ମହୁଆରୁ ପ୍ରାର୍ଥିପତ୍ର ଦାଖଲ କଲେ ତେଜ ପ୍ରତାପ ଯାଦବ

ନୂଆଦିଲ୍ଲୀ: ଜେଜେଡି ( ଜନହିତ ଜନତା ଦଳ) ମୁଖ୍ୟ ତଥା ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କ ବଡ଼ ପୁଅ ତେଜ ପ୍ରତାପ ଯାଦବ ଆଜି ମହୁଆ ନିର୍ବାଚନମଣ୍ଡଳୀରୁ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ଜେଜେ ମା’ ମରଛିୟା ଦେବୀଙ୍କର ଏକ ଫଟୋ ଧରି ତେଜପ୍ରତାପ ଆଜି ଏକ ରୋଡ୍‌ସୋ କରି ପ୍ରାର୍ଥିପତ୍ର ଦାଖଲ ପାଇଁ ଯାଇଥିଲେ। ସାମ୍ବାଦିକଙ୍କୁ ଟିପ୍ପଣୀ ଦେଇ ଜେଜେଡି ମୁଖ୍ୟ କହିଛନ୍ତି, ବାପା ମା’ ଏବଂ ଜେଜେମା’ଙ୍କ ଆର୍ଶୀବାଦ ନେଇ ସେ ଯାଉଥିବାରୁ […]

ମହୁଆରୁ ପ୍ରାର୍ଥିପତ୍ର ଦାଖଲ କଲେ ତେଜ ପ୍ରତାପ ଯାଦବ
Samaya Live Picture
Published On

ନୂଆଦିଲ୍ଲୀ: ଜେଜେଡି ( ଜନହିତ ଜନତା ଦଳ) ମୁଖ୍ୟ ତଥା ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କ ବଡ଼ ପୁଅ ତେଜ ପ୍ରତାପ ଯାଦବ ଆଜି ମହୁଆ ନିର୍ବାଚନମଣ୍ଡଳୀରୁ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ଜେଜେ ମା’ ମରଛିୟା ଦେବୀଙ୍କର ଏକ ଫଟୋ ଧରି ତେଜପ୍ରତାପ ଆଜି ଏକ ରୋଡ୍‌ସୋ କରି ପ୍ରାର୍ଥିପତ୍ର ଦାଖଲ ପାଇଁ ଯାଇଥିଲେ। ସାମ୍ବାଦିକଙ୍କୁ ଟିପ୍ପଣୀ ଦେଇ ଜେଜେଡି ମୁଖ୍ୟ କହିଛନ୍ତି, ବାପା ମା’ ଏବଂ ଜେଜେମା’ଙ୍କ ଆର୍ଶୀବାଦ ନେଇ ସେ ଯାଉଥିବାରୁ ଏହି ଯାତ୍ରା ତାଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ। ତେଜପ୍ରତାପ କହିଛନ୍ତି, ମୁଁ ସାଙ୍ଗରେ ମୋ ଜେଜେ ମା’ଙ୍କୁ ଆଣିଛି। ମହୁଆର ଲୋକଙ୍କ ପାଇଁ ଯିଏ କାମ କରିଛି ସେମାନେ ତାଙ୍କୁ ସମର୍ଥନ କରିବେ। ମୁଁ ମହୁଆକୁ ଜିଲ୍ଲାରେ ପରିଣତ କରିବା ଦିଗରେ କାମ କରୁଛି ଏବଂ ଯୁବବର୍ଗଙ୍କୁ ନିଯୁକ୍ତି ସୁଯୋଗ ପ୍ରଦାନ କରିବା ଦିଗରେ କାମ କରୁଛି ବୋଲି ସେ କହିଛନ୍ତି। ବର୍ତ୍ତମାନ ହାସନପୁରକୁ ପ୍ରତିନିଧିତ୍ବ କରୁଥିବା ତେଜପ୍ରତାପ ପୂର୍ବରୁ ମହୁଆରେ ୨୦୧୫ରୁ ୨୦୨୦ ପର୍ଯ୍ୟନ୍ତ ବିଧାୟକ ଥି‌ଲେ। ଉକ୍ତ ଆସନକୁ ‌ଏବେ ଆର୍‌ଜେଡିର ମୁ‌କେଶ କୁମାର ରୌଶନ ପ୍ରତିନିଧିତ୍ବ କରୁଛନ୍ତି।

Tags: