ଜୋଶୀ ମଠ ର ଅବସ୍ଥା ଶୋଚନୀୟ , ଭଙ୍ଗାଯିବ ଅସୁରକ୍ଷିତ ହୋଟେଲ ଓ ଘର
ଉତ୍ତରାଖଣ୍ଡ : ଶୋଚନୀୟ ଅବସ୍ଥାରେ ରହିଛି ଉତ୍ତରାଖଣ୍ଡ ଚମେଲୀ ରେ ଥିବା ଯୋଶୀ ମଠ ବା ଜ୍ୟୋତିର୍ମଠ I ମାଟି ଧସିବା ଯୋଗୁ ଅନେକ ଘର ଓ ରାସ୍ତାଘାଟ ଓ ହୋଟେଲ ଗୁଡିକ ଫାଟି ଗଲାଣି । ଏହା ସହିତ ଅନେକ ଘର ଭୁଶୁଡିବା ଅବସ୍ଥାରେ ରହିଛି I ଜୋଶୀମଠ ସହର ଦବିବା ଘଟଣାକୁ ନେଇ ସ୍ବାମୀ ସରସ୍ବତୀଙ୍କ ପକ୍ଷରୁ ସୁପ୍ରିମକୋର୍ଟରେ ପିଟିସନ ଦାୟର କରାଯାଇଛି। ସରସ୍ବତୀ ତାଙ୍କ ପିଟିସନରେ ଦର୍ଶାଇଛନ୍ତି ଯେ ବ୍ୟାପକ ଶିଳ୍ପାୟନ ଯୋଗୁଁ […]
ଉତ୍ତରାଖଣ୍ଡ : ଶୋଚନୀୟ ଅବସ୍ଥାରେ ରହିଛି ଉତ୍ତରାଖଣ୍ଡ ଚମେଲୀ ରେ ଥିବା ଯୋଶୀ ମଠ ବା ଜ୍ୟୋତିର୍ମଠ I ମାଟି ଧସିବା ଯୋଗୁ ଅନେକ ଘର ଓ ରାସ୍ତାଘାଟ ଓ ହୋଟେଲ ଗୁଡିକ ଫାଟି ଗଲାଣି । ଏହା ସହିତ ଅନେକ ଘର ଭୁଶୁଡିବା ଅବସ୍ଥାରେ ରହିଛି I ଜୋଶୀମଠ ସହର ଦବିବା ଘଟଣାକୁ ନେଇ ସ୍ବାମୀ ସରସ୍ବତୀଙ୍କ ପକ୍ଷରୁ ସୁପ୍ରିମକୋର୍ଟରେ ପିଟିସନ ଦାୟର କରାଯାଇଛି। ସରସ୍ବତୀ ତାଙ୍କ ପିଟିସନରେ ଦର୍ଶାଇଛନ୍ତି ଯେ ବ୍ୟାପକ ଶିଳ୍ପାୟନ ଯୋଗୁଁ ଏପରି ପରିସ୍ଥିତି ସୃଷ୍ଟି ହୋଇଛି। ତେଣୁ ସହର ଆଖପାଖରେ ଚାଲିଥିବା ଶିଳ୍ପାୟନ କାର୍ଯ୍ୟକୁ ତୁରନ୍ତ ବନ୍ଦ କରିବା ଲାଗି ଅଦାଲତ ନିର୍ଦେଶ ଦିଅନ୍ତୁ।
ଜୋଶୀମଠ ସହର ଦବିବା ପରେ ଅନେକ ଘର, ହୋଟେଲ, ବ୍ୟାବସାୟିକ ପ୍ରତିଷ୍ଠାନରେ ଫାଟିବା ସହିତ ବିପଦସଂକୁଳ ହୋଇପଡିଛି। ଦବି ଯାଉଥିବା ଉତ୍ତରାଖଣ୍ଡର ଯୋଶୀମଠ ସହରରେ ଥିବା ବିପଦସଙ୍କୁଳ ହୋଟେଲ ଓ ଘରଗୁଡ଼ିକ ସପ୍ତାହକ ମଧ୍ୟରେ ଭଙ୍ଗାଯିବ। ଏପରି ବିପଦସଂକୁଳ ଘର ଓ ହୋଟେଲକୁ ପ୍ରଶାସନ ଚିହ୍ନଟ କରି ବାସଅନୁପଯୋଗୀ ଘୋଷଣା କରିଛି। ବିପଦସଂକୁଳ ଘର ଓ ହୋଟେଲକୁ ଭାଙ୍ଗିବା ଲାଗି ମଙ୍ଗଳବାର ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯାଇଛି। ମାତ୍ର ପ୍ରଶାସନର ଏପରି ପଦକ୍ଷେପକୁ ସ୍ଥାନୀୟ ଲୋକେ ବିରୋଧ କରିଛନ୍ତି। ସ୍ଥାନୀୟ ବାସିନ୍ଦା କହିଛନ୍ତି ଯେ ପ୍ରଶାସନ ପକ୍ଷରୁ ଆବଶ୍ୟକ କ୍ଷତିପୂରଣ ଘୋଷଣା କରାଯାଇ ନ ଥିବାବେଳେ ଘରକୁ ଭାଙ୍ଗିବା ଯଥାର୍ଥ ନୁହେଁ। ତେଣୁ ପ୍ରଶାସନ ପକ୍ଷରୁ ଘରର ମୂଲ୍ୟ ଆଧାରରେ କ୍ଷତିପୂରଣ ଘୋଷଣା କରାଯାଉ। ଜୋଶୀମଠର ଦୁଇଟି ହୋଟେଲ ମଲାରି ଇନ୍ ଓ ମାଉଣ୍ଟ ଭିଉକୁ ଭାଙ୍ଗିବା ଲାଗି ପ୍ରଶାସନ ପକ୍ଷରୁ ଉଦ୍ୟମ ହୋଇଥିବାବେଳେ ଏହା ସମ୍ଭବ ହୋଇପାରି ନାହିଁ। ସେହିପରି ସହର ଦବିବାକୁ ଯୋଗୁ ପ୍ରଭାବିତ ହୋଇଥିବା ପ୍ରତ୍ୟେକ ପରିବାରକୁ ସରକାରଙ୍କ ପକ୍ଷରୁ ତତ୍କାଳ ଭାବେ ୧.୫ ଲକ୍ଷ ଟଙ୍କା ଲେଖାଏ କ୍ଷତିପୂରଣ ଦିଆଯିବ ବୋଲି ପ୍ରଶାସନ ପକ୍ଷରୁ ଘୋଷଣା କରାଯାଇଛି ।
ବରିଷ୍ଠ ଅଧିକାରୀ ହିମାଂଶୁ ଖୁରାନା ଏ ସମ୍ପର୍କରେ ସୂଚନା ଦେଇଛନ୍ତି। ବର୍ତ୍ତମାନ ସୁଦ୍ଧା ଯୋଶୀମଠରେ ଥିବା ଦୁଇଟି ହୋଟେଲ ଓ ଆଉ କିଛି ଘରକୁ ଭାଙ୍ଗିବା ପାଇଁ ନିଷ୍ପତ୍ତି ହୋଇଛି। ବିରୋଧ ବଢ଼ୁଥିବାରୁ ଆଜି ପ୍ରଶାସନିକ ଅଧିକାରୀମାନେ ସ୍ଥାନୀୟ ଲୋକ ଓ ଭଙ୍ଗା ଯିବାକୁ ଥିବା ୨ ହୋଟେଲର ମାଲିକଙ୍କୁ ଭେଟିଥିଲେ। ସେମାନଙ୍କ ସହ ଆଲୋଚନା କରିବା ପରେ ଶ୍ରୀ ଖୁରାନା ଏପରି ସୂଚନା ଦେଇଛନ୍ତି। ସେ କହିଛନ୍ତି, ଆମେ ହୋଟେଲକୁ ମାଟିରୁ ମିଶାଇବୁ ନାହିଁ। ଆମେ କେବଳ କିଛି ଅଂଶକୁ ଭାଙ୍ଗିବୁ। ହୋଟେଲ ମାଲିକଙ୍କ ସହ ଆମର ସକାରାତ୍ମକ ଆଲୋଚନା ହୋଇଛି। ତେଣୁ ସବୁ କିଛି ଗୋଟିଏ ସପ୍ତାହ ମଧ୍ୟରେ ଶେଷ ହେବ। ଆମେ ସ୍ଥିତିର ସମୀକ୍ଷା କରୁଛୁ।
ବିପଦସଂକୁଳ ଚିହ୍ନଟ ଘରଗୁଡିକରୁ ବିଦ୍ୟୁତ୍ ସଂଯୋଗ ବିଚ୍ଛିନ୍ନ କରାଯାଇଛି। ବିପର୍ଯ୍ୟୟ ପରିଚାଳନା ସଚିବ ରଞ୍ଜିତ ସିହ୍ନା କହିଛନ୍ତି ଯେ ସେଣ୍ଟ୍ରାଲ ବିଲ୍ଡିଂ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ (ସିବିଆରଆଇ)ର ପରାମର୍ଶକ୍ରମେ କୋଠାଗୁଡିକୁ ପର୍ଯ୍ୟାୟକ୍ରମେ ଭଙ୍ଗାଯିବ। ଏଗୁଡିକୁ ବିସ୍ଫୋରଣ ଦ୍ବାରା ଭଙ୍ଗାଯିବ ନାହିଁ। ମଲାରି ଇନ୍ ଓ ମାଉଣ୍ଟ ଭିଉ ହୋଟେଲ ଦୁଇଟି ବିଶେଷ ଭାବେ ଦବିବା ସହିତ ଏହା ଗୋଟିଏ ଦିଗକୁ ଢଳି ପଡିଛି। ତେଣୁ ଏହି ଦୁଇ ହୋଟେଲ ଆଖପାଖ ଘର ପ୍ରତି ବହୁତ ବିପଦ ସୃଷ୍ଟି କରୁଛି। ଏହି ଦୁଇଟି ହୋଟେଲକୁ ପ୍ରଥମେ ଭାଙ୍ଗିବା ଲାଗି ପଦକ୍ଷେପ ନିଆଯାଇଛି। ପରବର୍ତ୍ତୀ ସମୟରେ ବିପଦସଂକୁଳ ଚିହ୍ନଟ ଅନ୍ୟଘରଗୁଡିକୁ ଭଙ୍ଗାଯିବ। ସହରର ୬୭୮ଟି ଘର ଫାଟିଛି। ଏହା ସହିତ ବିଭିନ୍ନ ସ୍ଥାନରେ ରାସ୍ତା ଫାଟିଛି। ସହରର ଲୋକଙ୍କୁ ସ୍ଥାନାନ୍ତର ପ୍ରକ୍ରିୟା ଜାରି ରହିଛି। ଅନ୍ୟପଟେ ଜାତୀୟ ବିପର୍ଯ୍ୟୟ ପରିଚାଳନା କମିଟି (ଏନସିଏମସି) ମଙ୍ଗଳବାର ଜୋଶୀମଠ ପରିସ୍ଥିତିର ସମୀକ୍ଷା କରିଛନ୍ତି। କ୍ୟାବିନେଟ ସଚିବ ରାଜୀବ ଗୌବାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏନସିଏମସି ବୈଠକରେ ଲୋକଙ୍କ ନିରାପଦ ସ୍ଥାନାନ୍ତରକୁ ଗୁରୁତ୍ବ ଦିଆଯାଇଛି। ଏହା ସହିତ ବିପଦସଂକୁଳ ଘରଗୁଡିକୁ ସମ୍ପୂର୍ଣ୍ଣ ଭାଙ୍ଗିବାକୁ ପରାମର୍ଶ ଦେଇଛନ୍ତି।
Joshimath: Demolition of damaged hotels, houses to begin today
Read @ANI Story | https://t.co/OFu1L40hYI#Joshimath #JoshimathDemolition #Uttarakhand pic.twitter.com/LsfXVdJbnj
— ANI Digital (@ani_digital) January 10, 2023




