ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଆଶଙ୍କା ! ପ୍ରତିଶୋଧ ନେଲା ଇସ୍ରାଏଲ
ନୂଆଦିଲ୍ଲୀ : ଇରାନର କ୍ଷେପଣାସ୍ତ୍ର ଆକ୍ରମଣର ପ୍ରତିଶୋଧ ନେଲା ଇସ୍ରାଏଲ । ଶନିବାର ସକାଳେ ଇରାନ ଉପରେ ଅଚାନକ କରିଛି କ୍ଷେପଣାସ୍ତ୍ର ମାଡ଼ । ୧୦୦ରୁ ଅଧିକ ଯୁଦ୍ଧ ବିମାନ ସହାୟତାରେ ଇରାନର ରାଜଧାନୀ ତେହରାନର ଏକାଧିକ ସହର ଉପରେ ଆକାଶ ମାର୍ଗରୁ ରକେଟ୍ ମାଡ଼ କରିଛି ଇସ୍ରାଏଲ । ଏଥିରେ ଦୁଇ ଇରାନୀ ସୈନ୍ୟଙ୍କ ମୃତ୍ୟୁ ଘଟିଛି। ଏହା ସହିତ ଇରାନର ଏକ ବାୟୁ ପ୍ରତିରକ୍ଷା ବ୍ୟବସ୍ଥା ଧ୍ବଂସ ହୋଇଥିବା କହିଛି ଇସ୍ରାଏଲ । ଅକ୍ଟୋବର […]
ନୂଆଦିଲ୍ଲୀ : ଇରାନର କ୍ଷେପଣାସ୍ତ୍ର ଆକ୍ରମଣର ପ୍ରତିଶୋଧ ନେଲା ଇସ୍ରାଏଲ । ଶନିବାର ସକାଳେ ଇରାନ ଉପରେ ଅଚାନକ କରିଛି କ୍ଷେପଣାସ୍ତ୍ର ମାଡ଼ । ୧୦୦ରୁ ଅଧିକ ଯୁଦ୍ଧ ବିମାନ ସହାୟତାରେ ଇରାନର ରାଜଧାନୀ ତେହରାନର ଏକାଧିକ ସହର ଉପରେ ଆକାଶ ମାର୍ଗରୁ ରକେଟ୍ ମାଡ଼ କରିଛି ଇସ୍ରାଏଲ । ଏଥିରେ ଦୁଇ ଇରାନୀ ସୈନ୍ୟଙ୍କ ମୃତ୍ୟୁ ଘଟିଛି। ଏହା ସହିତ ଇରାନର ଏକ ବାୟୁ ପ୍ରତିରକ୍ଷା ବ୍ୟବସ୍ଥା ଧ୍ବଂସ ହୋଇଥିବା କହିଛି ଇସ୍ରାଏଲ । ଅକ୍ଟୋବର ୧ ତାରିଖରେ ଇରାନ୍ କରିଥିବା ହମ୍ଲାର ଜବାବ ଦେଇଛି ଇସ୍ରାଏଲ ।
ଏହି କ୍ଷେପଣାସ୍ତ୍ର ମାଡ଼ ପରେ ମଧ୍ୟପ୍ରାଚ୍ୟର ଯୁଦ୍ଧ ଆଶଙ୍କା ଘନେଇଛି । ତେବେ ଆଗକୁ ଯଦି ଇରାନ ଇସ୍ରାଏଲ ଆକ୍ରମଣର ପ୍ରତିଜବାବ ଦିଏ ଏଥିରେ ଅନ୍ୟ ଦେଶଗୁଡ଼ିକ ମଧ୍ୟ ସାମିଲ ହେବା ସମ୍ଭାବନା ରହିଛି । ଯାହା ଫଳରେ ୩ୟ ବିଶ୍ୱଯୁଦ୍ଧ ଆଶଙ୍କାକୁ ଏଡାଇ ଦିଆଯାଇ ନପାରେ ।
ଇସ୍ରାଏଲ ପ୍ରତି ବିପଦ ସୃଷ୍ଟିକାରୀ ଆତଙ୍କବାଦୀ ସଂଗଠନ ହମାସ ଏବଂ ହେଜବୋଲ୍ଲାକୁ ଧୂଳିସାତ କରିସାରିଛି। ଏହି ଦୁଇ ସଂଗଠନ ସହିତ ଯୁଦ୍ଧ ସମୟରେ ଗତ ଅକ୍ଟୋବର ୧ ତାରିଖରେ ଇରାନ ପକ୍ଷରୁ ଅତର୍କିତ ଭାବେ ଇସ୍ରାଏଲ ଉପରେ କ୍ଷେପଣାସ୍ତ୍ର ମାଡ଼ କରାଯାଇଥିଲା। ଯାହା ପରେ ଇସ୍ରାଏଲ କେବଳ ଚେତାବନୀ ଦେଇ ନୀରବ ରହିଥିଲା।
ଶନିବାର ଭୋରୁ ଇସ୍ରାଏଲ ପକ୍ଷରୁ ୩ଟି ପର୍ଯ୍ୟାୟରେ ଆକ୍ରମଣ କରାଯାଇଛି। ପ୍ରଥମେ ଆଇଡିଏଫ ଇରାନର ବାୟୁ ପ୍ରତିରକ୍ଷା ବ୍ୟବସ୍ଥାକୁ ଟାର୍ଗେଟ କରାଯାଇଥିଲା। ୨ୟ ଏବଂ ୩ୟ ପର୍ଯ୍ୟାୟରେ କ୍ଷେପଣାସ୍ତ୍ର, ଡ୍ରୋନ ଠିକଣା ଏବଂ ଅସ୍ତ୍ରଶସ୍ତ୍ର ଉତ୍ପାଦନ କେନ୍ଦ୍ରକୁ ଲକ୍ଷ୍ୟ କରି ଆକ୍ରମଣ କରାଯାଇଥିଲା। ଆକ୍ରମଣ ସମୟରେ ଜୋର୍ଡାନ, ଇରାକ ଏବଂ ସିରିୟା ଉପରେ ଇସ୍ରାଏଲ ଯୁଦ୍ଧ ବିମାନ ଉଡ଼ୁଥିବା ଦେଖିବାକୁ ମିଳିଥିଲା।
ଇସ୍ରାଏଲ୍ ଆକ୍ରମଣ ଉପରେ ଆମେରିକାର ହ୍ୱାଇଟ୍ ହାଉସ୍ କହିଛି ଯେ ଇସ୍ରାଏଲ ଆତ୍ମରକ୍ଷା ପାଇଁ ଇରାନରେ ଉପରେ ଏହି ଟାର୍ଗେଟ କରିଛି। ଚଳିତ ମାସ ଆରମ୍ଭରେ ତେହେରାନ ଇସ୍ରାଏଲଏ ଉପରେ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ଆକ୍ରମଣ କରିଥିଲା। ଏହାର ଜବାବରେ ଇସ୍ରାଏଲ ଏହି ଆକ୍ରମଣ କରିଛି।




