ଯୁଦ୍ଧର ପ୍ରଭାବ,ଖସିଲା ସେୟାର ବଜାର

ମୁମ୍ବାଇ : ଇରାନ୍-ଇସ୍ରାଏଲ୍ ଯୁଦ୍ଧକୁ ନେଇ ଦୋହଲିଲା ସେୟାର ବଜାର । ହ୍ରାସ ପାଇଲା ମୁମ୍ବାଇ ଷ୍ଟକ ଏକ୍ସଚେଞ୍ଜର ସୂଚକାଙ୍କ ସେନସେକ୍ସ। କାରବାର ଆରମ୍ଭରୁ ଖସିଲା ଉଭୟ ସେନସେକ୍ସ ଓ ନିଫ୍ଟି। ଆଜି କାରବାର ଆରମ୍ଭରୁ ସେନସେକ୍ସ ୫୦୦ ପଏଣ୍ଟ ହ୍ରାସ ପାଇଥିବା ଦେଖାଦେଇଛି। ସେହିଭଳି ନିଫ୍ଟି ସୂଚକାଙ୍କ ମଧ୍ୟ ୨୦୦ ପଏଣ୍ଟ ଖସିଛି। ମାର୍କେଟର ପ୍ରମୁଖ ସୂଚକାଙ୍କ ସେନସେକ୍ସ ୭୫୯.୦୭ ପଏଣ୍ଟ ହ୍ରାସ ପାଇବା ପରେ ୮୧,୬୪୯.୧୦ ରେ କାରବାର କରୁଛି। ୩୦ ମିନିଟ୍ ମଧ୍ୟରେ […]

ଯୁଦ୍ଧର ପ୍ରଭାବ,ଖସିଲା ସେୟାର ବଜାର
Samaya Live Picture
Published On

ମୁମ୍ବାଇ : ଇରାନ୍-ଇସ୍ରାଏଲ୍ ଯୁଦ୍ଧକୁ ନେଇ ଦୋହଲିଲା ସେୟାର ବଜାର । ହ୍ରାସ ପାଇଲା ମୁମ୍ବାଇ ଷ୍ଟକ ଏକ୍ସଚେଞ୍ଜର ସୂଚକାଙ୍କ ସେନସେକ୍ସ। କାରବାର ଆରମ୍ଭରୁ ଖସିଲା ଉଭୟ ସେନସେକ୍ସ ଓ ନିଫ୍ଟି। ଆଜି କାରବାର ଆରମ୍ଭରୁ ସେନସେକ୍ସ ୫୦୦ ପଏଣ୍ଟ ହ୍ରାସ ପାଇଥିବା ଦେଖାଦେଇଛି। ସେହିଭଳି ନିଫ୍ଟି ସୂଚକାଙ୍କ ମଧ୍ୟ ୨୦୦ ପଏଣ୍ଟ ଖସିଛି।

ମାର୍କେଟର ପ୍ରମୁଖ ସୂଚକାଙ୍କ ସେନସେକ୍ସ ୭୫୯.୦୭ ପଏଣ୍ଟ ହ୍ରାସ ପାଇବା ପରେ ୮୧,୬୪୯.୧୦ ରେ କାରବାର କରୁଛି। ୩୦ ମିନିଟ୍ ମଧ୍ୟରେ ନିବେଶକମାନେ ୩ ଲକ୍ଷ କୋଟି ଟଙ୍କାରୁ ଅଧିକ କ୍ଷତି ସହିଛନ୍ତି । ସେନସେକ୍ସର ୩୦ଟି କମ୍ପାନୀ ମଧ୍ୟରୁ ୨୫ଟି କମ୍ପାନୀ ଲାଲ ରଙ୍ଗରେ କାରବାର କରୁଥିବାବେଳେ ୫ଟିରେ ସାମାନ୍ୟ ବୃଦ୍ଧି ଦେଖିବାକୁ ମିଳୁଛି । ପ୍ରତିରକ୍ଷା କ୍ଷେତ୍ରରେ ବୃଦ୍ଧି ଦେଖାଯାଉଥିବା ବେଳେ, ଫାର୍ମା ସମେତ ଟେକ୍ନୋଲୋଜି, ଅଟୋ କ୍ଷେତ୍ରର ସେୟାର ଚାପରେ କାରବାର କରୁଛି ।

ନିଫ୍ଟି ୫୦ ନିଜର ପୂର୍ବ ବନ୍ଦ ସ୍ତର ୨୫,୧୧୨.୪୦ ତୁଳନାରେ ୨୪,୯୩୯.୫୦ ରେ ଖୋଲିଛି ଏବଂ ପ୍ରାୟ ୧ ପ୍ରତିଶତ ହ୍ରାସ ପାଇ ୨୪,୮୯୧ର ସର୍ବନିମ୍ନ ସ୍ତରରେ କାରବାର କରୁଛି। ଗତ ୧୦ ଦିନ ଧରି ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଚାଲିଥିବା ଯୁଦ୍ଧର ପ୍ରଭାବ ବଜାର ଉପରେ ଦେଖିବାକୁ ମିଳୁଛି । ଆମେରିକାର ଯୁଦ୍ଧରେ ପ୍ରବେଶ ଯୋଗୁଁ ଉତ୍ତେଜନା ଆହୁରି ବୃଦ୍ଧି ପାଇଛି, ଯାହା ଯୋଗୁଁ ଆଜି ଭାରତୀୟ ବଜାର ଉପରେ ଚାପ ଦେଖିବାକୁ ମିଳୁଛି । BSE ବଜାର ପ୍ରାୟ ୩ଲକ୍ଷ କୋଟି ଟଙ୍କା ହ୍ରାସ ପାଇଛି ।

Tags: