ବିଦ୍ରୋହୀଙ୍କ କବଜାରେ ସିରିଆ:ରାଷ୍ଟ୍ରପତି ଆସଦଙ୍କ ପଳାୟନ, ରୁଷରେ ନେଲେ ଆଶ୍ରୟ
ଦାମାସକଶ:ବିଦ୍ରୋହୀଙ୍କ କବଜାରେ ସିରିଆ। ରାଜଧାନୀ ଦାମସକଶ ସହିତ ପୁରା ଦେଶକୁ କବଜା କରିଛନ୍ତି ବିଦ୍ରୋହୀ। ଅସଦଙ୍କ ୨୪ ବର୍ଷ ଶାସନର ଅନ୍ତ ଘଟିଛି। କୁହାଯାଉଛି ଇସ୍ତଫା ପରେ ରାଷ୍ଟ୍ରପତି ବସର-ଅଲ-ଅସଦ ଦେଶ ଛାଡି ପରିବାର ସହ ଋଷରେ ଆଶ୍ରୟ ନେଇଛନ୍ତି।ପୁଟିନ ତାଙ୍କୁ ରାଜନୈତିକ ଆଶ୍ରୟ ଦେଇଥିବା କୁହାଯାଉଛି। ଅସଦଙ୍କ ଦୀର୍ଘ ୨୪ ବର୍ଷର ଏକଛତ୍ରବାଦ ଶାସନରେ ପୂର୍ଣ୍ଣଛେଦ ପଡିଛି। ଅସଦଙ୍କ ବିରୋଧରେ ଗତ ୧୪ ବର୍ଷ ହେଲା ବିଦ୍ରୋହ ଜାରି ରହିଥିଲା। ରାଷ୍ଟ୍ରପତିଙ୍କ ପଳାୟନ ପରେ ସିରିଆ […]
ଦାମାସକଶ:ବିଦ୍ରୋହୀଙ୍କ କବଜାରେ ସିରିଆ। ରାଜଧାନୀ ଦାମସକଶ ସହିତ ପୁରା ଦେଶକୁ କବଜା କରିଛନ୍ତି ବିଦ୍ରୋହୀ। ଅସଦଙ୍କ ୨୪ ବର୍ଷ ଶାସନର ଅନ୍ତ ଘଟିଛି। କୁହାଯାଉଛି ଇସ୍ତଫା ପରେ ରାଷ୍ଟ୍ରପତି ବସର-ଅଲ-ଅସଦ ଦେଶ ଛାଡି ପରିବାର ସହ ଋଷରେ ଆଶ୍ରୟ ନେଇଛନ୍ତି।ପୁଟିନ ତାଙ୍କୁ ରାଜନୈତିକ ଆଶ୍ରୟ ଦେଇଥିବା କୁହାଯାଉଛି। ଅସଦଙ୍କ ଦୀର୍ଘ ୨୪ ବର୍ଷର ଏକଛତ୍ରବାଦ ଶାସନରେ ପୂର୍ଣ୍ଣଛେଦ ପଡିଛି। ଅସଦଙ୍କ ବିରୋଧରେ ଗତ ୧୪ ବର୍ଷ ହେଲା ବିଦ୍ରୋହ ଜାରି ରହିଥିଲା। ରାଷ୍ଟ୍ରପତିଙ୍କ ପଳାୟନ ପରେ ସିରିଆ ପ୍ରଧାନମନ୍ତ୍ରୀ ବିଦ୍ରୋହୀଙ୍କୁ କ୍ଷମତା ହସ୍ତାନ୍ତର ପାଇଁ ପ୍ରସ୍ତାବ ଦେଇଛନ୍ତି।
ଅନ୍ୟପଟେ ସିରିଆ ବାସୀ ନ୍ୟାୟ ପାଇଛନ୍ତି ବୋଲି ଫ୍ରାନ୍ସ ଓ ବ୍ରିଟେନ ସମେତ ଅନେକ ଦେଶ ମତ ରଖିଛନ୍ତି।ତେବେ ବିଦ୍ରୋହୀଙ୍କ କବଜା ପରେ ସିରିଆର ଭବିଷ୍ୟତକୁ ନେଇ ଆଶା ଆଶଙ୍କା ଦେଖା ଦେଇଛି।




