ଭାରତ ଉପରେ ଆକ୍ରମଣ ପାଇଁ ବଡ଼ ଷଡଯନ୍ତ୍ର ।

ସମୟ ଲାଇଭ,୧୭/୧୦: ଧାରା ୩୭୦ ଉଠିବା ପରେ ପାକିସ୍ତାନ ଏବେ ରକ୍ତ ଚାଉଳ ଚୋବାଉଛି। ବାରମ୍ବାର ନୁଆ ଷଡଯନ୍ତ୍ର ରଚି ଭାରତ ଉପରେ ପ୍ରତିଶୋଧ ନେବାକୁ ଚାହୁୃଁଛି। କେତେବେଳେ ଘାଟିରେ ଡ୍ରୋନ ଉଡାଇବା ଘଟଣା ହେଉ କିମ୍ବା ଆତଙ୍କବାଦୀଙ୍କୁ ଅନୁପ୍ରବେଶ କରିବା ହେଉ ସବୁବେଳେ ପାକିସ୍ତାନ କରୁଛି ଷଡଯନ୍ତ୍ର । ଭାରତରେ ଏବେ ପୁଣି ଏକ ନୁଆ ଧରଣର ଆକ୍ରମଣ କରିବା ପାଇଁ ଆତଙ୍କବାଦୀଙ୍କୁ କାଶ୍ମିର ଘାଟିରେ ନୁହେଁ ବରଂ ଆଫଗାନସ୍ତାନରେ ତାଲିମ ଦେଉଛି ପାକିସ୍ତାନ। ଭାରତୀୟ […]

Samaya Live Picture
Published On


ସମୟ ଲାଇଭ,୧୭/୧୦: ଧାରା ୩୭୦ ଉଠିବା ପରେ ପାକିସ୍ତାନ ଏବେ ରକ୍ତ ଚାଉଳ ଚୋବାଉଛି। ବାରମ୍ବାର ନୁଆ ଷଡଯନ୍ତ୍ର ରଚି ଭାରତ ଉପରେ ପ୍ରତିଶୋଧ ନେବାକୁ ଚାହୁୃଁଛି। କେତେବେଳେ ଘାଟିରେ ଡ୍ରୋନ ଉଡାଇବା ଘଟଣା ହେଉ କିମ୍ବା ଆତଙ୍କବାଦୀଙ୍କୁ ଅନୁପ୍ରବେଶ କରିବା ହେଉ ସବୁବେଳେ ପାକିସ୍ତାନ କରୁଛି ଷଡଯନ୍ତ୍ର । ଭାରତରେ ଏବେ ପୁଣି ଏକ ନୁଆ ଧରଣର ଆକ୍ରମଣ କରିବା ପାଇଁ ଆତଙ୍କବାଦୀଙ୍କୁ କାଶ୍ମିର ଘାଟିରେ ନୁହେଁ ବରଂ ଆଫଗାନସ୍ତାନରେ ତାଲିମ ଦେଉଛି ପାକିସ୍ତାନ। ଭାରତୀୟ ସେନାଙ୍କ ଆକ୍ରମଣରେ ଆତଙ୍କବାଦୀଙ୍କ ଶିବିର ଧ୍ୱଂଶ ପାଉଥିବାରୁ ଏବେ ନୂଆ ଠିକଣା ଖୋଜିଛି ପାକିସ୍ତାନ । ପାକିସ୍ତାନ ଆତଙ୍କବାଦୀଙ୍କୁ ଭଲଭାବେ ପ୍ରଶିକ୍ଷଣ କରି ଭାରତ ଉପରେ ବଡ଼ ଧରଣର ଆକ୍ରମଣ ପାଇଁ ଯୋଜୋନା ରଖିଛି ବୋଲି ଗୋଇନ୍ଦା ସୂତ୍ରରୁ ଖବର ମିଳିଛି । ଅନ୍ୟପଟେ ପାକିସ୍ତାନର ସବୁ ପ୍ରକାର ଚାଲାକିକୁ ନାକାମି କରିବା ପାଇଁ ସେନା ସବୁବେଳେ ତୟାର ବୋଲି କହିଛନ୍ତି ଆର୍ମି ଚିଫ୍ ।

Tags: