ଚଳନ୍ତା ବସ୍‌ରେ ଡ୍ରାଇଭରଙ୍କୁ ହୃଦଘାତ,୩ ମୃତ

ମଧ୍ୟପ୍ରଦେଶ : ଏମିତି ବି ମୃତ୍ୟୁ ଆସେ ! ଟ୍ରାଫିକ ପୋଷ୍ଟରେ ସିଗ୍ନାଲ କୁ ଅପେକ୍ଷା କରିଥିବାବେଳେ ପଛପଟୁ ମାଡ଼ିଗଲା ଚଳନ୍ତା ବସ I ଘଟଣା କଣ ବୁଝିବା ଆଗରୁ ଦୁଇଟି କାର ସମେତ ୬ ଜଣ ବାଇକ ଚାଳକଙ୍କ ଉପରକୁ ମାଡିଯାଇଥିଲା ବସ ଟି I ଏହି ଛଅ ଜଣଙ୍କ ମଧ୍ୟରୁ ଜଣେ ଗୁରୁତର ଅବସ୍ଥା ଥିବାବେଳେ ଅନ୍ୟଜଣଙ୍କର ମୃତ୍ୟୁ ଘଟିଛି। ଘଟଣା ଘଟିଛି ଜବଲପୁର ଜିଲ୍ଲାର ଦମୋହା ନାକା ଅଚଂଳରେ I ଟ୍ରାଫିକ ପୋଷ୍ଟରେ […]

Samaya Live Picture
Published On

ମଧ୍ୟପ୍ରଦେଶ : ଏମିତି ବି ମୃତ୍ୟୁ ଆସେ ! ଟ୍ରାଫିକ ପୋଷ୍ଟରେ ସିଗ୍ନାଲ କୁ ଅପେକ୍ଷା କରିଥିବାବେଳେ ପଛପଟୁ ମାଡ଼ିଗଲା ଚଳନ୍ତା ବସ I ଘଟଣା କଣ ବୁଝିବା ଆଗରୁ ଦୁଇଟି କାର ସମେତ ୬ ଜଣ ବାଇକ ଚାଳକଙ୍କ ଉପରକୁ ମାଡିଯାଇଥିଲା ବସ ଟି I ଏହି ଛଅ ଜଣଙ୍କ ମଧ୍ୟରୁ ଜଣେ ଗୁରୁତର ଅବସ୍ଥା ଥିବାବେଳେ ଅନ୍ୟଜଣଙ୍କର ମୃତ୍ୟୁ ଘଟିଛି। ଘଟଣା ଘଟିଛି ଜବଲପୁର ଜିଲ୍ଲାର ଦମୋହା ନାକା ଅଚଂଳରେ I ଟ୍ରାଫିକ ପୋଷ୍ଟରେ ଲାଗିଥିବା ସିସିଟିଭି ରେ ସମସ୍ତ ଦୃଶ୍ୟ କଏଦ ହୋଇଛି Iଏହି ଭିଡିଓକୁ ଦେଖିଲେ ଲୋମ ଟାଙ୍କୁରୀ ଉଠିବ ।

ସୂଚନାନୁସାରେ,ଜବଲପୁର ଜିଲ୍ଲାର ଦମୋହା ନାକା ଅଞ୍ଚଳରୁ ଏକ ଯାତ୍ରୀବାହୀ ବସ ମାର୍କେଟ ଯାଉଥିଲା I ଏହି ସମୟରେ ଡ୍ରାଇଭରଙ୍କୁ ବସ୍‌ ଭିତରେ ହୃଦଘାତ ହୋଇଥିଲା । ଯାହାଫଳରେ ବସ୍ ଟି ଅନିୟନ୍ତ୍ରିତ ହୋଇ,ଟ୍ରାଫିକ ରେ ଅଟକିଥିବା ଲୋକ ଏବଂ ବିଭିନ୍ନ ଯାନରେ ପିଟି ହୋଇ ସଡ଼କରେ ମାଡି ଚାଲିଥିଲା ଇହି ଦୃଶ୍ୟକୁ ଯିଏ ଦେଖିଲେ ଭୟଭୀତ ହୋଇ ଧାଇଁଥିଲେ I ଭାଗ୍ୟ ବସତଃ ବସ୍ ଟି କେନାଲ ଭିତରକୁ ନ ଯାଇ ଅନେକ ଯାତ୍ରୀ ମାନଙ୍କୁ ବଂଚାଇ ଦେଇଛି । ତେବେ ଦେଖଣାହାରୀ ଭାବିଥିଲେ ଚାଳକ ଜଣକ ନିଶାଶକ୍ତ ଅବସ୍ଥାରେ ଏଭଳି କାଣ୍ଡ ଘଟିଛି। ବସ ଅଟକିବାରୁ ଚାଳକଙ୍କୁ ଚେତାଶୂନ୍ୟ ଅବସ୍ଥାରେ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କ ସହ ବସ୍‌ ଡ୍ରାଇଭରଙ୍କୁ ହସ୍ପିଟାଲ ନେଇଥିଲା। ହେଲେ ହସ୍ପିଟାଲରେ ଡାକ୍ତରମାନେ ହୃଦଘାତରେ ଡ୍ରାଇଭରଙ୍କ ମୃତ୍ୟୁ ଘଟିଥିବା କହିଥିଲେ। ସେହିପରି ଆହତଙ୍କ ମଧ୍ୟରୁ ୨ ଜଣଙ୍କୁ ମଧ୍ୟ ମୃତ ଘୋଷଣା କରିଥିଲେ। ବସ୍‌ଟି ରାଣୀତାଲ ଯାଉଥିବା ବେଳେ ଅଧା ବାଟରେ ଏମିତି ଘଟିଛି।

ଏନେଇ ଏସଆଇ ଶୈଳେନ୍ଦ୍ର ସିଂ କହିଛନ୍ତି ଯେ, ବସ୍ ଡ୍ରାଇଭରର ଶବକୁ ପୋଷ୍ଟମର୍ଟମ ପାଇଁ ପଠାଯିବା ସହ ଏହି ମାମଲାର ତଦନ୍ତକୁ ଜାରି ରଖାଯାଇଛି ।

Tags: