ଗୁଜୁରାଟ ଗସ୍ତରେ ଯାଇ ଅହମଦାବାଦ ମେଟ୍ରୋ ରେଲ୍ ପ୍ରୋଜେକ୍ଟର ଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଗୁଜୁରାଟ ଗସ୍ତର ଆଜି ହେଉଛି ଦ୍ୱିତୀୟ ଦିନ। ଆଜି ପ୍ରଧାନମନ୍ତ୍ରୀ ଗାନ୍ଧୀନଗର ଏବଂ ମୁମ୍ଵାଇ ମଧ୍ୟରେ ଚାଲିବାକୁ ଥିବା ବନ୍ଦେ ଭାରତ ଏକ୍ସପ୍ରେସ୍‌ ଟ୍ରେନ୍‌ର ଶୁଭାରମ୍ଭ କରିଛନ୍ତି । ଏହା ସହ ଅହମଦାବାଦ ମେଟ୍ରୋ ରେଳ ପରିଯୋଜନାର ମଧ୍ୟ ଉଦ୍‌ଘାଟନ କରିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ବନ୍ଦେ ଭାରତ ଟ୍ରେନ୍‌କୁ ଉଡାଜାହାଜର ବିକଳ୍ପ ବୋଲି କହିଛନ୍ତି। ବନ୍ଦେ ଭାରତ ରେଳରେ ପ୍ରଧାନମନ୍ତ୍ରୀ କାଲୁପୁର ଷ୍ଟେସନ ପର୍ଯ୍ୟନ୍ତ ଯାଇଥିଲେ I ଅହମଦାବାଦରେ ଲୋକମାନଙ୍କୁ ସମ୍ବୋଧିତ […]

Samaya Live Picture
Published On

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଗୁଜୁରାଟ ଗସ୍ତର ଆଜି ହେଉଛି ଦ୍ୱିତୀୟ ଦିନ। ଆଜି ପ୍ରଧାନମନ୍ତ୍ରୀ ଗାନ୍ଧୀନଗର ଏବଂ ମୁମ୍ଵାଇ ମଧ୍ୟରେ ଚାଲିବାକୁ ଥିବା ବନ୍ଦେ ଭାରତ ଏକ୍ସପ୍ରେସ୍‌ ଟ୍ରେନ୍‌ର ଶୁଭାରମ୍ଭ କରିଛନ୍ତି । ଏହା ସହ ଅହମଦାବାଦ ମେଟ୍ରୋ ରେଳ ପରିଯୋଜନାର ମଧ୍ୟ ଉଦ୍‌ଘାଟନ କରିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ବନ୍ଦେ ଭାରତ ଟ୍ରେନ୍‌କୁ ଉଡାଜାହାଜର ବିକଳ୍ପ ବୋଲି କହିଛନ୍ତି। ବନ୍ଦେ ଭାରତ ରେଳରେ ପ୍ରଧାନମନ୍ତ୍ରୀ କାଲୁପୁର ଷ୍ଟେସନ ପର୍ଯ୍ୟନ୍ତ ଯାଇଥିଲେ I

ଅହମଦାବାଦରେ ଲୋକମାନଙ୍କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଆଜି ଏହା ମୋ ପାଇଁ ଗୌରବର ବିଷୟ। ସମୟ ବଦଳିବା ସହିତ ଏବଂ ଆବଶ୍ୟକତା ବଢିବା ସହିତ ଆମ ସହର ଗୁଡ଼ିକର ନିରନ୍ତର ଆଧୁନିକୀରଣ ହେବା ଉଚିତ୍। ସହରରେ ଟ୍ରାନ୍ସପୋର୍ଟ ସିଷ୍ଟମ ଆଧୁନିକ କରିବା ଆବଶ୍ୟକ। ଭାରତକୁ ସହର ଗୁଡ଼ିକ ଠାରୁ ନୂଆ ଗତି ମିଳିଛି। ଆଜି ଗାନ୍ଧୀନଗର ରେଲୱେ ଷ୍ଟେସନ ଦୁନିଆର କୌଣସି ବିମାନବନ୍ଦର ଠାରୁ କମ୍ ନୁହେଁ। ଭାରତ ସରକାର ଅହମଦାବାଦ ରେଲୱେ ଷ୍ଟେସନକୁ ଅଧୁନିକୀକରଣ କରିବା ପାଇଁ ସ୍ଵୀକୃତି ଦେଇସାରିଛନ୍ତି।

ମୋଦି ପୁଣି କହିଛନ୍ତି ଯେ, ସହର ଗୁଡ଼ିକର ବିକାଶ ଉପରେ ସରକାର ଅଧିକ ଫୋକସ୍ ଦେଉଛନ୍ତି। କାରଣ ଆଗାମୀ ୨୫ ବର୍ଷ ମଧ୍ୟରେ ବିକଶିତ ଭାରତର ନିର୍ମାଣରେ ଏହି ସହର ଗୁଡ଼ିକ ସୁନିଶ୍ଚିତ କରିବେ। ଏହି ନିବେଶ କେବଳ କନେକ୍ଟିଭିଟି ସହିତ ସୀମିତ ନାହିଁ। ସହର ଗୁଡ଼ିକରେ ସ୍ମାର୍ଟ ସୁବିଧା କରାଯାଉଛି। ଟ୍ଵିଟ୍ ସିଟିର ବିକାଶ କିଭଳି ହେଉଛି ଗାନ୍ଧୀନଗର ଏବଂ ଅହମଦାବାଦ ତାହାର ଉଦାହରଣ। ଆମେ ପୂର୍ବରୁ କେବଳ ନ୍ୟୁୟର୍କ ଏବଂ ନ୍ୟୁଜର୍ସି ଟ୍ଵିନ୍ ସିଟି ବିଷୟରେ ଶୁଣୁଥିଲେ। ଏବେ ଗାନ୍ଧୀନଗର ଏବଂ ଅହମଦାବାଦରେ ଏଭଳି ବିକାଶ ହୋଇଛି। ଏବେ ପୁରୁଣା ସହର ଗୁଡ଼ିକର ସୁଧାର ଏବଂ ବିସ୍ତାର ଉପରେ ଫୋକସ୍ କରିବା ସହ ନୂଆ ସହର ନିର୍ମାଣ କରାଯିବ।

Tags: