ଫିଲ୍ମ ନିର୍ଦ୍ଦେଶକ ଇସ୍ମାଇଲ ଶ୍ରଫଙ୍କ ପରଲୋକ

ମୁମ୍ବାଇ : ସିନେ ଜଗତରୁ ଆସିଲା ଆଉ ଏକ ଦୁଖଦଃ ଖବର I ବଲିଉଡର ପ୍ରସିଦ୍ଧ ଫିଲ୍ମ ନିର୍ଦ୍ଦେଶକ ଇସ୍ମାଇଲ ଶ୍ରଫଙ୍କ ଦେହାନ୍ତ । ବ୍ରେନ୍ ଷ୍ଟ୍ରୋକ୍ ହେତୁ ତାଙ୍କର ମୃତ୍ୟୁହୋଇଥିବା ସୂଚନା ମିଳିଛି ଇ ମୃତ୍ୟୁ ବେଳକୁ ତାଙ୍କୁ ୭୦ ବର୍ଷ ବୟସ ହୋଇଥିଲା I ଇସ୍ମାଇଲଙ୍କ ମୃତ୍ୟୁ ସମ୍ପର୍କରେ ତାଙ୍କ ପୁଅ ଫହାଦ ଖାନ ସୂଚନା ଦେଇଛନ୍ତି I ସୂଚନାନୁସାରେ ଗତ ଅଗଷ୍ଟ ୨୯ ରେ ଇସ୍ମାଇଲ ଙ୍କ ବ୍ରେନ୍ ଷ୍ଟ୍ରୋକ୍ ହୋଇଥିଲା। ଯେଉଁ […]

Samaya Live Picture
Published On

ମୁମ୍ବାଇ : ସିନେ ଜଗତରୁ ଆସିଲା ଆଉ ଏକ ଦୁଖଦଃ ଖବର I ବଲିଉଡର ପ୍ରସିଦ୍ଧ ଫିଲ୍ମ ନିର୍ଦ୍ଦେଶକ ଇସ୍ମାଇଲ ଶ୍ରଫଙ୍କ ଦେହାନ୍ତ । ବ୍ରେନ୍ ଷ୍ଟ୍ରୋକ୍ ହେତୁ ତାଙ୍କର ମୃତ୍ୟୁହୋଇଥିବା ସୂଚନା ମିଳିଛି ଇ ମୃତ୍ୟୁ ବେଳକୁ ତାଙ୍କୁ ୭୦ ବର୍ଷ ବୟସ ହୋଇଥିଲା I ଇସ୍ମାଇଲଙ୍କ ମୃତ୍ୟୁ ସମ୍ପର୍କରେ ତାଙ୍କ ପୁଅ ଫହାଦ ଖାନ ସୂଚନା ଦେଇଛନ୍ତି I

ସୂଚନାନୁସାରେ ଗତ ଅଗଷ୍ଟ ୨୯ ରେ ଇସ୍ମାଇଲ ଙ୍କ ବ୍ରେନ୍ ଷ୍ଟ୍ରୋକ୍ ହୋଇଥିଲା। ଯେଉଁ କାରଣରୁ ତାଙ୍କ ଶରୀରର ଡାହାଣ ପାର୍ଶ୍ୱ ପକ୍ଷାଘାତ ହୋଇଯାଇଥିଲା ଏବଂ ସେ ଚଳପ୍ରଚଳ କରିପାରୁନଥିଲେ। ମୁମ୍ବାଇର କୋକିଲାବେନ ଧିରୁବାଇ ଅମ୍ବାନୀ ହସ୍ପିଟାଲରେ ତାଙ୍କର ଚିକିତ୍ସା କରାଯାଉଥିଲା, ଯାହା ପରେ ତାଙ୍କୁ କିଛି ଦିନ ପୂର୍ବରୁ ଘରକୁ ପଠାଯାଇଥିଲା। କିନ୍ତୁ ବୁଧବାର ସକାଳ ୬.୪୦ ସମୟରେ ଇସ୍ମାଇଲ ତାଙ୍କ ଆନ୍ଧେରି ସ୍ଥିତ ଘରେ ପଡିଯାଇଥିଲେ। ପରେ ତାଙ୍କୁ ପୁଣିଥରେ କୋକିଲାବେନ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଯେଉଁଠାରେ ସେ ମୃତ୍ୟୁ ବରଣ କରିଛନ୍ତି।

ଇସ୍ମାଇଲ୍ ଶ୍ରଫ୍ ଜଣେ ଇଞ୍ଜିନିୟର ଛାତ୍ର ଭାବରେ କାର୍ଯ୍ୟ କରିଛନ୍ତି। ସେ ତିରୁଚିରାପଲ୍ଲୀରୁ ସାଉଣ୍ଡ ଇଞ୍ଜିନିୟରିଂ କରିଥିଲେ । ତା’ପରେ ସେ କ୍ୟାରିୟର କରିବା ପାଇଁ ମୁମ୍ବାଇ ଆସିଥିଲେ। ସେ ସହକାରୀ ଭାବରେ ନିଜର କ୍ୟାରିଅର୍ ଆରମ୍ଭ କରିଥିଲେ। ଏହି କ୍ୟାରିଅରରେ ସେ ରାଜକୁମାର, ସଲମାନ ଖାନ, ରାଜେଶ ଖାନ୍ନାଙ୍କ ଭଳି ସୁପରଷ୍ଟାରଙ୍କ ସହ ଚଳଚ୍ଚିତ୍ର ନିର୍ମାଣ କରିଥିଲେ। ସେ ୨୦୦୪ ମସିହାରେ ଶେଷ ଚଳଚ୍ଚିତ୍ର, ଥୋଡା ତୁମ୍ ବଦଲୋ ଥୋଡା ହମ୍‌ କରିଥିଲେ। ୧୯୭୭ ରୁ ୨୦୦୪ ପର୍ଯ୍ୟନ୍ତ ଅନେକ ଚଳଚ୍ଚିତ୍ର ନିର୍ମାଣ କରିଥିଲେ । ଇସ୍ମାଇଲ୍ ଶ୍ରଫ୍ ଆହିସ୍ତା ଆହିସ୍ତା, ଅଗର, ଥୋଡି ସି ବେୱଫାଇ, ବୁଲନ୍ଦି, ସୁରିଆ, ଗଡ୍ ଆଣ୍ଡ ଗନ୍, ପୋଲିସ୍ ପବ୍ଲିକ୍, ନିଶ୍ଚୟ, ଲଭ୍ ୮୬, ଜିଦ୍ ଭଳି ଅନେକ ହିଟ୍ ଫିଲ୍ମରେ ନିର୍ଦ୍ଦେଶନା ଦେଇଥିଲେ।

Tags: