ରାଜ୍ୟସଭା ପାଇଁ ମନୋନୀତ ହେଲେ ସୁଧା ମୂର୍ତ୍ତି
ନୂଆଦିଲ୍ଲୀ : ରାଜ୍ୟସଭାକୁ ମନୋନୀତ ହେଲେ ବିଶିଷ୍ଟ ଉଦ୍ୟୋଗପତି ସମାଜସେବୀ ତଥା ଲେଖିକା ସୁଧା ମୂର୍ତ୍ତି । ଶୁକ୍ରବାର ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସୁଧା ମୂର୍ତ୍ତିଙ୍କୁ ରାଜ୍ୟସଭାକୁ ମନୋନୀତ କରିଛନ୍ତି। ଏନେଇ ନିଜ’ଏକ୍ସ’ହ୍ୟାଣ୍ଡଲରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୂଚନା ଦେବା ସହ ଶୁଭେଚ୍ଛା ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ଲେଖିଛନ୍ତି, ‘‘ମୁଁ ଖୁସି ଯେ ଭାରତର ରାଷ୍ଟ୍ରପତି ସୁଧା ମୂର୍ତ୍ତି ଜୀଙ୍କୁ ରାଜ୍ୟସଭାକୁ ମନୋନୀତ କରିଛନ୍ତି। ସୁଧା ଜୀଙ୍କର ସାମାଜିକ କାର୍ଯ୍ୟ,ପରୋପକାର ଓ ଶିକ୍ଷା […]
ନୂଆଦିଲ୍ଲୀ : ରାଜ୍ୟସଭାକୁ ମନୋନୀତ ହେଲେ ବିଶିଷ୍ଟ ଉଦ୍ୟୋଗପତି ସମାଜସେବୀ ତଥା ଲେଖିକା ସୁଧା ମୂର୍ତ୍ତି । ଶୁକ୍ରବାର ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସୁଧା ମୂର୍ତ୍ତିଙ୍କୁ ରାଜ୍ୟସଭାକୁ ମନୋନୀତ କରିଛନ୍ତି। ଏନେଇ ନିଜ’ଏକ୍ସ’ହ୍ୟାଣ୍ଡଲରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୂଚନା ଦେବା ସହ ଶୁଭେଚ୍ଛା ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ଲେଖିଛନ୍ତି, ‘‘ମୁଁ ଖୁସି ଯେ ଭାରତର ରାଷ୍ଟ୍ରପତି ସୁଧା ମୂର୍ତ୍ତି ଜୀଙ୍କୁ ରାଜ୍ୟସଭାକୁ ମନୋନୀତ କରିଛନ୍ତି। ସୁଧା ଜୀଙ୍କର ସାମାଜିକ କାର୍ଯ୍ୟ,ପରୋପକାର ଓ ଶିକ୍ଷା ସମେତ ବିଭିନ୍ନ କ୍ଷେତ୍ରରେ ଅତୁଳନୀୟ ଅବଦାନ ରହିଛି । ରାଜ୍ୟସଭାକୁ ତାଙ୍କ ମନୋନୟନ ‘ନାରୀ ଶକ୍ତି’ର ଏକ ଦୃଢ ପ୍ରମାଣ,ଯାହା ଦେଶର ଭାଗ୍ୟ ନିର୍ଦ୍ଧାରଣରେ ମହିଳାଙ୍କ ଶକ୍ତି ଏବଂ ଦକ୍ଷତାର ଏକ ଉଦାହରଣ ମଧ୍ୟ।’’
ସୁଧା ୧୯ ଅଗଷ୍ଟ ୧୯୫୦ ରେ ଶିଗାଓଁରେ ଜନ୍ମଗ୍ରହଣ କରିଥିଲେ। ୧୯୭୮ ରେ ଇନଫୋସିସ୍ ସହ-ପ୍ରତିଷ୍ଠାତା ନାରାୟଣ ମୁର୍ତ୍ତୀଙ୍କୁ ବିବାହ କରିଥିଲେ । ଇନଫୋସିସ୍ର ସହ-ପ୍ରତିଷ୍ଠାତା ସୁଧା ମୂର୍ତ୍ତି ବର୍ତ୍ତମାନ ‘ମୂର୍ତ୍ତି ଟ୍ରଷ୍ଟ’ର ଅଧ୍ୟକ୍ଷ ମଧ୍ୟ ଅଛନ୍ତି ଏବଂ ସେ ଅନେକ ପୁସ୍ତକ ରଚନା କରିଛନ୍ତି। ୭୩ ବର୍ଷୀୟା ସୁଧା ମୂର୍ତ୍ତିଙ୍କୁ ୨୦୦୬ରେ ପଦ୍ମଶ୍ରୀ ଓ ୨୦୨୩ରେ ପଦ୍ମ ଭୂଷଣରେ ସମ୍ମାନିତ କରାଯାଇଥିଲା। ତାଙ୍କର ଝିଅ ଅକ୍ଷତା ମୁର୍ତ୍ତୀ ବ୍ରିଟିଶ ପ୍ରଧାନମନ୍ତ୍ରୀ ଋଷି ସୁନକଙ୍କ ପତ୍ନୀ।




