ଟାଟା ଗ୍ରୁପ୍ର ପୂର୍ବତନ ଅଧ୍ୟକ୍ଷ ସାଇରସ ମିସ୍ତ୍ରୀ ଙ୍କ ର ଆସନ୍ତା କାଲି ହେବ ଅନ୍ତିମ ସଂସ୍କାର
ଗତକାଲି ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଟାଟା ଗ୍ରୁପ୍ର ପୂର୍ବତନ ଅଧ୍ୟକ୍ଷ ସାଇରସ ମିସ୍ତ୍ରୀ ଙ୍କ ର ମୃତ୍ୟୁ ହୋଇଛି I ଗୁଜୁରାଟରୁ ମୁମ୍ବାଇ ଅଭିମୁଖେ ଯାତ୍ରା କରୁଥିବା ସମୟରେ ପାଲଘର ନିକଟରେ ଏହି ସଡ଼କ ଦୁର୍ଘଟଣା ଘଟିଥିଲା I ଏହି ଦୁର୍ଘଟଣାରେ ତାଙ୍କ ସହିତ ଥିବା ଜାହାଙ୍ଗୀର ପାଣ୍ଡୋଲେ ଙ୍କର ମଧ୍ୟ ମୃତ୍ୟୁ ଘଟିଥିଲା I ସୂଚନା ଅନୁଯାୟୀ ଆଜି ମୁମ୍ବାଇ ର ଜେଜେ ହସ୍ପିଟାଲ ରେ ଉଭୟଙ୍କର ଶବ ବ୍ୟବଛେଦ ପରେ ଆସନ୍ତାକାଲି ମଙ୍ଗଳବାର […]
ଗତକାଲି ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଟାଟା ଗ୍ରୁପ୍ର ପୂର୍ବତନ ଅଧ୍ୟକ୍ଷ ସାଇରସ ମିସ୍ତ୍ରୀ ଙ୍କ ର ମୃତ୍ୟୁ ହୋଇଛି I ଗୁଜୁରାଟରୁ ମୁମ୍ବାଇ ଅଭିମୁଖେ ଯାତ୍ରା କରୁଥିବା ସମୟରେ ପାଲଘର ନିକଟରେ ଏହି ସଡ଼କ ଦୁର୍ଘଟଣା ଘଟିଥିଲା I ଏହି ଦୁର୍ଘଟଣାରେ ତାଙ୍କ ସହିତ ଥିବା ଜାହାଙ୍ଗୀର ପାଣ୍ଡୋଲେ ଙ୍କର ମଧ୍ୟ ମୃତ୍ୟୁ ଘଟିଥିଲା I ସୂଚନା ଅନୁଯାୟୀ ଆଜି ମୁମ୍ବାଇ ର ଜେଜେ ହସ୍ପିଟାଲ ରେ ଉଭୟଙ୍କର ଶବ ବ୍ୟବଛେଦ ପରେ ଆସନ୍ତାକାଲି ମଙ୍ଗଳବାର ସକାଳ ୧୦ ଟାରେ ମୁମ୍ବାଇର ୱର୍ଲି ଶ୍ମଶାନରେ ତାଙ୍କର ଅନ୍ତିମ ସତ୍କାର ହେବ ।
ଏହି ସଡ଼କ ଦୁର୍ଘଟଣାରେ ଆହତ ହୋଇଥିବା ସ୍ତ୍ରୀ ରୋଗ ବିଶେଷଜ୍ଞ ଅନାୟତା ପାଣ୍ଡୋଲ ଏବଂ ତାଙ୍କ ସ୍ୱାମୀ ଡାରିୟସ ପାଣ୍ଡୋଲଙ୍କୁ ଗୁଜୁରାଟର ଭାପିରୁ ମୁମ୍ବାଇକୁ ନିଆଯାଇଛି। ଦୁର୍ଘଟଣା ପରେ ଉଭୟଙ୍କୁ ଭାପି ସହରର ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଜଣେ ଅଧିକାରୀ କହିଛନ୍ତି ଯେ ଉଭୟ ଆହତଙ୍କୁ ଅଧିକ ଚିକିତ୍ସା ପାଇଁ ମୁମ୍ବାଇର ଜେଜେ ହସ୍ପିଟାଲ କୁ ସ୍ଥାନାନ୍ତରିତ କରାଯାଇଛି ।
ସୂଚନାନୁସାରେ ଏହି ଦୁର୍ଘଟଣା କାସା ପୋଲିସ ଷ୍ଟେସନ ପରିସରରେ ଥିବା ସୂର୍ଯ୍ୟ ନଦୀ ବ୍ରିଜରେ ଥିବା ଚାରୋଟି ନାକାରେ ଘଟିଛି I ଗତ କାଲି ଦିନ ୩ ତବେଳେ ମୁମ୍ବାଇ ରୁ ଅହମ୍ମଦାବାଦ ଯାଉଥିବାବେଳେ ଅନ୍ୟ ଏକ ଗାଡିକୁ ଓଭରଟେକ କରୁଥିବା ସମୟରେ ଡିଭାଇଡର ଦେହରେ ମାଡ଼ ହୋଇ ଏହି ଦୁର୍ଘଟଣା ଘଟିଥିଲା I ଦୁର୍ଘଟଣା ହୋଇଥିବା ମର୍ସିଡିଜ କାରକୁ ଜଣେ ପ୍ରସୂତି ବିଶେଷଜ୍ଞ ଡ.ଅନାହିତା ପାଣ୍ଡୋଲେ (୫୫) ଚଳାଉଥିଲେ । କାରରେ ବସିଥିଲେ ତାଙ୍କ ସ୍ୱାମୀ ଡାରିଅସ ପାଣ୍ଡୋଲେ (୬୦) । ପଛ ସିଟରେ ବସିଥିଲେ ଡାରିଅସଙ୍କ ଭାଇ ଜାହାଙ୍ଗୀର ପାଣ୍ଡୋଲେ ଓ ସାଇରସ ମିସ୍ତ୍ରୀ । ଏହି ଦୁର୍ଘଟଣାରେ ଜାହାଙ୍ଗୀର ଓ ସାଇରସଙ୍କ ମୃତ୍ୟୁ ହୋଇଛି । ଦୁର୍ଘଟଣା ସମୟରେ ସାଇରସ ମିସ୍ତ୍ରୀ ସିଟବେଲ୍ଟ ବାନ୍ଧି ନ ଥିବା ପୋଲିସ ତଦନ୍ତ ରୁ ଜଣା ପଡିଛି I ଆମ୍ବୁଲାନ୍ସ ଯୋଗେ ସାଇରସ ଓ ଜାହାଙ୍ଗୀରଙ୍କୁ ଡାକ୍ତରଖାନା ନିଆଯାଉଥିବା ବେଳେ ବାଟରେ ମୃତ୍ୟୁ ହୋଇଥିଲା । ଘଟଣାସ୍ଥଳରେ ଫରେନସିକ ଟିମ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
୨୦୧୨ରେ ସାଇରସ ମିସ୍ତ୍ରୀ ଟାଟା ସନ୍ସର ଅଧ୍ୟକ୍ଷ ହୋଇଥିଲେ। କିନ୍ତୁ ୪ ବର୍ଷ ପରେ ନାଟକୀୟ ଢଙ୍ଗରେ ତାଙ୍କୁ ଏହି ପଦରୁ ବିଦା ହେବାକୁ ପଡିଥିଲା। କମ୍ପାନୀର ଶେୟାରକୁ ନେଇ ଟାଟା ଗ୍ରୁପ ସହ ମିସ୍ତ୍ରୀଙ୍କ ତିକ୍ତତା ସୃଷ୍ଟି ହୋଇଥିଲା।ସାଇରସ୍ ମିସ୍ତ୍ରୀ ଟାଟା ସନ୍ସର ଷଷ୍ଠ ଚେୟାରମ୍ୟାନ ଥିଲେ। ହେଲେ ୨୦୧୬ ଅକ୍ଟୋବରରେ ତାଙ୍କୁ ଏହି ପଦରୁ ହଟାଇ ଦିଆଯାଇଥିଲା। ଏହାପୂର୍ବରୁ ସେ ଅଗ୍ରଣୀ ବ୍ୟବସାୟ ଗୋଷ୍ଠୀ ଶାପୁରଜୀ ପାଲୋଞ୍ଜୀ କମ୍ପାନୀ ସହିତ ଜଡିତ ଥିଲେ I ଜୁଲାଇ ୪ , ୧୯୬୮ ରେ ମୁମ୍ବାଇରେ ଜନ୍ମଗ୍ରହଣ କରିଥିବା ସାଇରସଙ୍କ ପିତା ପାଲୋଞ୍ଜୀ ମିସ୍ତ୍ରୀ ମଧ୍ୟ ଏକ ପ୍ରତିଷ୍ଠିତ ବ୍ୟବସାୟୀ ଥିଲେ I




