ସଲମାନଙ୍କୁ ଧମକ ଦେଇଥିବା ବ୍ୟକ୍ତି ଗିରଫ

ନୂଆଦିଲ୍ଲୀ: ଲରେନ୍ସ ବିଷ୍ଣୋଇ ନାଁରେ ସଲମାନ ଖାନଙ୍କୁ ଧମକ ଦେଇଥିବା ବ୍ୟକ୍ତିଙ୍କୁ ଗିରଫ କରିଛି ପୁଲିସ। ମୁମ୍ବାଇ ପୁଲିସ ଝାରଖଣ୍ଡର ଜାମଶେଦପୁରର ଅଭିଯୁକ୍ତଙ୍କୁ ଗିରଫ କରିଛି। ମୁମ୍ବାଇ ପୁଲିସର ସୂଚନାନୁସାରେ, ଗତ ସପ୍ତାହରେ ସଲମାନଙ୍କୁ ଧମକପୂର୍ଣ୍ଣ ମେସେଜ ଆସିଥିଲା। ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇ ସହ ବୁଝାମଣା କରିବା ପାଇଁ ୫ କୋଟି ଟଙ୍କା ମଗିଥିଲା ଅଭିଯୁକ୍ତ। ନଚେତ୍ ପରିଣାମ ଭୟଙ୍କର ହେବ ବୋଲି ଧମକ ମିଳିଥିଲା। ମୁମ୍ପାଇ ଟ୍ରାଫିକ୍ ପୁଲିସ ଏହି ଧମକପୂର୍ଣ୍ଣ ମେସେଜ୍ ପାଇବା ପରେ ତଦନ୍ତ […]

Samaya Live Picture
Published On

ନୂଆଦିଲ୍ଲୀ: ଲରେନ୍ସ ବିଷ୍ଣୋଇ ନାଁରେ ସଲମାନ ଖାନଙ୍କୁ ଧମକ ଦେଇଥିବା ବ୍ୟକ୍ତିଙ୍କୁ ଗିରଫ କରିଛି ପୁଲିସ। ମୁମ୍ବାଇ ପୁଲିସ ଝାରଖଣ୍ଡର ଜାମଶେଦପୁରର ଅଭିଯୁକ୍ତଙ୍କୁ ଗିରଫ କରିଛି। ମୁମ୍ବାଇ ପୁଲିସର ସୂଚନାନୁସାରେ, ଗତ ସପ୍ତାହରେ ସଲମାନଙ୍କୁ ଧମକପୂର୍ଣ୍ଣ ମେସେଜ ଆସିଥିଲା। ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇ ସହ ବୁଝାମଣା କରିବା ପାଇଁ ୫ କୋଟି ଟଙ୍କା ମଗିଥିଲା ଅଭିଯୁକ୍ତ। ନଚେତ୍ ପରିଣାମ ଭୟଙ୍କର ହେବ ବୋଲି ଧମକ ମିଳିଥିଲା। ମୁମ୍ପାଇ ଟ୍ରାଫିକ୍ ପୁଲିସ ଏହି ଧମକପୂର୍ଣ୍ଣ ମେସେଜ୍ ପାଇବା ପରେ ତଦନ୍ତ ଆରମ୍ଭ କରିଥିଲା। ଜାମଶେଦପୁରର ସ୍ଥାନୀୟ ପୁଲିସ ସହାୟତାରେ ତଦନ୍ତ ଆରମ୍ଭ କରିଥିଲା ମୁମ୍ବାଇ ଟ୍ରାଫିକ୍ ପୁଲିସ। ଏବେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଜାମଶେଦପୁରରୁ ଅଭିଯୁକ୍ତକୁ ଗିରଫ କରିଛି ପୁଲିସ। ଏହାପରେ ତାଙ୍କୁ ମୁମ୍ବାଇ ଅଣାଯିବ।

Tags: