୧୦୬ ବର୍ଷରେ ସ୍ବାଧୀନ ଭାରତର ପ୍ରଥମ ଭୋଟର୍ଙ୍କ ଦେହାନ୍ତ
ନୂଆଦିଲ୍ଲୀ :ଶନିବାର ସକାଳେ ସ୍ୱାଧୀନ ଭାରତର ପ୍ରଥମ ଭୋଟର ଶ୍ୟାମଶରଣ ନେଗୀଙ୍କ ୧୦୬ ବର୍ଷ ବୟସରେ ପରଲୋକ । ହିମାଚଳ ପ୍ରଦେଶର କିନ୍ନୁର ନିବାସୀ ନେଗି ଆଗାମୀ ହିମାଚଳ ପ୍ରଦେଶ ନିର୍ବାଚନ ନିମନ୍ତେ ନଭେମ୍ବର ୨ ତାରିଖ ବୁଧବାର ଦିନ କଲ୍ପାସ୍ଥିତ ତାଙ୍କ ବାସଭବନରେ ପୋଷ୍ଟାଲ୍ ବାଲଟ୍ ମାଧ୍ୟମରେ ୧୪ଶ ଭୋଟ୍ ଦେଇଥିଲେ।ଜୀବନର ଶେଷ ଭୋଟ ଦେବାର ୨ ଦିନ ପରେ ଆଜି ସକାଳେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ୧୦୬ ବର୍ଷୀୟ ନେଗୀ । ଶ୍ୟାମ […]
ନୂଆଦିଲ୍ଲୀ :ଶନିବାର ସକାଳେ ସ୍ୱାଧୀନ ଭାରତର ପ୍ରଥମ ଭୋଟର ଶ୍ୟାମଶରଣ ନେଗୀଙ୍କ ୧୦୬ ବର୍ଷ ବୟସରେ ପରଲୋକ । ହିମାଚଳ ପ୍ରଦେଶର କିନ୍ନୁର ନିବାସୀ ନେଗି ଆଗାମୀ ହିମାଚଳ ପ୍ରଦେଶ ନିର୍ବାଚନ ନିମନ୍ତେ ନଭେମ୍ବର ୨ ତାରିଖ ବୁଧବାର ଦିନ କଲ୍ପାସ୍ଥିତ ତାଙ୍କ ବାସଭବନରେ ପୋଷ୍ଟାଲ୍ ବାଲଟ୍ ମାଧ୍ୟମରେ ୧୪ଶ ଭୋଟ୍ ଦେଇଥିଲେ।ଜୀବନର ଶେଷ ଭୋଟ ଦେବାର ୨ ଦିନ ପରେ ଆଜି ସକାଳେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ୧୦୬ ବର୍ଷୀୟ ନେଗୀ । ଶ୍ୟାମ ଶରଣ ନେଗୀ ହିମାଚଳ ପ୍ରଦେଶ ର କଳ୍ପା ଅଂଚଳରେ ଜଣେ ସ୍କୁଲ ଶିକ୍ଷକ ଥିଲେ I ତେବେ ଶ୍ୟାମ ଶରଣ ଦୀର୍ଘଦିନ ରୁ ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡିତ ଥାଇ ଚିକିତ୍ସିତ ହେଉଥିଲେ I କିନ୍ନୁର ଜିଲ୍ଲା କଲେକ୍ଟର ଆବିଦ୍ ହୁସେନ୍ କହିଛନ୍ତି ଶ୍ୟାମ ଶରଣଙ୍କ ଅନ୍ତିମ ସଂସ୍କାର ସମ୍ମାନ ସହକାରେ କରାଯିବ I
୧୯୧୭ ଜୁଲାଇ ୧ ଜନ୍ମିତ ଆଦିବାସୀ ଅଧ୍ୟୁଷିତ ଜିଲ୍ଲା କୁନ୍ନୁର ବାସିନ୍ଦା ନେଗି ଏହାକୁ ମିଶାଇ ହିମାଚଳ ପ୍ରଦେଶ ନିମନ୍ତେ ୩୪ଥର ମତଦାନ ଅଧିକାର ସାବ୍ୟସ୍ତ କରିଛନ୍ତି । ୧୯୪୭ରେ ଭାରତ ସ୍ୱାଧୀନତା ପାଇବା ପରେ ପ୍ରଥମ ଥର ପାଇଁ ୧୯୫୨ରେ ସାଧାରଣ ନିର୍ବାଚନ ପାଇଁ ଭୋଟିଂ ହୋଇଥିଲା। କିନ୍ତୁ ପାଣିପାଗ ଖରାପ କାରଣରୁ ୧୯୫୧ରେ ପାଞ୍ଚ ମାସ ପୂର୍ବରୁ ହିମାଚଳର କିନ୍ନୁର ଜିଲ୍ଲାରେ ଭୋଟ୍ ଗ୍ରହଣ କରାଯାଇଥିଲା। ଶ୍ୟାମ ଶରଣ ୧୯୫୧ ମସିହା ଅକ୍ଟୋବର ୨୫ ତାରିଖ ଦିନ ଜୀବନର ପ୍ରଥମ ଭୋଟ ଦେଇଥିଲେ I ସେ ତାଙ୍କ ଜୀବନକାଳ ମଧ୍ୟରେ ୧୬ ଥର ଲୋକସଭା ଆସନ ପାଇଁ ମତଦାନ କରିବା ସହିତ ସମୁଦାୟ ୩୪ ଥର ମତଦାନ କରିଛନ୍ତି I ହିମାଚଳ ପ୍ରଦେଶ ରେ ଲୋକମାନଙ୍କୁ ମତଦାନ ପ୍ରତି ସଚେତନ କରିବାପାଇଁ ଶ୍ୟାମ ଶରଣ ନେଗିଙ୍କୁ ସେଠାରେ ନିର୍ବାଚନ ଆୟୋଗ ଦ୍ୱାରା ବ୍ରାଣ୍ଡ ଆମ୍ବାସାଡର କରାଯାଇଥିଲା ।

ସ୍ୱାଧୀନ ଭାରତର ପ୍ରଥମ ଭୋଟର ଶ୍ୟାମ ଶରଣ ନେଗିଙ୍କ ପରଲୋକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦୁଃଖ ପ୍ରକାଶ କରିଛନ୍ତି I ବ୍ରାଣ୍ଡ ଆମ୍ବାସାଡର କରାଯାଇଥିଲା। ଶ୍ୟାମ ଶରଣ ନେଗି ପ୍ରଧାନମନ୍ତ୍ରୀ ମୋଦୀଙ୍କ ସମର୍ଥକ ଥିଲେ ଏବଂ ଗତ ବିଧାନସଭା ନିର୍ବାଚନରେ ଏକ ସାକ୍ଷାତକାର ସମୟରେ ସେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ମଧ୍ୟ ବହୁତ ପ୍ରଶଂସା କରିଥିଲେ। ଶ୍ୟାମ ଶରଣ ହିନ୍ଦୀ ଚଳଚ୍ଚିତ୍ର ‘ସନମ୍ ରେ’ ମଧ୍ୟ ଏକ ବିଶେଷ ଭୂମିକାରେ ଅଭିନୟ କରିଥିଲେ I




