ସୁପ୍ରିମକୋର୍ଟଙ୍କ ଗୁରୁତ୍ତ୍ୱପୂର୍ଣ୍ଣ ରାୟ ସମସ୍ତ ମହିଳାଙ୍କୁ ଗର୍ଭପାତ ଅଧିକାର
ନୂଆଦିଲ୍ଲୀ : ସୁପ୍ରିମକୋର୍ଟଙ୍କ ଐତିହାସିକ ରାୟ । ଦେଶରେ ସମସ୍ତ ମହିଳା ସୁରକ୍ଷିତ ଓ ବୈଧ ଉପାୟରେ କରିପାରିବେ ଗର୍ଭପାତ I ବିବାହିତ ମହିଳାମାନଙ୍କ ପରି ଅବିବାହିତ ମହିଳା ମଧ୍ୟ ଏହି ଉପାୟ ଅବଲମ୍ବନ କରିପାରିବେ I ମହିଳା ମାନଙ୍କ ମଧ୍ୟରେ ପାର୍ଥକ୍ୟ ସୃଷ୍ଟି କରିବା ଅସାମ୍ବିଧାନିକ ବୋଲି ସର୍ବୋଚ୍ଚ ଅଦାଲତ କହିଛନ୍ତି। ଏହି ଗୁରୁତ୍ୱପୂର୍ଣ୍ଣ ବିଚାରରେ ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି ଯେ ମେଡିକାଲ୍ ଟର୍ମିନେସନ୍ ଅଫ୍ ଗର୍ଭଧାରଣ (MTP) ଅଧିନିୟମ ଅନୁଯାୟୀ ୨୪ ସପ୍ତାହରେ ସମସ୍ତଙ୍କର […]
ନୂଆଦିଲ୍ଲୀ : ସୁପ୍ରିମକୋର୍ଟଙ୍କ ଐତିହାସିକ ରାୟ । ଦେଶରେ ସମସ୍ତ ମହିଳା ସୁରକ୍ଷିତ ଓ ବୈଧ ଉପାୟରେ କରିପାରିବେ ଗର୍ଭପାତ I ବିବାହିତ ମହିଳାମାନଙ୍କ ପରି ଅବିବାହିତ ମହିଳା ମଧ୍ୟ ଏହି ଉପାୟ ଅବଲମ୍ବନ କରିପାରିବେ I ମହିଳା ମାନଙ୍କ ମଧ୍ୟରେ ପାର୍ଥକ୍ୟ ସୃଷ୍ଟି କରିବା ଅସାମ୍ବିଧାନିକ ବୋଲି ସର୍ବୋଚ୍ଚ ଅଦାଲତ କହିଛନ୍ତି। ଏହି ଗୁରୁତ୍ୱପୂର୍ଣ୍ଣ ବିଚାରରେ ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି ଯେ ମେଡିକାଲ୍ ଟର୍ମିନେସନ୍ ଅଫ୍ ଗର୍ଭଧାରଣ (MTP) ଅଧିନିୟମ ଅନୁଯାୟୀ ୨୪ ସପ୍ତାହରେ ସମସ୍ତଙ୍କର ଗର୍ଭପାତ କରିବାର ଅଧିକାର ରହିଛି। ଏହି ଅଧିକାରରେ ମହିଳା ବିବାହିତ କି ଅବିବାହିତ ତାହା ଗୁରୁତ୍ୱପୂର୍ଣ୍ଣ ନୁହେଁ I ଏମଟିପି ଆକ୍ଟ ଅନୁଯାୟୀ ଅବିବାହିତ ମହିଳାଙ୍କର ଗର୍ଭପାତ କରିବାର ଅଧିକାର ରହିଛି। ଭାରତରେ ପ୍ରଚଳିତ ଗର୍ଭପାତ ଆଇନରେ ମଧ୍ୟ ବିବାହିତ ଓ ଅବିବାହିତ ମହିଳାଙ୍କ ମଧ୍ୟରେ କୌଣସି ପାର୍ଥକ୍ୟ ନାହିଁ।
ସେହିପରି ଜଷ୍ଟିସ୍ ଡି.ଓ୍ବାଇ ଚନ୍ଦ୍ରଚୂଡଙ୍କ ଅଧ୍ୟକ୍ଷତାରେ ଏକ ତିନିଜଣିଆ ଖଣ୍ଡପୀଠ ଶୁଣାଣି କରି କହିଛନ୍ତି, ‘ବିବାହିତ ମହିଳାମାନେ ମଧ୍ୟ ଦୁଷ୍କର୍ମ ପୀଡିତା ହୋଇପାରନ୍ତି । ସହମତି ବିନା ବଳପୂର୍ବକ ଶାରୀରିକ ସମ୍ବନ୍ଧ ରଖିବା ମାମଲା ବୃଦ୍ଧିପାଉଛି । ଏଭଳି ମାମଲାରେ ମହିଳା କିମ୍ବା ଯୁବତୀ ଜୋରଜବରଦସ୍ତ ଗର୍ଭବତୀ ହୁଅନ୍ତି । ତେଣୁ ଏଭଳି ମାମଲା ସାମ୍ନାକୁ ଆସିଲେ ତାହା ଦୁଷ୍କର୍ମ ଭାବେ ଧରାଯିବ । ଯଦି ପୀଡିତା ମହିଳା କିମ୍ବା ଯୁବତୀ ଅଭିଯୋଗ କରନ୍ତି ତେବେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ’। ଯଦି ଜଣେ ମହିଳା ନିଜର ସ୍ୱାମୀ କିମ୍ବା ଅନ୍ୟ ଯେକୌଣସି ବ୍ୟକ୍ତିଙ୍କ ଦ୍ୱାରା ଦୁଷ୍କର୍ମର ଶିକାର ହୋଇଥିବା ଦାବି କରୁଛନ୍ତି, ତା’ହେଲେ ବିନା ଏଫଆଇଆରରେ ସୁରକ୍ଷିତ ଗର୍ଭପାତ କରାଯାଇ ପାରିବ ବୋଲି ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ଼ଙ୍କ ନେତୃତ୍ୱାଧୀନ ଖଣ୍ଡପୀଠ କହିଛନ୍ତି ସେହିଭଳି ପୋକ୍ସ କୋର୍ଟ ଅନୁଯାୟୀ ନାବାଳିକା ଗର୍ଭପାତକୁ ମଧ୍ୟ ଆଇନ ସମ୍ମତ କରିଛନ୍ତି I
୨୦୨୧ର ସଂଶୋଧନ ପରେ ଗର୍ଭବତୀ ଆଇନର ମେଡିକାଲ ଟର୍ମିନେସନ୍ ଧାରା -3ରେ ସ୍ୱାମୀଙ୍କ ବଦଳରେ ପାର୍ଟନର ଶବ୍ଦ ବ୍ୟବହାର କରାଯାଉଥିବା ସୁପ୍ରିମକୋର୍ଟ କହିଛନ୍ତି ।
ଭାରତରେ ୬୦ ପ୍ରତିଶତ ମହିଳା ଅସୁରକ୍ଷିତ ଭାବେ ଗର୍ଭପାତ କରୁଛନ୍ତି । ଭାରତରେ ମାତୃ ମୃତ୍ୟୁହାର ବୃଦ୍ଧି ପାଇବାରେ ଅସୁରକ୍ଷିତ ଗର୍ଭପାତ ତୃତୀୟ ବଡ କାରଣ । ଗର୍ଭପାତ ଆଇନ ଅନୁଯାୟୀ, ଗର୍ଭଧାରଣର ୨୪ ସପ୍ତାହ ପର୍ଯ୍ୟନ୍ତ ମହିଳାମାନଙ୍କୁ ଗର୍ଭପାତ କରିବାକୁ ଅନୁମତି ଦିଆଯାଇଛି
ଗତ ମାସରେ ସୁପ୍ରିମକୋର୍ଟ ଜଣେ ୨୫ ବର୍ଷୀୟ ଅବିବାହିତ ଯୁବତୀଙ୍କୁ ୨୪ ସପ୍ତାହ ପରେ ଗର୍ଭପାତ ଅନୁମତି ଦେଇ ଚର୍ଚ୍ଚାକୁ ଆସିଥିଲେ । ଏହାକୁ ବିରୋଧ କରି ଅଭିଯୋଗ କରାଯାଇଥିଲା । ସେହି ସମୟରେ ଦିଲ୍ଲୀ ହାଇକୋର୍ଟ ଗର୍ଭପାତ କରାଇବାର ଅନୁମତି ଦେଇ ନ ଥିଲେ I ଏହାପରେ ସେ ସର୍ବୋଚ୍ଚନ୍ୟାୟାଳୟ ର ଦ୍ୱାରସ୍ଥ ହୋଇଥିଲେ I ଯାହାର ଶୁଣାଣୀ କରି ସୁପ୍ରିମକୋର୍ଟ ଉପରୋକ୍ତ ଶୁଣାଣୀ କରିଛନ୍ତି ।




