ମାସର ପ୍ରଥମ ଦିନରେ ମିଳିଲା ଖୁସି ଖବର, ଏଲପିଜି ସିଲିଣ୍ଡର ମୂଲ୍ୟରେ ହ୍ରାସ
ନୂଆଦିଲ୍ଲୀ : ଏଲପିଜି ସିଲିଣ୍ଡର ଉପଭୋକ୍ତ ଙ୍କ ପାଇଁ ଖୁସି ଖବର I ମାସର ପ୍ରଥମ ଦିନରେ ଖସିଲା ଏଲପିଜି ସିଲିଣ୍ଡର ମୂଲ୍ୟ I ୩ ମାସ ମଧ୍ୟରେ ୨ୟ ଥର ପାଇଁ ପେଟ୍ରୋଲ ଏବଂ ଡିଜେଲର ଦର ହ୍ରାସ ହୋଇଛି । ବାଣିଜ୍ୟିକ ସିଲିଣ୍ଡର ର ମୂଲ୍ୟ ଏଥର ୯୧ .୫ ଟଙ୍କା ପର୍ଯ୍ୟନ୍ତ ହ୍ରାସ ପାଇଛି। ତେବେ ଘରୋଇ ରନ୍ଧନ ଗ୍ୟାସ (୧୪.୨ କେଜି)ର ମୂଲ୍ୟରେ କୌଣସି ପରିବର୍ତନ କରାଯାଇ ନାହିଁ I ଏହା […]
ନୂଆଦିଲ୍ଲୀ : ଏଲପିଜି ସିଲିଣ୍ଡର ଉପଭୋକ୍ତ ଙ୍କ ପାଇଁ ଖୁସି ଖବର I ମାସର ପ୍ରଥମ ଦିନରେ ଖସିଲା ଏଲପିଜି ସିଲିଣ୍ଡର ମୂଲ୍ୟ I ୩ ମାସ ମଧ୍ୟରେ ୨ୟ ଥର ପାଇଁ ପେଟ୍ରୋଲ ଏବଂ ଡିଜେଲର ଦର ହ୍ରାସ ହୋଇଛି । ବାଣିଜ୍ୟିକ ସିଲିଣ୍ଡର ର ମୂଲ୍ୟ ଏଥର ୯୧ .୫ ଟଙ୍କା ପର୍ଯ୍ୟନ୍ତ ହ୍ରାସ ପାଇଛି। ତେବେ ଘରୋଇ ରନ୍ଧନ ଗ୍ୟାସ (୧୪.୨ କେଜି)ର ମୂଲ୍ୟରେ କୌଣସି ପରିବର୍ତନ କରାଯାଇ ନାହିଁ I ଏହା ପୂର୍ବ ଦାମରେ ମିଳିବ ।
ସେପ୍ଟେମ୍ବର ୧ ରେ ଇଣ୍ଡିଆନ୍ ଅଏଲ୍ ଦ୍ୱାରା ପ୍ରକାଶିତ ମୂଲ୍ୟ ଅନୁଯାୟୀ ରାଜଧାନୀ ଦିଲ୍ଲୀର ୧୯ କିଲୋଗ୍ରାମ ବ୍ୟବସାୟିକ ସିଲିଣ୍ଡର (ଏଲପିଜି କମର୍ସିଆଲ୍ ସିଲିଣ୍ଡର ମୂଲ୍ୟ) ୯୧ .୫ ଟଙ୍କା ଶସ୍ତା ହୋଇଛି। ଆଜିଠାରୁ ଏହି ସିଲିଣ୍ଡର ପିଛା ୧୮୮୫ ଟଙ୍କା ଦେବାକୁ ପଡିବ I ପୂର୍ବରୁ ଏହି ସିଲିଣ୍ଡର ର ମୂଲ୍ୟ ଥିଲା ୧୯୭୬ .୫୦ ଟଙ୍କା I ସେହିପରି କୋଲକାତାରେ ୧୦୦ ଟଙ୍କା, ମୁମ୍ବାଇରେ ୯୨.୫୦, ଚେନ୍ନାଇରେ ୯୬ ଟଙ୍କା ଶସ୍ତା ହୋଇଛି । ଏହି ଲାଭ ଦେଶର ପ୍ରାୟ ସବୁଠି ଗ୍ରାହକଙ୍କୁ ମିଳିବ ।
ଦିଲ୍ଲୀରେ ଆଜିଠୁ ୧୯ କେଜି ବିଶିଷ୍ଟ ସିଲିଣ୍ଡରର ଦାମ୍ ୧୯୭୬.୫୦ ଟଙ୍କା ବଦଳରେ ୧୮୮୫ ଟଙ୍କା, କୋଲକାତାରେ ୧୯୯୫.୫୦ ଟଙ୍କା, ମୁମ୍ବାଇରେ ୧୮୪୪ ଟଙ୍କା ହୋଇଯାଇଛି ।
ସୂଚନାଯୋଗ୍ୟ, ଘରୋଇ ସିଲିଣ୍ଡରର ଦାମ୍ ଜୁଲାଇ ୬ରୁ ବଦଳି ନାହିଁ । ଅର୍ଥାତ ଆଜି ବି ସିଲିଣ୍ଡର ସେହି ଦାମରେ ମିଳିବ । ଇଣ୍ଡେନ୍ ସିଲିଣ୍ଡର ଦିଲ୍ଲୀରେ ୧୦୫୩ ଟଙ୍କା, କୋଲକାତାରେ ୧୦୭୯ ଓ ମୁମ୍ବାଇରେ ୧୦୫୨ ଟଙ୍କାରେ ମିଳୁଛି ।




