ଭାରତ ଓ ଜର୍ମାନୀ ମଧ୍ୟରେ ୨୦ ଟି ଚୁକ୍ତି ସ୍ୱାକ୍ଷାରିତ ହୋଇଯାଇଛି

ସମୟ ଲାଇଭ,୧/୧୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଜର୍ମାନୀର ଚାନ୍ସଲର ଆଞ୍ଜେଲା ମୋର୍କେଲଙ୍କ ମଧ୍ୟରେ ସାକ୍ଷାତ ହୋଇଛି। ଏହି ଅବସରରେ ଦୁଇ ଦେଶ ମଧ୍ୟରେ ୨୦ ଗୋଟି ଚୁକ୍ତିପତ୍ର ମଧ୍ୟ ସ୍ୱାକ୍ଷାରିତ ହୋଇଯାଇଛି। ଅତ୍ୟାଧୁନିକ ବୈଷୟିକ ଜ୍ଞାନ,ସାଇବର ସିକ୍ୟୁରିଟି,ନଦୀଗୁଡିକୁ ପରିଷ୍କାର କରିବା,କୋଷ୍ଟାଲ ମ୍ୟାନେଜମେଣ୍ଟ,ପାଣିପାଗ ପରିବର୍ତ୍ତନ ଆଦି ୨୦ଟି କ୍ଷେତ୍ରରେ ଦୁଇ ଦେଶ ମଧ୍ୟରେ ଚୁକ୍ତି ସ୍ୱାକ୍ଷରିତ ହୋଇଛି । ଏହାବ୍ୟତୀତ ଆତଙ୍କବାଦ ପ୍ରସଙ୍ଗରେ ଜର୍ମାନୀର ସହଯୋଗ ଲୋଡିଛନ୍ତି ମୋଦି । ମୋଦି-ମର୍କେଲ ଭେଟଘାଟ ବେଳେ ଦେଶରେ ପ୍ରତିରକ୍ଷା […]

Samaya Live Picture
Published On

ସମୟ ଲାଇଭ,୧/୧୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଜର୍ମାନୀର ଚାନ୍ସଲର ଆଞ୍ଜେଲା ମୋର୍କେଲଙ୍କ ମଧ୍ୟରେ ସାକ୍ଷାତ ହୋଇଛି। ଏହି ଅବସରରେ ଦୁଇ ଦେଶ ମଧ୍ୟରେ ୨୦ ଗୋଟି ଚୁକ୍ତିପତ୍ର ମଧ୍ୟ ସ୍ୱାକ୍ଷାରିତ ହୋଇଯାଇଛି। ଅତ୍ୟାଧୁନିକ ବୈଷୟିକ ଜ୍ଞାନ,ସାଇବର ସିକ୍ୟୁରିଟି,ନଦୀଗୁଡିକୁ ପରିଷ୍କାର କରିବା,କୋଷ୍ଟାଲ ମ୍ୟାନେଜମେଣ୍ଟ,ପାଣିପାଗ ପରିବର୍ତ୍ତନ ଆଦି ୨୦ଟି କ୍ଷେତ୍ରରେ ଦୁଇ ଦେଶ ମଧ୍ୟରେ ଚୁକ୍ତି ସ୍ୱାକ୍ଷରିତ ହୋଇଛି । ଏହାବ୍ୟତୀତ ଆତଙ୍କବାଦ ପ୍ରସଙ୍ଗରେ ଜର୍ମାନୀର ସହଯୋଗ ଲୋଡିଛନ୍ତି ମୋଦି । ମୋଦି-ମର୍କେଲ ଭେଟଘାଟ ବେଳେ ଦେଶରେ ପ୍ରତିରକ୍ଷା କ୍ଷେତ୍ରରେ ନିବେଶ ପାଇଁ ଜର୍ମାନୀର ଉଦ୍ୟୋଗପତିଙ୍କୁ ମୋଦି ଆହ୍ୱାନ କରିଥିଲେ । ସେହିପରି ଦେଶର ଶିକ୍ଷା କ୍ଷେତ୍ରରେ ଜର୍ମାନୀ ସହଯୋଗ କରିବ ବୋଲି ମର୍କେଲ କହିଛନ୍ତି ।

Tags: