ପୁଣି ଦୁଇ ଆତଙ୍କବାଦୀ ନିପାତ
ପୁଲୱାମା: ଘାଟୀରେ ପୁଣି ୨ ଆତଙ୍କବାଦୀ ନିପାତ । ଜମ୍ମୁ ଓ କାଶ୍ମୀର ପୁଲୱାମା ଜିଲ୍ଲାର ଗୁଣ୍ଡିପୋରା ଅଞ୍ଚଳରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀ ମୁହାଁମୁହିଁ ହୋଇଛନ୍ତି । ସୁରକ୍ଷାକର୍ମୀଙ୍କ ଗୁଳିରେ ୨ ଜଣ ଆତଙ୍କବାଦୀ ନିପାତ ହୋଇଛନ୍ତି । ନିହତ ଦୁଇ ଆତଙ୍କବାଦୀ ଆତଙ୍କୀ ସଂଗଠନ ଜୈଶ-ଏ-ମହମ୍ମଦର ହୋଇଥିବା ଜଣାପଡିଛି । ସୂଚନା ଅନୁସାରେ, ଗତକାଲି ସନ୍ଧ୍ୟାରୁ ପୁଲୱାମା ଜିଲ୍ଲାର ଗୁଣ୍ଡିପୋରା ଅଞ୍ଚଳରେ ଏନକାଉଣ୍ଟର ଆରମ୍ଭ ହୋଇଥିଲା । ତେବେ ସେଠାରେ ଆଉ କିଏ ଆତଙ୍କବାଦୀ ରହିଛନ୍ତି […]
ପୁଲୱାମା: ଘାଟୀରେ ପୁଣି ୨ ଆତଙ୍କବାଦୀ ନିପାତ । ଜମ୍ମୁ ଓ କାଶ୍ମୀର ପୁଲୱାମା ଜିଲ୍ଲାର ଗୁଣ୍ଡିପୋରା ଅଞ୍ଚଳରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀ ମୁହାଁମୁହିଁ ହୋଇଛନ୍ତି । ସୁରକ୍ଷାକର୍ମୀଙ୍କ ଗୁଳିରେ ୨ ଜଣ ଆତଙ୍କବାଦୀ ନିପାତ ହୋଇଛନ୍ତି । ନିହତ ଦୁଇ ଆତଙ୍କବାଦୀ ଆତଙ୍କୀ ସଂଗଠନ ଜୈଶ-ଏ-ମହମ୍ମଦର ହୋଇଥିବା ଜଣାପଡିଛି । ସୂଚନା ଅନୁସାରେ, ଗତକାଲି ସନ୍ଧ୍ୟାରୁ ପୁଲୱାମା ଜିଲ୍ଲାର ଗୁଣ୍ଡିପୋରା ଅଞ୍ଚଳରେ ଏନକାଉଣ୍ଟର ଆରମ୍ଭ ହୋଇଥିଲା । ତେବେ ସେଠାରେ ଆଉ କିଏ ଆତଙ୍କବାଦୀ ରହିଛନ୍ତି କି ନାହିଁ କିମ୍ବା କୌଣସି ଅପରାଧିକ ଷଡଯନ୍ତ୍ର ଚାଲିଛି କି ନାହିଁ ସେ ନେଇ ଆଜି ସକାଳୁ ସେ ଅଞ୍ଚଳରେ ସର୍ଚ୍ଚ ଅପରେସନ୍ ଜାରି ରହିଛି ।




