ଉତ୍ତରପ୍ରଦେଶରେ ଭୟଙ୍କର ବସ ଦୁର୍ଘଟଣା,୧୮ ମୃତ ୩୦ ଗୁରୁତର

ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ଉନ୍ନାଓରେ ଭୟଙ୍କର ବସ୍ ଦୁର୍ଘଟଣା । ଏଥିରେ ୧୮ ଯାତ୍ରୀଙ୍କ ମୃତ୍ୟୁ ଘଟିବା ସହିତ ୩୦ ଜଣ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି । ଆଜି ଭୋର ସମୟରେ ଆଗ୍ରା-ଲକ୍ଷ୍ମୌ ଜାତୀୟ ରାଜପଥରେ ଏକ କ୍ଷୀର ଟ୍ୟାଙ୍କକୁ ବସଟିକୁ ଓଭରଟେକ କରୁଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା । ଗୁରୁତରଙ୍କ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏହି ଡବଲ ଡେକର ବସଟି ବିହାରରୁ ଦିଲ୍ଲୀ ଯିବାବେଳେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା । ସୂଚନା ଅନୁଯାୟୀ, ବିହାର […]

Samaya Live Picture
Published On

ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ଉନ୍ନାଓରେ ଭୟଙ୍କର ବସ୍ ଦୁର୍ଘଟଣା । ଏଥିରେ ୧୮ ଯାତ୍ରୀଙ୍କ ମୃତ୍ୟୁ ଘଟିବା ସହିତ ୩୦ ଜଣ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି । ଆଜି ଭୋର ସମୟରେ ଆଗ୍ରା-ଲକ୍ଷ୍ମୌ ଜାତୀୟ ରାଜପଥରେ ଏକ କ୍ଷୀର ଟ୍ୟାଙ୍କକୁ ବସଟିକୁ ଓଭରଟେକ କରୁଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା । ଗୁରୁତରଙ୍କ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏହି ଡବଲ ଡେକର ବସଟି ବିହାରରୁ ଦିଲ୍ଲୀ ଯିବାବେଳେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା ।

ସୂଚନା ଅନୁଯାୟୀ, ବିହାର ମୋତିହାରୀରୁ ଡବଲ୍ ଡେକର ବସ୍ (UP95 T 4720) ଦିଲ୍ଲୀ ଆସୁଥିଲା। ଆଜି ସକାଳ ପ୍ରାୟ ୫ .୧୫ ସମୟରେ ଉନ୍ନାଓର ବେହେଟା ମୁଜାୱାର ପୋଲିସ୍ ଷ୍ଟେସନ ଅଞ୍ଚଳର ଗରହର ଗାଁ ନିକଟରେ ବଚ୍ଚରୁ ଦ୍ରୁତ ଗତିରେ ଆସୁଥିବା ଏକ କ୍ଷୀର ଭର୍ତି ଟ୍ୟାଙ୍କର ବସଟିକୁ ଓଭରଟେକ କଲାବେଳେ ବସ ଦେହରେ ପିଟି ହୋଇ ଦୁର୍ଘଟଣା ଘଟିଥିଲା । ସେହି ସମୟରେ ବସଟି ମଧ୍ୟ ଓଭର ସ୍ପିଡ଼ ରେ ଜାକଥିଲ । ତେବେ ଦୁର୍ଘଟଣାଟି ଏତେ ଭୟଙ୍କର ଥିଲା ଯେ, ବସ୍‌ଟି ବହୁ ଥର ଓଲଟିବା ସହ ଦୁଇ ଫାଳ ହୋଇ ଯାଇଛି। ଘଟଣାସ୍ଥଳରେ ୧୮ଜଣ ଯାତ୍ରୀଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି। ୩୦ ଜଣ ଯାତ୍ରୀଙ୍କୁ ଗୁରୁତର ଅବସ୍ଥାରେ ଲକ୍ଷ୍ନୌ ମେଡିକାଲରେ ଭର୍ତ୍ତି କରାଯାଇଛି। ଦୁର୍ଘଟଣା ଯୋଗୁଁ ଦୀର୍ଘ ସମୟ ପର୍ଯ୍ୟନ୍ତ ରାସ୍ତାରେ ଯାତାୟତ ବନ୍ଦ ହୋଇ ଯାଇଥିଲା। ତୁରନ୍ତ ରାସ୍ତା ସଫା କରିବା ପରେ ଯାନବାହନ ଚଳାଚଳ ସ୍ଵାଭାବିକ ହୋଇଛି।

Tags: