ଦେଶର କରୋନା ସ୍ଥିତି ସମୀକ୍ଷା କଲେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ

ନୂଆଦିଲ୍ଲୀ : ଚୀନ ରେ ବିସ୍ଫୋରକ ରୂପ ନେଉଛି କୋଭିଡ ପରିସ୍ଥିତି I ଓମିକ୍ରନ୍ ର ନୂଆ ସବ ଭାରିଆଣ୍ଟ BF.7 ବର୍ତମାନ ଆତଙ୍କ ଖେଳାଇଛି I ମୁଖ୍ୟତଃ ବେଜିଂରେ ଏହା ଅଧିକ ସଂକ୍ରାମକ ହୋଇଛି I ପ୍ରତିଦିନ ଡାକ୍ତରଖାନାରେ ଭର୍ତ୍ତି ଓ ମୃତ୍ୟୁସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଚୀନ୍‌ର ମହାମାରୀ ଏକ୍ସପର୍ଟ ୱୁ ଜୁନିଓ ଚେତାବନୀ ଦେଇଛନ୍ତି, ଚୀନ୍‌ରେ ଆଗକୁ କରୋନାର ତିନୋଟି ଲହର ଆସିବ। ପ୍ରଥମ ଲହର ଖ୍ରୀଷ୍ଟମାସ ପରେ। ଦ୍ୱିତୀୟ ଲହର ନୂଆ […]

Samaya Live Picture
Published On

ନୂଆଦିଲ୍ଲୀ : ଚୀନ ରେ ବିସ୍ଫୋରକ ରୂପ ନେଉଛି କୋଭିଡ ପରିସ୍ଥିତି I ଓମିକ୍ରନ୍ ର ନୂଆ ସବ ଭାରିଆଣ୍ଟ BF.7 ବର୍ତମାନ ଆତଙ୍କ ଖେଳାଇଛି I ମୁଖ୍ୟତଃ ବେଜିଂରେ ଏହା ଅଧିକ ସଂକ୍ରାମକ ହୋଇଛି I ପ୍ରତିଦିନ ଡାକ୍ତରଖାନାରେ ଭର୍ତ୍ତି ଓ ମୃତ୍ୟୁସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଚୀନ୍‌ର ମହାମାରୀ ଏକ୍ସପର୍ଟ ୱୁ ଜୁନିଓ ଚେତାବନୀ ଦେଇଛନ୍ତି, ଚୀନ୍‌ରେ ଆଗକୁ କରୋନାର ତିନୋଟି ଲହର ଆସିବ। ପ୍ରଥମ ଲହର ଖ୍ରୀଷ୍ଟମାସ ପରେ। ଦ୍ୱିତୀୟ ଲହର ନୂଆ ବର୍ଷ ଓ ତୃତୀୟଟି ଲୁନାର୍ ନ୍ୟୁ ଇୟର ପରେ ଆସିବ। ଏହି ସମୟରେ ଲୋକେ ସତର୍କ ରହିବା ଉଚିତ। ଅବହେଳା କଲେ ମାମଲା ଦ୍ୱିଗୁଣ ବଢ଼ିଯିବ।

ପଡୋଶୀ ଚୀନର କରୋନା ସଂକ୍ରମଣ ସ୍ଥିତିକୁ ଦେଖି କେନ୍ଦ୍ର ସରକାର ଦେଶରେ ପ୍ରତିଷେଧକ ପଦକ୍ଷେପ ନେଇଛନ୍ତି। ପଦକ୍ଷେପ ସ୍ବରୂପ ଲୋକଙ୍କୁ ମାସ୍କ ପିନ୍ଧିବା ଓ କରୋନା ଟିକାର ପ୍ରତିଷେଧାତ୍ମକ (ତୃତୀୟ) ପାନ ନେବାକୁ ପରାମର୍ଶ ଦେଇଛନ୍ତି। ଜନଗହଳି ସ୍ଥାନକୁ ଯିବା ସମୟରେ ମାସ୍କ ପିନ୍ଧିବା ସହିତ କରୋନା ନିୟମକୁ କଡାକଡି ଭାବେ ପାଳନ କରିବାକୁ କୁହାଯାଇଛି। ବୁଧବାର କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭୀୟଙ୍କ ନେତୃତ୍ବରେ କରୋନା ସଂକ୍ରମଣ ସ୍ଥିତି ଉପରେ ସମୀକ୍ଷା କରାଯାଇଥିଲା। ସମୀକ୍ଷା ବୈଠକ ପରେ ସରକାରଙ୍କ ନିତି ଆୟୋଗ ସଦସ୍ୟ (ସ୍ବାସ୍ଥ୍ୟ) ଡାକ୍ତର ଭିକେ ପଲ କହିଛନ୍ତି ଯେ ଲୋକେ କରୋନା ସଂକ୍ରମଣରୁ ଦୂରେଇ ରହିବା ଲାଗି ମାସ୍କ ପିନ୍ଧିବା ଦରକାର। ଦେଶର ୨୭ରୁ ୨୮ ପ୍ରତିଶତ ଲୋକ ତୃତୀୟ ପାନ ଟିକା ନେଇଛନ୍ତି। ଅବଶିଷ୍ଟ ଲୋକ ଏହି ଟିକା ନେବା ଦରକାର। ପ୍ରତିଷେଧକ ପାନ ଟିକା ସମସ୍ତଙ୍କ ପାଇଁ ବାଧ୍ୟତାମୂଳକ ବୋଲି ଶ୍ରୀ ପଲ କହିଛନ୍ତି। ଆନ୍ତର୍ଜାତିକ ବିମାନ ଯାତ୍ରୀଙ୍କ ପାଇଁ ବର୍ତ୍ତମାନ ସୁଦ୍ଧା କରୋନା ନିୟମରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ। ବିଦେଶରୁ ଆସୁଥିବା ଯାତ୍ରୀଙ୍କ କରୋନା ସ୍ବାବ ନମୁନା ପରୀକ୍ଷା ବାଧ୍ୟତାମୂଳକ କରାଯାଇଛି। ଏଥିପାଇଁ ସମସ୍ତ ଆନ୍ତର୍ଜାତିକ ବିମାନବନ୍ଦରରେ ନମୁନା ପରୀକ୍ଷା ବ୍ୟବସ୍ଥା କରିବାକୁ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ନିର୍ଦେଶ ଦିଆଯାଇଛି।

ଅନ୍ୟପଟେ ସ୍ୱାସ୍ଥ୍ୟ ମନ୍ତ୍ରୀ ମନସୁଖ ମାଣ୍ଡଭୀୟ କହିଛନ୍ତି ଯେ କରୋନା ଏବେ ଶେଷ ହୋଇ ନାହିଁ। ତେଣୁ ଏହାକୁ ନେଇ ଆମେ ସମସ୍ତେ ସତର୍କ ଓ ସଜାଗ ରହିବା ଦରକାର। ପ୍ରତ୍ୟେକ ପରିସ୍ଥିତିକୁ ସମ୍ମୁଖୀନ ହେବା ଲାଗି ସରକାର ପ୍ରସ୍ତୁତ। ଚୀନରେ ସଂକ୍ରମିତ ହେଉଥିବା ନୂଆ ପ୍ରଜାତିର କରୋନା ଭୂତାଣୁ ବିଏଫ.୭ ଭାରତରେ ଚିହ୍ନଟ ହୋଇସାରିଛି। ତେବେ ଏହାକୁ​‌ ନେଇ ଆତଙ୍କିତ ନ ହେବାକୁ ସ୍ବାସ୍ଥ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ଏହା ପୂର୍ବରୁ ମଙ୍ଗଳବାର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ସରକାରଙ୍କୁ ଜାରି ନିର୍ଦେଶରେ ନୂଆ ପ୍ରଜାତି ଭୂତାଣୁ ଚିହ୍ନଟ ନିମନ୍ତେ ସମସ୍ତ ସଂକ୍ରମିତଙ୍କ ଜିନୋମ ସି‌େକ୍ବନ୍ସିଂ କରିବାକୁ କହିଥିଲେ। ବର୍ତ୍ତମାନ ସୁଦ୍ଧା କରୋନା ଭୂତାଣୁର ୧୦ଟି ପ୍ରଜାତି ଚିହ୍ନଟ ହୋଇଛି। ତେବେ ଓମିକ୍ରନ ପ୍ରଜାତି ଭୂତାଣୁ ଏବେ ସବୁ ଦେଶରେ ବ୍ୟାପିବାରେ ଲାଗିଛି। ତେଣୁ ଓମିକ୍ରନର ଉପ ପ୍ରଜାତି ବିଏଫ.୭ ଭାରତରେ କରୋନା ସଂକ୍ରମଣ ବୃଦ୍ଧି କରିବାର ଆଶଙ୍କା କରାଯାଉଛି।

Tags: