ବୁଲା କୁକୁର ହଟାଇବା ରାୟକୁ ସଂକ୍ଷରିତ ରଖିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ : ଦିଲ୍ଲୀ ଏନସିଆରରୁ ବୁଲା କୁକୁର ହଟିବା ପ୍ରସଙ୍ଗ । ଶୁଣାଣି କରି ରାୟ ସଂରକ୍ଷିତ ରଖିଛନ୍ତି ସୁପ୍ରିମକୋର୍ଟ । ସର୍ବୋଚ୍ଚ ନ୍ୟାୟାଳୟଙ୍କ ୩ ଜଣିଆ ଖଣ୍ଡପୀଠ ମାମଲାର ଶୁଣାଣି କରି ରାୟ ସଂରକ୍ଷିତ ରଖିଛନ୍ତି। ଗତକାଲି ବୁଲା କୁକୁରଙ୍କୁ ୮ ସପ୍ତାହ ମଧ୍ୟରେ ଆଶ୍ରୟସ୍ଥଳୀ ପଠାଇବାକୁ ଦେଇଥିଲେ ରାୟ । ବିଭିନ୍ନ ଆଡୁ ବିରୋଧ ପରେ ସୁପ୍ରିମକୋର୍ଟରେ ହୋଇଛି ପୁନଃ ଶୁଣାଣି । ରାସ୍ତାରୁ ବୁଲା କୁକୁରଙ୍କୁ ହଟାଇ ଆଶ୍ରୟସ୍ଥଳକୁ ପଠାଇବା ନେଇ ସୁପ୍ରିମକୋର୍ଟଙ୍କ […]

ବୁଲା କୁକୁର ହଟାଇବା ରାୟକୁ ସଂକ୍ଷରିତ ରଖିଲେ ସୁପ୍ରିମକୋର୍ଟ
Samaya Live Picture
Published On

ନୂଆଦିଲ୍ଲୀ : ଦିଲ୍ଲୀ ଏନସିଆରରୁ ବୁଲା କୁକୁର ହଟିବା ପ୍ରସଙ୍ଗ । ଶୁଣାଣି କରି ରାୟ ସଂରକ୍ଷିତ ରଖିଛନ୍ତି ସୁପ୍ରିମକୋର୍ଟ । ସର୍ବୋଚ୍ଚ ନ୍ୟାୟାଳୟଙ୍କ ୩ ଜଣିଆ ଖଣ୍ଡପୀଠ ମାମଲାର ଶୁଣାଣି କରି ରାୟ ସଂରକ୍ଷିତ ରଖିଛନ୍ତି। ଗତକାଲି ବୁଲା କୁକୁରଙ୍କୁ ୮ ସପ୍ତାହ ମଧ୍ୟରେ ଆଶ୍ରୟସ୍ଥଳୀ ପଠାଇବାକୁ ଦେଇଥିଲେ ରାୟ । ବିଭିନ୍ନ ଆଡୁ ବିରୋଧ ପରେ ସୁପ୍ରିମକୋର୍ଟରେ ହୋଇଛି ପୁନଃ ଶୁଣାଣି ।

ରାସ୍ତାରୁ ବୁଲା କୁକୁରଙ୍କୁ ହଟାଇ ଆଶ୍ରୟସ୍ଥଳକୁ ପଠାଇବା ନେଇ ସୁପ୍ରିମକୋର୍ଟଙ୍କ ନିର୍ଦେଶ ବିରୋଧରେ ଦେଶବ୍ୟାପୀ ପଶୁ ପ୍ରେମୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିଲା । ଏହା ବିରୋଧରେ ଦାୟର ହୋଇଥିବା ପିଟିସନର ଶୁଣାଣି ଗୁରୁବାର ସୁପ୍ରିମକୋର୍ଟରେ ହୋଇଛି।

ଶୁଣାଣି ସମୟରେ ଦିଲ୍ଲୀ ସରକାରଙ୍କ ତରଫରୁ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା କହିଥିଲେ ଯେ, କୁକୁରଙ୍କ ଆକ୍ରମଣରେ ପିଲାଙ୍କ ମୃତ୍ୟୁ ହେଉଛି। ବନ୍ଧ୍ୟାକରଣ କରାଗଲେ ବି କୁକୁର କାମୁଡ଼ା ଘଟଣା କମୁନାହିଁ। ଦେଶବ୍ୟାପୀ ଏଭଳି ଅନେକ ଘଟଣା ସାମ୍ନାକୁ ଆସୁଛି। ଆମେ କହିବାକୁ ଚାହୁଁଛୁ ଯେ, କେହି ପଶୁଙ୍କୁ ଘୃଣା କରନ୍ତି ନାହିଁ। କିନ୍ତୁ ସୁରକ୍ଷା ଜରୁରୀ।

Tags: