ପବିତ୍ର ରାମ ନବମୀରେ ଅଯୋଧ୍ୟାରେ ରାମଲଲାଙ୍କ କପାଳରେ ଲାଗିଲା ‘ସୂର୍ଯ୍ୟ ତିଲକ’
ଅଯୋଧ୍ୟା: ଆଜି ଶ୍ରୀରାମ ନବମୀ । ସଜେଇ ହୋଇଛି ଅଯୋଧ୍ୟା ନଗରୀ । ସବୁଠି ରାମମୟ ପରିବେଶ । ପ୍ରାଣ ପ୍ରତିଷ୍ଠା ପରେ ଆଜି ଅଯୋଧ୍ୟାରେ ପ୍ରଥମ ରାମ ନବମୀ ପାଳିତ ହେଉଛି । ମର୍ଯ୍ୟାଦା ପୁରୁଷୋତ୍ତମ ରାମ ହେଉଛନ୍ତି ସୂର୍ଯ୍ୟବଂଶୀ I ଆଜି ରାମ ନବମୀ ଅବସରରେ ଅଯୋଧ୍ୟାରେ ରାମ ମନ୍ଦିରରେ ପ୍ରଭୁ ଶ୍ରୀରାମଙ୍କ କପାଳରେ ସୂର୍ଯ୍ୟ କିରଣର ତିଲକ ଲଗାଯାଇଛି। ମନ୍ଦିର ଭିତରେ ରାମ ମୂର୍ତ୍ତି ପ୍ରତିଷ୍ଠା ହେବା ପରେ ଏହା ହେଉଛି ପ୍ରଥମ […]
ଅଯୋଧ୍ୟା: ଆଜି ଶ୍ରୀରାମ ନବମୀ । ସଜେଇ ହୋଇଛି ଅଯୋଧ୍ୟା ନଗରୀ । ସବୁଠି ରାମମୟ ପରିବେଶ । ପ୍ରାଣ ପ୍ରତିଷ୍ଠା ପରେ ଆଜି ଅଯୋଧ୍ୟାରେ ପ୍ରଥମ ରାମ ନବମୀ ପାଳିତ ହେଉଛି । ମର୍ଯ୍ୟାଦା ପୁରୁଷୋତ୍ତମ ରାମ ହେଉଛନ୍ତି ସୂର୍ଯ୍ୟବଂଶୀ I ଆଜି ରାମ ନବମୀ ଅବସରରେ ଅଯୋଧ୍ୟାରେ ରାମ ମନ୍ଦିରରେ ପ୍ରଭୁ ଶ୍ରୀରାମଙ୍କ କପାଳରେ ସୂର୍ଯ୍ୟ କିରଣର ତିଲକ ଲଗାଯାଇଛି। ମନ୍ଦିର ଭିତରେ ରାମ ମୂର୍ତ୍ତି ପ୍ରତିଷ୍ଠା ହେବା ପରେ ଏହା ହେଉଛି ପ୍ରଥମ ରାମ ନବମୀ।
https://x.com/sambitswaraj/status/1780488046250758493
ବୁଧବାର ମଧ୍ୟାହ୍ନ ୧୨ଟାରେ ସୂର୍ଯ୍ୟ କିରଣ ଅଯୋଧ୍ୟାରେ ରାମ ଲାଲାଙ୍କ କପାଳରେ ପଡ଼ିଛି। ପିତ୍ତଳ ପାଇପ ଦର୍ପଣ ଏବଂ ଲେନ୍ସ ଦ୍ବାରା ନିର୍ମିତ ଏକ ବିସ୍ତୃତ ଯନ୍ତ୍ର ଦ୍ୱାରା ସୂର୍ଯ୍ୟ ଦେବତାଙ୍କର କିରଣର ଏକ ଧାର ଆସି ରାମ ମନ୍ଦିରରେ ପ୍ରଭୁ ଶ୍ରୀରାମଙ୍କ କପାଳରେ ‘ସୂର୍ଯ୍ୟ ତିଲକ’ ପାଲଟିଛି। ବାଲକ୍ ରାମ ଆଜି ସୂର୍ଯ୍ୟ ତିଲକରେ ଅଭିଷିକ୍ତ ହୋଇଛନ୍ତି I ୪ ମିନିଟ ପର୍ଯ୍ୟନ୍ତ ସୂର୍ଯ୍ୟ କିରଣରେ ଝଲସିଥିଲା ଶ୍ରୀବିଗ୍ରହଙ୍କର ମସ୍ତକରେ ଶୋଭିତ ହୀରା ଓ ମାଣିକ୍ୟ। ଅଯୋଧ୍ୟା ରାମମନ୍ଦିର ଗର୍ଭଗୃହକୁ ସୂର୍ଯ୍ୟଦେବ ଓହ୍ଲାଇ ଆସିଥିଲେ। ରାମ ନବମୀରେ ବାଲକ ରାମଙ୍କ ସୂର୍ଯ୍ୟ ତିଳକ ସଂପନ୍ନ ହୋଇଛି।

ସମସ୍ତଙ୍କ ପାଇଁ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି ରାମଲଲା। ସକାଳୁ ରାମଲାଲାଙ୍କୁ କ୍ଷୀରରେ ଅଭିଷେକ ପରେ ସୁନା ଅଳଙ୍କାରରେ ଆଭୁଷିତ କରାଯାଇଥିଲା I ଭଗବାନ ଶ୍ରୀ ରାମଙ୍କ ସୂର୍ଯ୍ୟ ତିଲକ ହେବା ପରେ ସମଗ୍ର ମନ୍ଦିର ପରିସର ରାମ ଧ୍ୱନୀରେ ଉତ୍ସବ ମୁଖର ହୋଇ ଉଠିଥିଲା। ସୂର୍ଯ୍ୟ ତିଲକର ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ରାମ ନବମୀ ଦିନ ରାମଲଲାଙ୍କ ବିଶେଷ ପୂଜା କରାଯାଇଥିଲା। ଏହି ଅବସରରେ ଭକ୍ତମାନଙ୍କ ପାଇଁ ସକାଳ ୩ .୩୦ ରେ ରାମ ମନ୍ଦିରର ଦ୍ୱାର ଖୋଲା ଯାଇଥିଲା। ଆଜି ଭକ୍ତ ମାନେ ରାମଲାଲଙ୍କୁ ରାତି ୧୧ ଟା ପର୍ଯ୍ୟନ୍ତ ଦର୍ଶନ ପାଇପାରିବେ।
दिव्य-भव्य राम मंदिर में राम लला की प्राण-प्रतिष्ठा के बाद ये पहली रामनवमी है, जिसमें प्रभु श्री राम के सूर्य तिलक का अलौकिक अवसर भी आया है। दुनियाभर के राम भक्तों से मेरा आग्रह है कि वे इस अद्भुत क्षण का साक्षी जरूर बनें। https://t.co/jBw1J0GMOY
— Narendra Modi (@narendramodi) April 17, 2024




