ଦିଲ୍ଲୀ ରୁ ଦୋହା ଯାଉଥିବା ବିମାନ ପାକିସ୍ତାନରେ କଲା ଜରୁରୀ କାଳୀନ ଅବତରଣ
ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରୁ ଦୋହା ଯାଉଥିବା ଏକ ଇଣ୍ଡିଗୋ ବିମାନକୁ ପାକିସ୍ତାନର କରାଚିରେ ଜରୁରୀକାଳୀନ ଅବତରଣ କରାଯାଇଛି। ବିମାନରେ ଜଣେ ଯାତ୍ରୀଙ୍କର ସ୍ବାସ୍ଥ୍ୟଗତ ସମସ୍ୟା ଦେଖାଦେବାରୁ ଏହି ନିଷ୍ପତ୍ତି ନିଆଯାଇଥିଲା। ଇଣ୍ଡିଗୋ ଏୟାରଲାଇନ ପକ୍ଷରୁ ଏହି ସୂଚନା ଦିଆଯାଇଛି। ସୂଚନା ମୁତାବକ, ଇଣ୍ଡିଗୋ ୬ଇ-୧୭୩୬ ଫ୍ଲାଇଟ ଦିଲ୍ଲୀରୁ ରବିବାର ରାତି ୧୦.୦୫ରେ କତାରର ଦୋହା ଅଭିମୁଖେ ଉଡାଣ ଭରିଥିଲା। କିନ୍ତୁ ହଠାତ୍ ନାଇଜେରିଆର ଜଣେ ଯାତ୍ରୀଙ୍କର ସ୍ୱାସ୍ଥ୍ୟାବସ୍ଥା ବିଗିଡିବାରୁ ଚିକିତ୍ସା ପାଇଁ ଜରୁରୀ ଅବତରଣ କରାଯାଇଥିଲା । […]
ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରୁ ଦୋହା ଯାଉଥିବା ଏକ ଇଣ୍ଡିଗୋ ବିମାନକୁ ପାକିସ୍ତାନର କରାଚିରେ ଜରୁରୀକାଳୀନ ଅବତରଣ କରାଯାଇଛି। ବିମାନରେ ଜଣେ ଯାତ୍ରୀଙ୍କର ସ୍ବାସ୍ଥ୍ୟଗତ ସମସ୍ୟା ଦେଖାଦେବାରୁ ଏହି ନିଷ୍ପତ୍ତି ନିଆଯାଇଥିଲା। ଇଣ୍ଡିଗୋ ଏୟାରଲାଇନ ପକ୍ଷରୁ ଏହି ସୂଚନା ଦିଆଯାଇଛି।
ସୂଚନା ମୁତାବକ, ଇଣ୍ଡିଗୋ ୬ଇ-୧୭୩୬ ଫ୍ଲାଇଟ ଦିଲ୍ଲୀରୁ ରବିବାର ରାତି ୧୦.୦୫ରେ କତାରର ଦୋହା ଅଭିମୁଖେ ଉଡାଣ ଭରିଥିଲା। କିନ୍ତୁ ହଠାତ୍ ନାଇଜେରିଆର ଜଣେ ଯାତ୍ରୀଙ୍କର ସ୍ୱାସ୍ଥ୍ୟାବସ୍ଥା ବିଗିଡିବାରୁ ଚିକିତ୍ସା ପାଇଁ ଜରୁରୀ ଅବତରଣ କରାଯାଇଥିଲା । ଯାତ୍ରା ସମୟରେ ବିମାନରେ ଥିବା ଜଣେ ଯାତ୍ରୀ ଅସୁସ୍ଥ ଅନୁଭବ କରୁଥିବା କହିଥିଲେ। ଏହାପରେ ପାଇଲଟ୍ ନିକଟସ୍ଥ କରାଚି ବିମାନବନ୍ଦରର ଏୟାର ଟ୍ରାଫିକ୍ କଂଟ୍ରୋଲକୁ ଏନେଇ ସୂଚନା ଦେଇଥିଲେ ଓ ଜରୁରୀ ଅବତରଣ ପାଇଁ ଅନୁମତି ମାଗିଥିଲେ। କରାଚି ଏୟାର ଟ୍ରାଫିକ କଂଟ୍ରୋଲ ବିମାନକୁ ଅବତରଣ କରିବାକୁ ଅନୁମତି ଦେଇଥିଲା। କରାଚିରେ ଅବତରଣ କରିବା ପୂର୍ବରୁ ଯାତ୍ରୀଙ୍କ ମୃତ୍ୟୁ ଘଟିଛି। ପାକିସ୍ତାନ ନାଗରିକ ଉଡ୍ଡୟନ ପ୍ରାଧିକରଣ(ସିଏଏ) ଏବଂ ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ସଂସ୍ଥାନ, ଇସଲାମାବାଦ(ଏନଆଇଏଚ)ର ଡାକ୍ତରମାନେ ଯାତ୍ରୀଙ୍କୁ ମୃତ୍ୟୁକୁ ନେଇ ସ୍ପଷ୍ଟ ସୂଚନା ଦେଇଛନ୍ତି । ଇଣ୍ଡିଗୋ ଏକ ବିବୃତ୍ତି ଜାରି କରି କହିଛି ଯେ ଏହି ଖବର ଦ୍ୱାରା ଆମେ ଅତ୍ୟନ୍ତ ଦୁଖିତ ଏବଂ ମୃତକଙ୍କ ପରିବାର ଓ ସମ୍ପର୍କୀୟଙ୍କ ପାଇଁ ପ୍ରାର୍ଥନା କରୁଛୁ। ସମ୍ପୃକ୍ତ ଅଧିକାରୀଙ୍କ ସହ ସମନ୍ୱୟ ରକ୍ଷା କରି ଅନ୍ୟ ଯାତ୍ରୀଙ୍କୁ ସ୍ଥାନାନ୍ତର କରିବାକୁ ପ୍ରସ୍ତୁତି ଚାଲିଥିବା ଏୟାରଲାଇନ୍ସ ପକ୍ଷରୁ କୁହାଯାଇଛି।




