‘ସ୍ୱଚ୍ଛ ଟଏକାଥନ’ର ଶୁଭାରମ୍ଭ, ଆବର୍ଜନା ଓ ବର୍ଜ୍ୟ ସାମଗ୍ରୀରୁ ପ୍ରସ୍ତୁତ ହେବ ଖେଳନା
ନୂଆଦିଲ୍ଲୀ : ଭାରତୀୟ ଖେଳଣା ଉଦ୍ୟୋଗକୁ ପରିବେଶ ଅନୁକୂଳ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ୱାନ ପରିପ୍ରେକ୍ଷୀରେ କେନ୍ଦ୍ର ଆବାସ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରଣାଳୟ କେତେକ ପଦକ୍ଷେପ ଗ୍ରହଣ କରିଛି । ମନ୍ତ୍ରଣାଳୟ ପକ୍ଷରୁ ଆବର୍ଜନା ଓ ବର୍ଜ୍ୟ ସାମଗ୍ରୀର ଉପଯୋଗୀ କରି ପୁନଃ ଚକ୍ରଣ ବ୍ୟବସ୍ଥାରେ ଏହା ବ୍ୟବହାର କରିବା ସହିତ ପରିବେଶକୁ ସ୍ୱଚ୍ଛ ରଖିବାକୁ ଉଦ୍ୟମ ଆରମ୍ଭ ହୋଇଛି । ଏହି ପ୍ରକ୍ରିୟାରେ ଜାତୀୟ ଖେଳଣା କ୍ରିୟାନୁଷ୍ଠାନ ଯୋଜନା ଅଧୀନରେ ଏହି […]
ନୂଆଦିଲ୍ଲୀ : ଭାରତୀୟ ଖେଳଣା ଉଦ୍ୟୋଗକୁ ପରିବେଶ ଅନୁକୂଳ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ୱାନ ପରିପ୍ରେକ୍ଷୀରେ କେନ୍ଦ୍ର ଆବାସ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରଣାଳୟ କେତେକ ପଦକ୍ଷେପ ଗ୍ରହଣ କରିଛି । ମନ୍ତ୍ରଣାଳୟ ପକ୍ଷରୁ ଆବର୍ଜନା ଓ ବର୍ଜ୍ୟ ସାମଗ୍ରୀର ଉପଯୋଗୀ କରି ପୁନଃ ଚକ୍ରଣ ବ୍ୟବସ୍ଥାରେ ଏହା ବ୍ୟବହାର କରିବା ସହିତ ପରିବେଶକୁ ସ୍ୱଚ୍ଛ ରଖିବାକୁ ଉଦ୍ୟମ ଆରମ୍ଭ ହୋଇଛି । ଏହି ପ୍ରକ୍ରିୟାରେ ଜାତୀୟ ଖେଳଣା କ୍ରିୟାନୁଷ୍ଠାନ ଯୋଜନା ଅଧୀନରେ ଏହି ମନ୍ତ୍ରଣାଳୟ ପକ୍ଷରୁ ଏକ “ସ୍ୱଚ୍ଛ ଟଏକାଥନ” ଆରମ୍ଭ କରାଯାଇଛି । ଆବର୍ଜନାରୁ କଣ୍ଢେଇ ତିଆରି କରିବାରେ ନୂଆ ବିଚାର, ନକ୍ସା ଓ ଉପାୟ ବାହାର କରିବା ପାଇଁ ଏହା ଏକ ଜାତୀୟ
ପ୍ରତିଯୋଗିତା । ‘ସ୍ୱଚ୍ଛ ଅମୃତ ମହୋତ୍ସବ’ ଅଧୀନରେ ଏହି କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି । ଏହା
୨୦୨୨ ସେପ୍ଟେମ୍ବର ୧୭ ସେବା ଦିବସରୁ ଆରମ୍ଭ ହୋଇଛି ।

କେନ୍ଦ୍ର ଆବାସ ଓ ସହରାଞ୍ଚଳ ବ୍ୟାପାର ସଚିବ ମନୋଜ ଜୋଷୀ ଏହି ‘ସ୍ୱଚ୍ଚ ଟଏକାଥନ’କୁ ମାଇ ଗଭ୍ ପୋର୍ଟାଲରେ ଅନ୍ଲାଇନ ପ୍ଲାଟଫର୍ମରେ ଶୁଭାରମ୍ଭ କରିଛନ୍ତି । ଏଥିସହିତ ଟୁଲକିଟ୍ ମଧ୍ୟ ଉନ୍ମୋଚିତ ହୋଇଛି ।ଏହାର ଉଦ୍ଦେଶ୍ୟ ହେଲା ଆବର୍ଜନାକୁ ଖେଳନାରେ ପରିଣତ କରିବା ପାଇଁ ନୂଆ କୌଶଳ ଓ ବୁଦ୍ଧି ବାହାର କରିବାକୁ ପ୍ରତିଭାଧାରୀଙ୍କ ମଧ୍ୟରେ ପ୍ରତିଯୋଗିତା କରାଇବା ।

ଆଇଆଇଟି ଗାନ୍ଧୀନଗରର ସେଣ୍ଟର ଫର କ୍ରିଏଟିଭ ଲର୍ଣ୍ଣିଂର ପ୍ରିନ୍ସପାଲ କୋଅର୍ଡିନେଟର ପ୍ରଫେସର ମନୀଷ ଜୈନ କହିଥିଲେ ଯେ ଖେଳଣା ସର୍ବଦା ପିଲାଙ୍କ ପାଇଁ ଉଭୟ ଆଶ୍ଚର୍ଯ୍ୟ ଓ ଆନନ୍ଦର ବିଷୟ ହୋଇ ରହିବା ଉଚିତ । ଏହା ମାଧ୍ୟମରେ ପିଲାଙ୍କ କଳ୍ପନା ଶକ୍ତି କିପରି ବଢି ପାରିବ ସେଥି ପ୍ରତି ଉପଯୁକ୍ତ ଦୃଷ୍ଟି ଦିଆଯିବା ଆବଶ୍ୟକ । ଘରର ଅଦରକାରୀ ଓ ବର୍ଜ୍ୟବସ୍ତୁକୁ କିପରି ସୁନ୍ଦର ଖେଳଣାରେ ପରିବର୍ତ୍ତନ କରିବ ହେବ ସେ ତାହାର କେତେକ ଉଦାହାରଣ ପ୍ରଦର୍ଶନ କରିଥିଲେ । ଏଥିରେ ପିଲାଙ୍କୁ ବିଜ୍ଞାନର ମୌଳିକ ନୀତି ଶିକ୍ଷା ଦେବାର ବାର୍ତ୍ତା ଥିଲା ।
‘ସ୍ୱଚ୍ଛ ଟଏକାଥନ’ ଏକ ଜାତୀୟସ୍ତରର ପ୍ରତିଯୋଗିତା ଏବଂ ବ୍ୟକ୍ତିବିଶେଷ ଓ ଗୋଷ୍ଠୀ/ଦଳଙ୍କ ପାଇଁ ଏହା ଉନ୍ମୁକ୍ତ । ଏହାର ତିନିଟି ପ୍ରମୁଖ ବିଷୟ ବା ଥିମ୍ ରହିଛି । ସେଗୁଡିକ ହେଲା-ଫନ୍ ଆଣ୍ଡ ଲର୍ଣ୍ଡିଂ (ମଜା ଉଠାଅ ଓ ଶିଖ),ବ୍ୟବହାର କର ଏବଂ ଉପଭୋଗ କର ଓ ନୂଆ ପୁରୁଣା -ଉଭୟରୁ କୌଶଳ ଓ ବିଚାର ଶିକ୍ଷା କର ।




