କେରଳରେ ଭୟଙ୍କର ଭୂସ୍ଖଳନ,ମୃତ୍ୟୁ ସଂଖ୍ୟା ୪୩ ଟପିଲା
ଭୁବନେଶ୍ୱର : କେରଳରେ ପ୍ରବଳ ବର୍ଷା ଜାରି ରହିଥିବା ବେଳେ ଆଜି ସକାଳେ ୱାୟାନାଡରେ ଭୟଙ୍କର ଭୂସ୍ଖଳନ ଘଟିଛି I ଏଥିରେ ୪୩ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନେକ ଲୋକ ଫସି ରହିଥିବାର ଆଶଙ୍କା ରହିଛି । ତେବେ ମୃତ୍ୟୁ ସଂଖ୍ୟା ଆହୁରି ବଢିପାରେ ବୋଲି ଆକଳନ କରାଯାଉଛି। ୱଏନାଡର ମେପ୍ପଡି ପାହାଡ଼ିଆ ଅଞ୍ଚଳରେ ଏହି ଭୂସ୍ଖଳନ ହୋଇଥିବା ଖବର ଆସିଛି। ଉଦ୍ଧାର କାର୍ଯ୍ୟରେ KSDMA ଓ NDRF ର ୨୫୦ ସଦସ୍ୟ ନିୟୋଜିତ ଅଛନ୍ତି। […]
ଭୁବନେଶ୍ୱର : କେରଳରେ ପ୍ରବଳ ବର୍ଷା ଜାରି ରହିଥିବା ବେଳେ ଆଜି ସକାଳେ ୱାୟାନାଡରେ ଭୟଙ୍କର ଭୂସ୍ଖଳନ ଘଟିଛି I ଏଥିରେ ୪୩ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନେକ ଲୋକ ଫସି ରହିଥିବାର ଆଶଙ୍କା ରହିଛି । ତେବେ ମୃତ୍ୟୁ ସଂଖ୍ୟା ଆହୁରି ବଢିପାରେ ବୋଲି ଆକଳନ କରାଯାଉଛି।
ୱଏନାଡର ମେପ୍ପଡି ପାହାଡ଼ିଆ ଅଞ୍ଚଳରେ ଏହି ଭୂସ୍ଖଳନ ହୋଇଥିବା ଖବର ଆସିଛି। ଉଦ୍ଧାର କାର୍ଯ୍ୟରେ KSDMA ଓ NDRF ର ୨୫୦ ସଦସ୍ୟ ନିୟୋଜିତ ଅଛନ୍ତି। ସେହିପରି ଉଦ୍ଧାର କାର୍ଯ୍ୟ ପାଇଁ MI 17 ଓ ALH ହେଲିକପ୍ଟର ନିୟୋଜିତ କରଯାଇଛି। ସ୍ୱାସ୍ଥ୍ୟ ବିଭାଗ- ଜାତୀୟ ସ୍ୱାସ୍ଥ୍ୟ ମିଶନ ନିୟନ୍ତ୍ରଣ କକ୍ଷ ଖୋଲିଛି ଏବଂ ଜରୁରୀକାଳୀନ ସହାୟତା ପାଇଁ ହେଲପଲାଇନ ନମ୍ବର ଜାରି କରାଯାଇଛି।
ସୂଚନା ଅନୁସାରେ, ଆଜି ସକାଳୁ ସକାଳୁ କେରଳ ରାଜ୍ୟର ୱାଏନାଡ ଜିଲ୍ଲାର ମେପ୍ପଡି ନିକଟସ୍ଥ ପାହାଡିଆ ଅଞ୍ଚଳରେ ଭୁସ୍ଖଳନ ହୋଇଛି । କିଛି ସମୟ ବ୍ୟବଧାନରେ ଏକାଧିକ ସ୍ଥାନରେ ଭୁସ୍ଖଳନ ଘଟିଛି । ଏଥିରେ ମାଟି ତଳେ ଅନେକ ଲୋକ ଫସିରହିଥିବା ଆଶଙ୍କା କରାଯାଇଛି । ପ୍ରବଳ ବର୍ଷା ଯୋଗୁଁ ମାଟି ଧସିଯାଇଥିବା ବେଳେ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।
କେରଳ ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କ (KSDMA)ସୂଚନା ଅନୁଯାୟୀ, ଭୂସ୍ଖଳନ ନେଇ ଖବର ପାଇବା ପରେ ତୁରନ୍ତ ଅଗ୍ନିଶମ ବାହିନୀ ଓ ଏନଡିଆରଏଫ ଟିମ ପ୍ରଭାବିତ ଅଞ୍ଚଳରେ ପହଞ୍ଚି ସେଠାରେ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି । ଭୂସ୍ଖଳନରେ ଆହତ ୫୦ ଜଣଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ପ୍ରବଳ ବର୍ଷା ସମୟରେ ଭୋର ପ୍ରାୟ ୧ଟାରେ ମୁଣ୍ଡାକ୍କାଇ ଟାଉନରେ ପ୍ରଥମ ଭୂସ୍ଖଳନ ଘଟିଥିଲା। ମୁଣ୍ଡାକ୍କାଇରେ ଉଦ୍ଧାର କାର୍ଯ୍ୟ ଚାଲିଥିଲା ବେଳେ ସକାଳ ପ୍ରାୟ ୪ଟାରେ ଚୁରଲ ମାଲାର ଏକ ସ୍କୁଲ ନିକଟରେ ଦ୍ୱିତୀୟ ଭୂସ୍ଖଳନ ଘଟିଥିଲା।
ଏହି ଘଟଣାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗଭୀର ଦୁଃଖ ପ୍ରକଶ କରିବା ସହିତ ମୃତାହତଙ୍କ ପାଇଁ ସହାୟତା ରାଶି ଘୋଷଣା କରିଛନ୍ତି । ଭୂସ୍ଖଳନରେ ମୃତ୍ୟୁବରଣ କରିଥିବା ପରିବାର ପାଇଁ ପ୍ରଧାନମନ୍ତ୍ରୀ ୨ ଲକ୍ଷ ଟଙ୍କାର କ୍ଷତିପୂରଣ ଆହତ ମାନଙ୍କ ପାଇଁ ୫୦ହଜାର ତାଙ୍କର ସହାୟତା ରାଶି ଘୋଷଣା କରିଛନ୍ତି । ଏହା ସହିତ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଆହତଙ୍କ ଆସୁ ଆରୋଗ୍ୟ କାମନା କରିଛନ୍ତି ।
ଅନ୍ୟପଟେ କେରଳ ଭୂସ୍ଖଳନରେ ନିଖୋଜ ବ୍ୟକ୍ତିଙ୍କ ମଧ୍ୟରେ କଟକର ଜଣେ ଓଡ଼ିଆ ଡାକ୍ତର ଥିବା ସୂଚନା ମିଳିଛି । ତାଙ୍କ ନାଁ ବିଷ୍ଣୁପ୍ରସାଦ ଚିନ୍ନାରା । ଡାକ୍ତର ବିଷ୍ଣୁପ୍ରସାଦ ଏବଂ ତାଙ୍କ ପତ୍ନୀ ପ୍ରିୟଦର୍ଶିନୀ ପଲ ୨୬ ତାରିଖ ଦିନ ରାଜ୍ୟ ବାହାରକୁ ଯାଇଥିଲେ । ୨୭ ତାରିଖ ଦିନ ବେଙ୍ଗାଲୁରୁରେ ନିଜ ଜନ୍ମଦିନ ପାଳନ କରି ସେଠାରୁ ପତ୍ନୀଙ୍କ ସହ କେରଳ ବୁଲିବାକୁ ଯାଇଥିଲେ । ତେବେ କେରଳରେ ଉଭୟ ପତି-ପତ୍ନୀ ଭୂସ୍ଖଳନରେ ଭାସି ଯାଉଥିବା ବେଳେ କେବଳ ପତ୍ନୀ ପ୍ରିୟଦର୍ଶିନୀଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ କେରଳର ଉଇମ୍ସ ହସ୍ପିଟାଲର ସର୍ଜରୀ ୱାର୍ଡରେ ଭର୍ତି କରାଯାଇଛି I ବର୍ତ୍ତମାନ ସୁଦ୍ଧା ଡାକ୍ତର ବିଷ୍ଣୁପ୍ରସାଦଙ୍କ ପତ୍ତା ମିଳିପାରି ନାହିଁ ।




