ୱାକଫ ଆଇନ୍କୁ ନେଇ ସୁପ୍ରିମ ରାୟ
ନୂଆଦିଲ୍ଲୀ : ଆଜି ସୁପ୍ରିମକୋର୍ଟ ୱାକଫ୍ ସଂଶୋଧନ ଆଇନକୁ ନେଇ ବଡ଼ ରାୟ ଦେଇଛନ୍ତି । ସର୍ବୋଚ୍ଚ ଅଦାଲତ ୱାକଫ୍ ସଂଶୋଧନ ଆଇନ ୨୦୨୫ର ବୈଧତା ଉପରେ କୌଣସି ରାୟ ଦେଇନାହାଁନ୍ତି ଏବଂ ଆଇନକୁ ସ୍ଥଗିତ ରଖିବାକୁ ମନା କରିଛନ୍ତି । ଧାରା ୩୭୪ ଉପରେ ଲାଗିଛି କଟକଣା । ସୁପ୍ରିମକୋର୍ଟ କହିଛନ୍ତି ଜିଲ୍ଲାପାଳ ବିବାଦର ସମାଧାନ କରିପାରିବେ ନାହିଁ । ବଳବତ୍ତର ରହିବ ଆଇନ,କିଛି ପ୍ରାବଧାନରେ କଟକଣା । ସମ୍ପୂର୍ଣ୍ଣ ଆଇନ ଉପରେ କଟକଣା ଲଗାଇବାର […]
ନୂଆଦିଲ୍ଲୀ : ଆଜି ସୁପ୍ରିମକୋର୍ଟ ୱାକଫ୍ ସଂଶୋଧନ ଆଇନକୁ ନେଇ ବଡ଼ ରାୟ ଦେଇଛନ୍ତି । ସର୍ବୋଚ୍ଚ ଅଦାଲତ ୱାକଫ୍ ସଂଶୋଧନ ଆଇନ ୨୦୨୫ର ବୈଧତା ଉପରେ କୌଣସି ରାୟ ଦେଇନାହାଁନ୍ତି ଏବଂ ଆଇନକୁ ସ୍ଥଗିତ ରଖିବାକୁ ମନା କରିଛନ୍ତି । ଧାରା ୩୭୪ ଉପରେ ଲାଗିଛି କଟକଣା । ସୁପ୍ରିମକୋର୍ଟ କହିଛନ୍ତି ଜିଲ୍ଲାପାଳ ବିବାଦର ସମାଧାନ କରିପାରିବେ ନାହିଁ । ବଳବତ୍ତର ରହିବ ଆଇନ,କିଛି ପ୍ରାବଧାନରେ କଟକଣା । ସମ୍ପୂର୍ଣ୍ଣ ଆଇନ ଉପରେ କଟକଣା ଲଗାଇବାର ଆବଶ୍ୟକତା ନାହିଁ । କିନ୍ତୁ ଏହାର ଧାରା ଗୁଡିକୁ ସ୍ଥଗିତ ରଖିବା ସମୟରେ କିଛି ସର୍ତ୍ତ ରଖିଛନ୍ତି । ୱାକଫ ଜମିକୁ ନେଇ ଟ୍ରିବ୍ୟୁନାଲ ନିଷ୍ପତ୍ତି ନେବ । ୱାକଫ ବୋର୍ଡର ସିଇଓ ଜଣେ ମୁସଲିମ ରହିବା ଆବଶ୍ୟକ । ସର୍ବୋଚ୍ଚ ଅଦାଲତ ଆଇନର ୨ଟି ଧାରା ଉପରେ ସ୍ଥଗିତ ରଖିଛନ୍ତି । ଏହାସହିତ ସର୍ତ୍ତାବଳୀ ସ୍ଥିର କରି ସେମାନଙ୍କର ଅନୁପାଳନ ସୁନିଶ୍ଚିତ କରିବାକୁ କହିଛନ୍ତି । ବିଶେଷ କରି ୫ବର୍ଷର ଆବଶ୍ୟକତାର ବ୍ୟବସ୍ଥାକୁ ନିଷିଦ୍ଧ କରିଛନ୍ତି । ଏହା ମଧ୍ୟ କୁହାଯାଇଛି ଯେ ୱାକଫ୍ ବୋର୍ଡରେ ରହିବେ ନାହିଁ ୩ରୁ ଅଧିକ ଅଣମୁସଲିମ୍ ।
ସୁପ୍ରିମକୋର୍ଟ ଆଇନକୁ ସ୍ଥଗିତ ରଖିବାକୁ ମନା କରି କହିଛନ୍ତି ଯେ ଯେକୌଣସି ଆଇନର ସାମ୍ବିଧାନିକ ସପକ୍ଷରେ ସର୍ବଦା ଏକ ଅନୁମାନ ଥାଏ । ଏବଂ କେବଳ ଅତି ବିରଳ ମାମଲାରେ ହସ୍ତକ୍ଷେପ କରାଯାଏ । ତେଣୁ ସୁପ୍ରିମକୋର୍ଟ ଆଇନକୁ ସ୍ଥଗିତ ରଖିପାରିବେ ନାହିଁ । ଗତ ମେ ୨୨ରେ ରାୟ ସଂରକ୍ଷିତ ରଖିଥିଲେ ସର୍ବୋଚ୍ଚ ଅଦାଲତ ।




