛି ବିବାଦ
ଶାହରୁଖ ଖାନ ଓ ଦୀପିକା ଙ୍କ ଅଭିନୀତ ଫିଲ୍ମ ‘ପଠାନ’ କୁ ନେଇ ଉପୁଜିଛି ବିବାଦ I ନିକଟରେ ରିଲିଜ ହୋଇଥିବା ‘ବେଶରମ୍ ରଙ୍ଗ୍’ ଗୀତକୁ ନେଇ ଉପୁଜିଛି ବିବାଦ ଜୋର ଧରିଛି । ଦୀପିକା ଗୀତରେ ଗେରୁଆ ରଙ୍ଗ ବିକିନିରେ ନଜର ଆସିଛନ୍ତି । ଯାହାକୁ ନେଇ କଣ୍ଟ୍ରୋଭର୍ସି ଆରମ୍ଭ ହୋଇଛି । ଗୀତର କିଛି ଦୃଶ୍ୟକୁ ନେଇ ବି ବିବାଦ ଦେଖାଦେଇଛି । ମଧ୍ୟପ୍ରଦେଶ ଗୃହମନ୍ତ୍ରୀ ନରୋତମ ମିଶ୍ରା ଦୀପିକାଙ୍କ ପୋଷାକକୁ ନେଇ ପ୍ରଶ୍ନ […]
ଶାହରୁଖ ଖାନ ଓ ଦୀପିକା ଙ୍କ ଅଭିନୀତ ଫିଲ୍ମ ‘ପଠାନ’ କୁ ନେଇ ଉପୁଜିଛି ବିବାଦ I ନିକଟରେ ରିଲିଜ ହୋଇଥିବା ‘ବେଶରମ୍ ରଙ୍ଗ୍’ ଗୀତକୁ ନେଇ ଉପୁଜିଛି ବିବାଦ ଜୋର ଧରିଛି । ଦୀପିକା ଗୀତରେ ଗେରୁଆ ରଙ୍ଗ ବିକିନିରେ ନଜର ଆସିଛନ୍ତି । ଯାହାକୁ ନେଇ କଣ୍ଟ୍ରୋଭର୍ସି ଆରମ୍ଭ ହୋଇଛି । ଗୀତର କିଛି ଦୃଶ୍ୟକୁ ନେଇ ବି ବିବାଦ ଦେଖାଦେଇଛି । ମଧ୍ୟପ୍ରଦେଶ ଗୃହମନ୍ତ୍ରୀ ନରୋତମ ମିଶ୍ରା ଦୀପିକାଙ୍କ ପୋଷାକକୁ ନେଇ ପ୍ରଶ୍ନ ଉଠାଇଛନ୍ତି । ଗୀତରେ ଦୀପିକାଙ୍କ ଗେରୁଆ ରଙ୍ଗର ବିକିନି ଓ ଗୀତ ‘ବେଶରମ ରଙ୍ଗ’କୁନେଇ ସେ ଆପତ୍ତି ଉଠାଇଛନ୍ତି । କେବଳ ଏତିକି ନୁହେଁ, ଯଦି ଫିଲ୍ମର ନିର୍ମାତା ଏବଂ ନିର୍ଦେଶକ ଏଥିରେ ସୁଧାର ନକରନ୍ତି, ତେବେ ରାଜ୍ୟରେ ଫିଲ୍ମର ପ୍ରଦର୍ଶନ ପାଇଁ ଅନୁମତି ଦେବା ଉପରେ ସରକାର ଚିନ୍ତା କରି ପାରନ୍ତି ବୋଲି କହିଛନ୍ତି I ଏହା ସହିତ ମଧ୍ୟପ୍ରଦେଶରେ ଫିଲ୍ମ ବ୍ୟାନ୍ ହୋଇପାରେ ବୋଲି କହିଛନ୍ତି I
ଫିଲ୍ମକୁ ସୋସିଆଲ ମିଡିଆରେ ବୟକଟ କରିବାକୁ ଟ୍ରେଣ୍ଡ୍ ବି ଆରମ୍ଭ ହେଲାଣି । କିଛି ଦିନ ପୂର୍ବରୁ ଫିଲ୍ମ ଲାଲ ସିଂ ଚଢା, ସମସେରା ଓ ଦୋବାରା ଫିଲ୍ମକୁ ବି ବୟକଟ କରିବାକୁ ଟ୍ରେଣ୍ଡ ଚାଲିଥିଲା ସୋସିଆଲ ମିଡିଆରେ ।
ସେହିପରି ଅଭିନେତା ମୁକେଶ ଖାନ୍ନା ମଧ୍ୟ ‘ପଠାନ’ ସିନେମା ଗୀତ ‘ବେଶରମ ରଙ୍ଗ’କୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ଦୀପିକା ଗେରୁଆ ରଙ୍ଗର ବିକିନି ସହିତ ଅଶ୍ଳୀଳ ନୃତ୍ୟ ଶୈଳୀକୁ ନେଇ ସେ ପ୍ରଶ୍ନ ଉଠାଇଛନ୍ତି I ଏହା ସହିତ ସେ କହିଛନ୍ତି ଗେରୁଆ ରଙ୍ଗ ଏକ ଆସ୍ଥାର ପ୍ରତୀକ । ତେଣୁ ଏହି ରଙ୍ଗର ବିକିନି ପିନ୍ଧି ଅଶ୍ଳୀଳ ନୃତ୍ୟ କରିବା ଆଦୌ ଗ୍ରହଣୀୟ ନୁହେଁ । ସେନସର ବୋର୍ଡକୁ ଏଭଳି ଗୀତ ପାସ କରିବାର ନଥିଲା। ମୁକେଶ ଖାନ୍ନା ସେନସର ବୋର୍ଡକୁ ନେଇ ପ୍ରଶ୍ନ କରିଛନ୍ତି କି ‘ସେ ସୁପ୍ରିମକୋର୍ଟ ନୁହେଁ, ଯାହାର ବିରୋଧ କରାଯାଇ ପାରିବ ନାହିଁ।
‘ପଠାନ’ ସିନେମା ଗୀତର ‘ବେଶରମ ରଙ୍ଗ’ ଅଶ୍ଳୀଳ। ଆମ ଦେଶ ସ୍ପେନ ହୋଇଯାଇନାହିଁ ଯେ ଏଭଳି ଗୀତ ନିର୍ମାଣ କରାଯିବ। ଏବେ ଅଧା ପୋଷାକ ପିନ୍ଧି ଗୀତ ନିର୍ମିତ ହେଉଛି। ପରେ ବିନା ପୋଷାକରେ ବି ଗୀତ ତିଆରି ହୋଇପାରେ। ମୁଁ ବୁଝି ପାରୁନାହିଁ କି ସେନସର ବୋର୍ଡ ଏଭଳି ଗୀତକୁ ପାସ କେମିତି କରୁଛି I
फिल्म #Pathan के गाने में टुकड़े-टुकड़े गैंग की समर्थक अभिनेत्री दीपिका पादुकोण की
वेशभूषा बेहद आपत्तिजनक है और गाना दूषित मानसिकता के साथ फिल्माया गया है।
गाने के दृश्यों व वेशभूषा को ठीक किया जाए अन्यथा फिल्म को मध्यप्रदेश में अनुमति दी जाए या नहीं दी जाए,यह विचारणीय होगा। pic.twitter.com/Ekl20ClY75— Dr Narottam Mishra (@drnarottammisra) December 14, 2022




