କୁସ୍ତି ମହାସଂଘର ସଭାପତିଙ୍କ ବିରୋଧରେ ମାମଲା ରୁଜୁ କରିବ ଦିଲ୍ଲୀ ପୋଲିସ

ନୂଆଦିଲ୍ଲୀ : ଭାରତୀୟ ରେସଲିଂ ଫେଡେରେସନର ମୁଖ୍ୟ ବ୍ରିଜ ଭୂଷଣ ଶରଣ ସିଂଙ୍କ ବିରୋଧରେ ଏଫଆଇଆର ପଞ୍ଜିକରଣ ପାଇଁ ଶୁକ୍ରବାର ଦିନ ସୁପ୍ରିମକୋର୍ଟରେ ଶୁଣାଣି ହୋଇଥିଲା। ଏଥିରେ ସିଜେ ଜଷ୍ଟିସ ଡି.ୱାଇ ଚନ୍ଦ୍ରଚୁଡ଼ ଏବଂ ଜଷ୍ଟିସ ପିଏସ ନରସିଂହଙ୍କ ବେଞ୍ଚ ଶୁଣାଣି କରିଛି । ଏଥିରେ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା କହିଛନ୍ତି ଯେ ମହିଳା କୁସ୍ତିଯୋଦ୍ଧାଙ୍କ ଅଭିଯୋଗ ଉପରେ ଦିଲ୍ଲୀ ପୋଲିସ ଆଜି ବ୍ରିଜ ଭୂଷଣଙ୍କ ବିରୋଧରେ ଏଫଆଇଆର ପଞ୍ଜିକରଣ କରିବ। ଓକିଲ କପିଲ ସିବଲ […]

Samaya Live Picture
Published On

ନୂଆଦିଲ୍ଲୀ : ଭାରତୀୟ ରେସଲିଂ ଫେଡେରେସନର ମୁଖ୍ୟ ବ୍ରିଜ ଭୂଷଣ ଶରଣ ସିଂଙ୍କ ବିରୋଧରେ ଏଫଆଇଆର ପଞ୍ଜିକରଣ ପାଇଁ ଶୁକ୍ରବାର ଦିନ ସୁପ୍ରିମକୋର୍ଟରେ ଶୁଣାଣି ହୋଇଥିଲା। ଏଥିରେ ସିଜେ ଜଷ୍ଟିସ ଡି.ୱାଇ ଚନ୍ଦ୍ରଚୁଡ଼ ଏବଂ ଜଷ୍ଟିସ ପିଏସ ନରସିଂହଙ୍କ ବେଞ୍ଚ ଶୁଣାଣି କରିଛି । ଏଥିରେ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା କହିଛନ୍ତି ଯେ ମହିଳା କୁସ୍ତିଯୋଦ୍ଧାଙ୍କ ଅଭିଯୋଗ ଉପରେ ଦିଲ୍ଲୀ ପୋଲିସ ଆଜି ବ୍ରିଜ ଭୂଷଣଙ୍କ ବିରୋଧରେ ଏଫଆଇଆର ପଞ୍ଜିକରଣ କରିବ। ଓକିଲ କପିଲ ସିବଲ କହିଛନ୍ତି ଯେ ଅଭିଯୋଗକାରୀ ମହିଳା କୁସ୍ତିମାନଙ୍କୁ ସୁରକ୍ଷା ଦିଆଯାଉ। ମହିଳା ରେସଲରମାନେ ସୁରକ୍ଷା ଦାବି କରିଛନ୍ତି।

ସେହିପରି ଅଭିଯୁକ୍ତ ବ୍ରିଜ ଭୂଷଣ ଶରଣଙ୍କ ବିରୋଧରେ ୪୦ଟି ମାମଲା ରୁଜୁ ହୋଇଛି। ସେ ମଧ୍ୟରୁ ହତ୍ୟା ମାମଲା ମଧ୍ୟ ପଞ୍ଜିକୃତ ହୋଇଛି। ତେଣୁ ବର୍ତ୍ତମାନ ଏହି ମାମଲାକୁ SIT ଦ୍ୱାରା ଯାଞ୍ଚ କରାଯିବା ଉଚିତ୍, ବୋଲି କପିଳ ଶିବଲ କହିଛନ୍ତି I

ସୂଚନାନୁସାରେ ବ୍ରିଜ ଭୂଷଣ ଓ ମହାସଂଘର କିଛି ସଦସ୍ୟ ମହିଳା ରେସଲରମାନଙ୍କୁ ଯୌନ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଛି। ଏନେଇ ମହିଳା ରେସଲରମାନେ ପୁଲିସ୍‌ରେ ଅଭିଯୋଗ କରିଥିଲେ ହେଁ ଏଯାଏ ଏଫଆଇଆର ରୁଜୁ କରାଯାଇ ନଥିଲା। ନ୍ୟାୟ ପାଇଁ କିଛି ରେସଲର ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ I ମୁଖ୍ୟ ବିଚାରପତି ଜଷ୍ଟିସ ଡି.ୱାଇ ଚନ୍ଦ୍ରଚୁଡ ଓ ଜଷ୍ଟିସ ପି.ଏସ ନରସିହ୍ମାଙ୍କ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିଥିଲେ । ସେପଟେ କେନ୍ଦ୍ର ସରକାରଙ୍କ ପକ୍ଷ ରଖିଥିବା ସଲିସିଟର ଜେନରାଲ ତୁଷାର ମେହେଟ୍ଟା ସୁପ୍ରିମକୋର୍ଟଙ୍କୁ ସୂଚିତ କରିଛନ୍ତି କି, ମହିଳା କୁସ୍ତିଯୋଦ୍ଧାଙ୍କ ଦ୍ୱାରା କରାଯାଇଥିବା ଅଭିଯୋଗ ଉପରେ ଯାଂଚ କରି ବ୍ରିଜଭୂଷଣଙ୍କ ବିରୋଧରେ ଦିଲ୍ଲୀ ପୋଲିସ ମାମଲା ରୁଜୁ କରିବ ।

Tags: