ଶିଳ୍ପ ଜଗତର ରତ୍ନ ରତନ ଟାଟାଙ୍କ ପରଲୋକ

ନୂଆଦିଲ୍ଲୀ : ଭାରତର ବିଶିଷ୍ଟ ଉଦ୍ୟୋଗପତି ରତନ ଟାଟା ଙ୍କ ପରଲୋକ । ରତନ ଙ୍କ ବିୟୋଗରେ ଭାରତୀୟ ଶିଳ୍ପ ଜଗତରେ ଘଟିଛି ଅପୂରଣୀୟ କ୍ଷତି। ବୁଧବାର ବିଳମ୍ବିତ ରାତିରେ ମୁମ୍ବାଇ ସ୍ଥିତ ବ୍ରିଜ କ୍ୟାଣ୍ଡି ହସ୍ପିଟାଲରେ ୮୬ ବର୍ଷ ବୟସରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ବୟସାଧିକ୍ୟ ଜନିତ ସ୍ବାସ୍ଥ୍ୟ ସମସ୍ୟା ଲାଗି ଗତକାଲି ସେ ମୁମ୍ବାଇର ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲ୍‌ରେ ଭର୍ତ୍ତି ହୋଇଥିଲେ । ଅବସ୍ଥା ସଙ୍କଟାପନ୍ନ ହୋଇପଡ଼ିବାରୁ ତାଙ୍କୁ ଇଣ୍ଟେନ୍‌ସିଭ୍ […]

Samaya Live Picture
Published On

ନୂଆଦିଲ୍ଲୀ : ଭାରତର ବିଶିଷ୍ଟ ଉଦ୍ୟୋଗପତି ରତନ ଟାଟା ଙ୍କ ପରଲୋକ । ରତନ ଙ୍କ ବିୟୋଗରେ ଭାରତୀୟ ଶିଳ୍ପ ଜଗତରେ ଘଟିଛି ଅପୂରଣୀୟ କ୍ଷତି। ବୁଧବାର ବିଳମ୍ବିତ ରାତିରେ ମୁମ୍ବାଇ ସ୍ଥିତ ବ୍ରିଜ କ୍ୟାଣ୍ଡି ହସ୍ପିଟାଲରେ ୮୬ ବର୍ଷ ବୟସରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ବୟସାଧିକ୍ୟ ଜନିତ ସ୍ବାସ୍ଥ୍ୟ ସମସ୍ୟା ଲାଗି ଗତକାଲି ସେ ମୁମ୍ବାଇର ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲ୍‌ରେ ଭର୍ତ୍ତି ହୋଇଥିଲେ । ଅବସ୍ଥା ସଙ୍କଟାପନ୍ନ ହୋଇପଡ଼ିବାରୁ ତାଙ୍କୁ ଇଣ୍ଟେନ୍‌ସିଭ୍ କେୟାର ୟୁନିଟ୍‌ରେ ରଖାଯାଇଥିଲା।

୧୯୩୭ ଡିସେମ୍ବର ୨୮ ତାରିଖରେ ଏକ ପାର୍ସି ପରିବାରରେ ରତନ ଟାଟାଙ୍କ ଜନ୍ମ ହୋଇଥିଲା। ରତନ ଟାଟା ଭାରତୀୟ ଉଦ୍ୟୋଗକୁ ବିଶ୍ବ ମଞ୍ଚରେ ପ୍ରତିଷ୍ଠିତ ଓ ଉପସ୍ଥାପିତ କରିବାରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ । ଶିଳ୍ପ କ୍ଷେତ୍ର ଭଳି ଉଲ୍ଲେଖନୀୟ ଅବଦାନ ପାଇଁ ଭାରତ ସରକାର ତାଙ୍କୁ ୨୦୦୦ରେ ପଦ୍ମଭୂଷଣ ଓ ୨୦୦୮ରେ ପଦ୍ମବିଭୂଷଣ ସମ୍ମାନ ପ୍ରଦାନ କରିଥିଲେ। କେବଳ ଭାରତ ନୁହେଁ ବିଶ୍ବବ୍ୟାପୀ ସେ ଥିଲେ ଜଣେ ପରିଚିତ ଶିଳ୍ପପତି। ତାଙ୍କୁ ଅର୍ଡର ଅଫ୍‌ ଅଷ୍ଟ୍ରେଲିଆ, ବ୍ରିଟିଶ ସରକାରଙ୍କ ନାଇଟ୍‌ ଗ୍ରାଣ୍ଡ କ୍ରସ୍‌ ଉପାଧି ପ୍ରଦାନ କରିଥିଲେ।

ସମଗ୍ର ଦେଶ ମା’ ଦୁର୍ଗାଙ୍କ ପୂଜା ପାଇଁ ଉତ୍ସବମୁଖର । ଅଚାନକ ପଦ୍ମବିଭୂଷଣ ରତନ ନଭଲ ଟାଟାଙ୍କ ପରଲୋକ ଖବର ପାଇ ରାଜନୈତିକ ମହଲ, ଖେଳ ଦୁନିଆ, ବଲିଉଡ, ଉଦ୍ୟୋଗ ଜଗତ ସବୁଠି ଶୋକର ଛାୟା । କେତେକ ତାଙ୍କ ଶୋକ ବାର୍ତ୍ତାରେ ଏହି କିମ୍ବଦନ୍ତୀ ବ୍ୟକ୍ତିତ୍ୱଙ୍କୁ ମା’ ଦୁର୍ଗାଙ୍କ ଟାଇଗର ଭାବେ ବର୍ଣ୍ଣନା କରିଛନ୍ତି । କହିଛନ୍ତି, ମା’ଙ୍କ ପୂଜା ବେଳେ ତାଙ୍କ ଟାଇଗର ଚାଲିଗଲେ ।

ପରଲୋକରେ ରତନ ଟାଟା । କିନ୍ତୁ ତାଙ୍କ ଶେଷ ଇନ୍‌ଷ୍ଟାଗ୍ରାମ ପୋଷ୍ଟ ଅନେକଙ୍କ ଆଖିରେ ଏବେ ଲୁହ ଆଣିଛି । ଦୁଇ ଦିନ ତଳେ ରତନ ଅସୁସ୍ଥ ହୋଇ ମେଡ଼ିକାଲରେ ଭର୍ତ୍ତି ହୋଇଥିଲେ । ଏହି ଖବର ବିଭିନ୍ନ ମହଲରେ ଉଦ୍‌ବେଗ ସୃଷ୍ଟି କରିଥିବା ବେଳେ ସ୍ୱାସ୍ଥ୍ୟ ଯାଞ୍ଚ ପରେ ରତନ ତାଙ୍କ ଇନ୍‌ଷ୍ଟାଗ୍ରାମ ପୋଷ୍ଟରେ ଲେଖିଥିଲେ ‘ଥ୍ୟାଙ୍କ୍‌ ୟୁ ଫର୍‌ ଥିଙ୍କିଙ୍ଗ ଅଫ୍‌ ମି (ମୋ ପାଇଁ ଭାଗୁଥିବାରୁ ଧନ୍ୟବାଦ)’ । ଏହା ଥିଲା ତାଙ୍କର ଶେଷ ପୋଷ୍ଟ ।

ରତନ ଟାଟାଙ୍କ ପରଲୋକରେ ବହୁ ବିଶିଷ୍ଟ ବ୍ୟକ୍ତି ଶୋକ ପ୍ରକାଶ କରିଛନ୍ତି । ଭାରତ ଜଣେ କର୍ପୋରେଟ ଆଇକନଙ୍କୁ ହରାଇଲା ବୋଲି ଟ୍ବିଟ କରି କହିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଟାଟାକୁ ବିଶ୍ବସ୍ତରୀୟ କରିବାରେ ତାଙ୍କ ଭୂମିକା ଅବିସ୍ମରଣୀୟ। ଦେଶ ପାଇଁ ତାଙ୍କର ଅବଦାନ ତାଙ୍କୁ ଚିର ସ୍ମରଣୀୟ ରଖିବ । ଟ୍ବିଟ୍ କରି ଗଭୀର ଶୋକ ବ୍ୟକ୍ତ କଲେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ଶିକ୍ଷା, ସ୍ବାସ୍ଥ୍ୟ ଓ ଜନ କଲ୍ୟାଣ କାର୍ଯ୍ୟ ତାଙ୍କୁ ସ୍ମରଣୀୟ ରଖିବ। ଦେଶ ଜଣେ ଦୂରଦ୍ରଷ୍ଟା ଶିଳ୍ପନେତାଙ୍କୁ ହରାଇଲା । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଓ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଟ୍ବିଟ କରି ଗଭୀର ଶୋକ ପ୍ରକାଶ କରିଛନ୍ତି ।

ସେହିପରି ବିଶିଷ୍ଟ ଶିଳ୍ପପତି ରତନ ଟାଟାଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଶୋକ ପ୍ରକାଶ କରିଛନ୍ତି । ଶ୍ରୀ ମାଝୀ ଶୋକବାର୍ତ୍ତାରେ କହିଛନ୍ତି ଚାଲିଗଲେ ଶିଳ୍ପ ଜଗତର ଉଜ୍ଜ୍ୱଳ ତାରକା । ରତନ ଟାଟାଙ୍କ ଦେଶର ଶିଳ୍ପ ବିକାଶରେ ପ୍ରମୁଖ ଅବଦାନ ରହିଛି । ତାଙ୍କ ଆଦର୍ଶ ଓ କାର୍ଯ୍ୟାବଳୀ ଆଗାମୀ ପିଢିକୁ ପ୍ରେରଣା ଯୋଗାଇବ ।

ଧର୍ମେନ୍ଦ୍ର କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୋକ ପ୍ରକାଶ କରି କହିଛନ୍ତି ଭାରତ ନିର୍ମାଣର ଟାଇଟାନ୍‌ ଚାଲିଗଲେ । ସ୍ୱର୍ଗତ ରତନ ଟାଟା ସୁନାର ହୃଦୟର ମଣିଷ ଥିଲେ । ଦେଶର ଶିଳ୍ପ ବିକାଶ ଓ ସମାଜସେବାରେ ତାଙ୍କ ଯୋଗଦାନ ସବୁବେଳେ ମନେ ରହିବ । ସିଏ ଏପରି ଜଣେ ଶିଳ୍ପପତି ଯିଏ ସମାଜକୁ କିଛି ଦେବାରେ ବିଶ୍ୱାସ କରୁଥିଲେ । କୋଟି କୋଟି ଯୁବକଙ୍କୁ ସେ ସର୍ବଦା ପ୍ରେରଣା ଦାୟୀ ହୋଇ ରହିବେ । ତାଙ୍କ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ଶ୍ରୀ ପ୍ରଧାନ ସମବେଦନା ଜଣାଇବା ସହ ଅମର ଆତ୍ମାର ସଦଗତି ନିମନ୍ତେ ପ୍ରାର୍ଥନା କରିଛନ୍ତି ।

Tags: