ପୁଣି ଚର୍ଚ୍ଚାରେ ତାଜମହଲ
ଆଗ୍ରା: ମଇ ୧୦: ତାଜମହଲରେ ବନ୍ଦ ପଡ଼ିଥିବା ୨୦ରୁ ଅଧିକ କୋଠରୀ ଭିତରେ କଣ ରହିଛି ତାକୁ ନେଇ ଚର୍ଚ୍ଚା ବଢୁଛି । ଏହାର ସତ୍ୟାସତ୍ୟ ଯାଞ୍ଚ ପାଇଁ ଆହ୍ଲାବାଦ ହାଇକୋର୍ଟରେ ପିଟିସନ୍ ଦାୟର ହୋଇଛି । ଉତ୍ତରପ୍ରଦେଶ ଆଗ୍ରାରେ ଥିବା ଏହି ବିଶ୍ୱ ଆଶ୍ଚର୍ଯ୍ୟରେ ପ୍ରାୟ ୧୨୦ଟି କୋଠରୀ ଥିବା କୁହାଯାଉଥିବା ବେଳେ, ସେଥିରୁ ପ୍ରାୟ ୨୦ଟି ଖୋଲାନଯିବା ପଛର କାରଣକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବିଜେପି ନେତା ଡକଫର ରଜନୀଶ ସିଂ । ପୂର୍ବରୁ […]
ଆଗ୍ରା: ମଇ ୧୦: ତାଜମହଲରେ ବନ୍ଦ ପଡ଼ିଥିବା ୨୦ରୁ ଅଧିକ କୋଠରୀ ଭିତରେ କଣ ରହିଛି ତାକୁ ନେଇ ଚର୍ଚ୍ଚା ବଢୁଛି । ଏହାର ସତ୍ୟାସତ୍ୟ ଯାଞ୍ଚ ପାଇଁ ଆହ୍ଲାବାଦ ହାଇକୋର୍ଟରେ ପିଟିସନ୍ ଦାୟର ହୋଇଛି । ଉତ୍ତରପ୍ରଦେଶ ଆଗ୍ରାରେ ଥିବା ଏହି ବିଶ୍ୱ ଆଶ୍ଚର୍ଯ୍ୟରେ ପ୍ରାୟ ୧୨୦ଟି କୋଠରୀ ଥିବା କୁହାଯାଉଥିବା ବେଳେ, ସେଥିରୁ ପ୍ରାୟ ୨୦ଟି ଖୋଲାନଯିବା ପଛର କାରଣକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବିଜେପି ନେତା ଡକଫର ରଜନୀଶ ସିଂ । ପୂର୍ବରୁ ବହୁ ଦକ୍ଷିଣ ପନ୍ଥୀ ସଂଗଠନ ପକ୍ଷରୁ ତାଜମହଲର ଐତିହାସିକ ପୃଷ୍ଠଭୂମିକୁ ନେଇ ପ୍ରଶ୍ନ ଉଠାଯାଇଥିବା ବେଳେ ତାଜମହଲ ମୁଗଲ୍ ଶାସକ ଶାହଜାହାନଙ୍କ ଦ୍ୱାରା ପତ୍ନୀ ମୁମତାଜଙ୍କ ଉଦ୍ଦେଶ୍ୟରେ ର୍ନିମିତ ସମାଧିସ୍ଥଳ ନୁହେଁ, ବରଂ ଏକ ହିନ୍ଦୁ ଶୈବପୀଠ ତେଜୋ ମହାଳୟା ବୋଲି ଦାବି ହୋଇ ଆସୁଛି । ଏହି ବନ୍ଦ ପଡ଼ିଥିବା ୨୦ରୁ ଅଧିକ କୋଠରୀରେ ହିନ୍ଦୁ ଦେବାଦେବୀଙ୍କ ମୂର୍ତ୍ତି ରଖାଯାଇଛି ବୋଲି ମଧ୍ୟ ଚର୍ଚ୍ଚା ହେଉଛି । ତେଣୁ ଚର୍ଚ୍ଚାର ପରିସମାପ୍ତି ପାଇଁ ଏହି କୋଠରୀ ଗୁଡ଼ିକ ଖୋଲାଯାଉ ଏବଂ ତା ଭିତରେ ପ୍ରକୃତରେ କଣ ଅଛି ଯାଞ୍ଚ କରାଯାଉ ବୋଲି ଆହ୍ଲାବାଦ ହାଇକୋର୍ଟରେ ଅପିଲ୍ କରିଛନ୍ତି ଉତ୍ତର ପ୍ରଦେଶ ଅଯୋଧ୍ୟାର ବିଜେପି ମିଡିଆ ପ୍ରଭାରୀ ଡକଫର ରଜନୀଶ ସିଂ । ପ୍ରାୟ ୨୨ଟି କୋଠରୀ ଖୋଲିବାକୁ ଭାରତୀୟ ପ୍ରତ୍ନତତ୍ୱ ସର୍ବେକ୍ଷଣ ସଂସ୍ଥା-ଏଏସ୍ଆଇକୁ ନିର୍ଦ୍ଦେଶ ଦେବା ପାଇଁ ଆହ୍ଲାବାଦ ହାଇକୋର୍ଟର ଲକ୍ଷ୍ନୌ ବେଞ୍ଚରେ ଅପିଲ୍ କରିଛନ୍ତି ରଜନୀଶ । ଏଥିସହ କୋଠରୀ ଭିତରେ ଥିବା ସାମଗ୍ରୀର ରହସ୍ୟ ଖୋଜିବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ଏକ କମିଟି ଗଠନ କରାଯାଉ ବୋଲି ମଧ୍ୟ ସେ ଦାବି କରିଛନ୍ତି ।




