ପୁଣି ଡ଼ରାଇଲାଣି ଚିନ ଭୁତାଣୁ ଏଚକେୟୁ-୫ କୋଭ୍-୨
ନୂଆଦିଲ୍ଲୀ : ପୁଣି ଡରାଇଲା ଚୀନ । ମାଡି ଆସୁଛି ଆଉ ଏକ ନୂଆ ଭାଇରସ ! ଚୀନର ନୂଆ ଭୂତାଣୁ ଆଉ ଏକ ମହାମାରୀର କାରଣ ସାଜିପାରେ । ବାଦୁଡିଙ୍କ ଠାରୁ ନୂଆ କରୋନା ଭାଇରସକୁ ଆବିଷ୍କାର କରିଛନ୍ତି ଚାଇନା ବୈଜ୍ଞାନିକ । ଏହି ନୂଆ ଭାଇରସ ଏଚକେୟୁ-୫ କୋଭ୍-୨ କୁ ନେଇ ପୁଣି ଥରେ ସାରା ବିଶ୍ୱରେ ଖେଳି ଯାଇଛି ଆତଙ୍କ । ଏହି ନୂଆ ଭୂତାଣୁ କୋଭିଡ-୧୯ ଭଳି ମଣିଷକୁ ସଂକ୍ରମଣ କରିବାର […]
ନୂଆଦିଲ୍ଲୀ : ପୁଣି ଡରାଇଲା ଚୀନ । ମାଡି ଆସୁଛି ଆଉ ଏକ ନୂଆ ଭାଇରସ ! ଚୀନର ନୂଆ ଭୂତାଣୁ ଆଉ ଏକ ମହାମାରୀର କାରଣ ସାଜିପାରେ । ବାଦୁଡିଙ୍କ ଠାରୁ ନୂଆ କରୋନା ଭାଇରସକୁ ଆବିଷ୍କାର କରିଛନ୍ତି ଚାଇନା ବୈଜ୍ଞାନିକ । ଏହି ନୂଆ ଭାଇରସ ଏଚକେୟୁ-୫ କୋଭ୍-୨ କୁ ନେଇ ପୁଣି ଥରେ ସାରା ବିଶ୍ୱରେ ଖେଳି ଯାଇଛି ଆତଙ୍କ ।
ଏହି ନୂଆ ଭୂତାଣୁ କୋଭିଡ-୧୯ ଭଳି ମଣିଷକୁ ସଂକ୍ରମଣ କରିବାର ଆଶଙ୍କା ଦେଖାଦେଇଛି । ଯାହାକୁ ନେଇ ବିଶ୍ବର ବିଭିନ୍ନ ରାଷ୍ଟ୍ର ମାନଙ୍କ ମଧ୍ୟରେ ଛନକା ପଶିଛି । ତେବେ ଏହି ଭୂତାଣୁ ବର୍ତ୍ତମାନ ଯାଏଁ କୌଣସି ମଣିଷ ଠାରେ ଠାବ କରାଯାଇନାହିଁ । ଚୀନର ଉହାନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଭାଇରୋଲୋଜିର ଅନୁସନ୍ଧାନକାରୀମାନେ ଏହି ନୂଆ ଭୂତାଣୁକୁ ଠାବ କରିଛନ୍ତି ।
ଏହି ନୂଆ ରସର୍ଚ୍ଚର ନେତୃତ୍ୱ ଶି ଝୋଙ୍ଗଲି ନେଇଛନ୍ତି। ଶି ଜଣେ ମୁଖ୍ୟ ଭାୟରୋଲଜିଷ୍ଟ ଏବଂ ଯିଏକି ବାଦୁଡି କରୋନାଭାଇରସରେ ତାଙ୍କର ବ୍ୟାପକ ରିସର୍ଚ୍ଚ ପାଇଁ ଜଣାଯାନ୍ତି। ଏଥିପାଇଁ ତାଙ୍କ ନାଁ ମଧ୍ୟ ବ୍ୟାଟୱୁମାନ ମଧ୍ୟ ରଖାଯାଇଛି। ସାଉଥ୍ ଚାଇନା ମର୍ଣ୍ଣିଂ ପୋଷ୍ଟ ଅନୁସାରେ, ଶି ଝେଙ୍ଗଲି ଗୁଆଙ୍ଗଝୋଉ ଲ୍ୟାବ୍ରେ ଗୁଆଙ୍ଗଝୋଉ ଏକାଡେମୀ ଅଫ୍ ସାଇନ୍ସେସ୍ , ଉହାନ ବିଶ୍ୱବିଦ୍ୟାଳୟ ଓ ଉହାନ ଇନଷ୍ଟିଟ୍ୟୁଟ୍ ଅଫ୍ ଭୟରୋଲଜିର ଗବେଷକଙ୍କ ସହ ମିଶି ଅଧ୍ୟୟନ କରିଛନ୍ତି।
ଅନୁସନ୍ଧାନରୁ ଜଣାପଡିଛି ଯେ ନୂତନ ଭୂତାଣୁ କରୋନା ପରି ମାନବ କୋଷକୁ ସଂକ୍ରମିତ କରିପାରେ । ଏହି ନୂଆ ଭୂତାଣୁ ଆଗକୁ ମାନବ ସ୍ୱାସ୍ଥ୍ୟ ପାଇଁ ଏକ ନୂଆ ବିପଦ ସୃଷ୍ଟି କରିପାରେ ବୋଲି ବୈଜ୍ଞାନିକ ମାନେ ଆଶଙ୍କା କରିଛନ୍ତି । ଏହା କେବଳ ବାଦୁଡି ନୁହେଁ ମଣିଷ ସମେତ ଅନେକ ପ୍ରାଣୀ ଉପରେ ମଧ୍ୟ ପ୍ରଭାବ ପକାଇପାରେ ବୋଲି ଆଶଙ୍କା କରିଛନ୍ତି ଏହା ଉପରେ ଅଧ୍ୟୟନ କରୁଥିବା ବୈଜ୍ଞାନିକ ।




