ଇଟାଭାଟି ରେ ଭୟଙ୍କର ବିସ୍ଫୋରଣ,୯ ମୃତ,୧୬ ଆହତ

ପାଟନା : ବିହାରର ମୋତିହାରିରେ ଏକ ଇଟାଭାଟି ଚିମିନିରେ ଭୟଙ୍କର ବିସ୍ଫୋରଣ । ଚିମିନି ତଳେ ଚାପି ହୋଇ ୯ ମୃତ ୧୬ ଜଣ ଆହତ ହୋଇଛନ୍ତି I ରାମଗରୱା ନରିର୍ଗିର୍‌ରେ ଥିବା ଏକ ଇଟା ଭାଟିରେ ଏହି ବିସ୍ଫୋରଣ ଘଟିଥିଲା I ବିସ୍ଫୋରଣ ହେବା ସମୟରେ ଉକ୍ତ ଚିମିନୀ ପାଖରେ ପାଖାପାଖି ୫୦ ଜଣ ଲୋକ ରହିଥିଲେ । ତେବେ ଆଗକୁ ମୃତକଙ୍କ ସଂଖ୍ୟା ବୃଦ୍ଧି ପାଇବାର ସମ୍ଭାବନା ରହିଛି I ଭଗ୍ନାବଶେଷ ତଳେ ୨୪ରୁ […]

Samaya Live Picture
Published On

ପାଟନା : ବିହାରର ମୋତିହାରିରେ ଏକ ଇଟାଭାଟି ଚିମିନିରେ ଭୟଙ୍କର ବିସ୍ଫୋରଣ । ଚିମିନି ତଳେ ଚାପି ହୋଇ ୯ ମୃତ ୧୬ ଜଣ ଆହତ ହୋଇଛନ୍ତି I ରାମଗରୱା ନରିର୍ଗିର୍‌ରେ ଥିବା ଏକ ଇଟା ଭାଟିରେ ଏହି ବିସ୍ଫୋରଣ ଘଟିଥିଲା I ବିସ୍ଫୋରଣ ହେବା ସମୟରେ ଉକ୍ତ ଚିମିନୀ ପାଖରେ ପାଖାପାଖି ୫୦ ଜଣ ଲୋକ ରହିଥିଲେ । ତେବେ ଆଗକୁ ମୃତକଙ୍କ ସଂଖ୍ୟା ବୃଦ୍ଧି ପାଇବାର ସମ୍ଭାବନା ରହିଛି I ଭଗ୍ନାବଶେଷ ତଳେ ୨୪ରୁ ଅଧିକ ଲୋକ ଚାପି ହୋଇ ରହିଥିବା ଆଶଙ୍କା କରାଯାଇଛି I

ସୂଚନାନୁସାରେ ଆଜି ସକାଳେ ବିିହାର ମୋତିହାରୀର ରାମଗଡବା ନରିର୍ଗିର୍‌ ଇଟା ଭାଟିରେ ଏହି ଦୁର୍ଘଟଣା ଘଟିଛି। ଖବରପାଇ ଦୁର୍ଘଟଣାସ୍ଥଳରେ ପୋଲିସ୍‌, SDRF ଟିମ୍‌ ପହଞ୍ଚି ଉଦ୍ଧାର କାର୍ଯ୍ୟ ଚଳାଇଛନ୍ତି। I ସମସ୍ତ ମୃତାହତଙ୍କୁ ରକ୍‌ସୌଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି I ସେମାନଙ୍କ ମଧ୍ୟରୁ ୧୬ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । ସେହିପରି ମୃତକ ୯ ଜଣଙ୍କ ମଧ୍ୟରୁ ୪ ଜଣ ସ୍ଥାନୀୟ ଅଞ୍ଚଳର ହୋଇଥିବା ବେଳେ ଆଉ ୫ ଜଣ ଉତ୍ତରପ୍ରଦେଶର ବୋଲି ଜଣାପଡ଼ିଛି। ତେବେ ଇଟାଭାଟି ତଳେ ଆହୁରି ୧୨ ଜଣ ଶ୍ରମିକ ଫସି ରହିଥିବା ଆଶଙ୍କା କରାଯାଉଛି I ଘନ କୁହୁଡି ଯୋଗୁଁ ସେମାନଙ୍କୁ ଉଦ୍ଧାର କରିବାରେ ବିଳମ୍ବ ହେଉଛି।

ବିସ୍ଫୋରଣ ପରେ ଆତଙ୍କିତ ହୋଇ ସେଠାରେ ଉପସ୍ଥିତ ଲୋକ ଧାଁଦୌଡ଼ କରିଥିଲେ। ଫଳରେ ଦଳାଚକଟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଲୋକଙ୍କ କହିବା ଅନୁସାରେ, ବିସ୍ଫୋରଣର ଶବ୍ଦ ଏତେ ଜୋର୍‌ ଥିଲା ଯେ ଅଧିକ ଦୂର ପର୍ଯ୍ୟନ୍ତ ଏହା ଶୁଣିବାକୁ ମିଳିଥିଲା।

ଅନ୍ୟପକ୍ଷେ, ଚିମିନିରେ ଏହି ଭୟଙ୍କର ବିସ୍ଫୋରଣ ଘଟଣାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଃଖ ପ୍ରକାଶ କରିଛନ୍ତି। ଏହାସହ ଶୋକସନ୍ତପ ପରିବାରଙ୍କୁ ସମବେଦନା ଜଣାଇଛନ୍ତି।PMNRF ପକ୍ଷରୁ ମୃତକଙ୍କ ପରିବାରକୁ ୨ ଲକ୍ଷ ଓ ଆହତଙ୍କୁ ୫୦ ହଜାର ଟଙ୍କା ପ୍ରଦାନ କରାଯିବ ବୋଲି ଘୋଷଣା କରିଛନ୍ତି ।

Tags: