ଫିଲିପାଇନ୍ସ ରେ ଭୟଙ୍କର ଭୂମିକମ୍ପ ,ସୁନାମି ଆଶଙ୍କା

ନୂଆଦିଲ୍ଲୀ : ଦକ୍ଷିଣ ଫିଲିପାଇନ୍ସ ମିଣ୍ଡାନାଓରେ ଭୟଙ୍କର ଭୂମିକମ୍ପ । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୭.୫ ଥିବା ପ୍ରକାଶ ପାଇଛି । ଭୂମିକମ୍ପର କେନ୍ଦ୍ର ପାଖାପାଖି ୨୦ କିଲୋମିଟର ଗଭୀର ସମୁଦ୍ରରେ ରହିଥିଲା । ମିଣ୍ଡାନାଓ ଅଞ୍ଚଳର ଡାଭାଓ ଓରିଏଣ୍ଟାଲର ମାନୟ ସହର ନିକଟବର୍ତ୍ତୀ ଜଳରେ ହୋଇଥିବା ଶକ୍ତିଶାଳୀ ଭୂମିକମ୍ପରୁ କ୍ଷୟକ୍ଷତି ଏବଂ ପରବର୍ତ୍ତୀ ଝଟକା ବିଷୟରେ ସତର୍କ କରାଇଥିଲା। ମିଣ୍ଡାନାଓ ଅଞ୍ଚଳ ଭୂମିକମ୍ପର ପ୍ରବଣ କ୍ଷେତ୍ର ବୋଲି କୁହାଯାଉଛି । ଭୂମିକମ୍ପର ଝଟକାରେ ଲୋକେ […]

ଫିଲିପାଇନ୍ସ ରେ ଭୟଙ୍କର ଭୂମିକମ୍ପ ,ସୁନାମି ଆଶଙ୍କା
Samaya Live Picture
Published On

ନୂଆଦିଲ୍ଲୀ : ଦକ୍ଷିଣ ଫିଲିପାଇନ୍ସ ମିଣ୍ଡାନାଓରେ ଭୟଙ୍କର ଭୂମିକମ୍ପ । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୭.୫ ଥିବା ପ୍ରକାଶ ପାଇଛି । ଭୂମିକମ୍ପର କେନ୍ଦ୍ର ପାଖାପାଖି ୨୦ କିଲୋମିଟର ଗଭୀର ସମୁଦ୍ରରେ ରହିଥିଲା । ମିଣ୍ଡାନାଓ ଅଞ୍ଚଳର ଡାଭାଓ ଓରିଏଣ୍ଟାଲର ମାନୟ ସହର ନିକଟବର୍ତ୍ତୀ ଜଳରେ ହୋଇଥିବା ଶକ୍ତିଶାଳୀ ଭୂମିକମ୍ପରୁ କ୍ଷୟକ୍ଷତି ଏବଂ ପରବର୍ତ୍ତୀ ଝଟକା ବିଷୟରେ ସତର୍କ କରାଇଥିଲା। ମିଣ୍ଡାନାଓ ଅଞ୍ଚଳ ଭୂମିକମ୍ପର ପ୍ରବଣ କ୍ଷେତ୍ର ବୋଲି କୁହାଯାଉଛି । ଭୂମିକମ୍ପର ଝଟକାରେ ଲୋକେ ଭୟଭୀତ ହୋଇ ଘରୁ ବାହାରି ଯାଇଥିଲେ । ତେବେ ଭୂକମ୍ପ ପରେ ଭୂକମ୍ପ ବିଜ୍ଞାନ ସଂସ୍ଥା ପକ୍ଷରୁ ସୁନାମୀ ଆଲର୍ଟ କରାଯାଇଛି । ସମୁଦ୍ର କୁଳରେ ରହୁଥିବା ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ଯିବାପାଇଁ ପରାମର୍ଶ ଦିଆଯାଇଛି । ପରବର୍ତ୍ତୀ ଝଟକା ପାଇଁ ପ୍ରସ୍ତୁତ ରହିବାକୁ ଅନୁରୋଧ କରିଛନ୍ତି ।

ଏହି ଭୂମିକମ୍ପର ମାତ୍ରା ଏତେ ତୀବ୍ର ଥିଲା ଯେ, ଅନେକ ଦେଶରେ ଏହାଯୋଗୁ ସୁନାମୀ ଆସିପାରେ ବୋଲି କୁହାଯାଉଛି । ଆମେରିକା ସୁନାମୀ ଚେତାବନୀ ପ୍ରଣାଳୀ ପକ୍ଷରୁ ସୂଚନା ମିଳିଛି ଯେ, ଭୂମିକମ୍ପର କେନ୍ଦ୍ରଠାରୁ ୩୦୦ କିଲୋମିଟର ମଧ୍ୟରେ ଭୟଙ୍କର ଲହଡି ଆସିବାର ସମ୍ଭାବନା ରହିଛି ।

ବର୍ତ୍ତମାନ ଯାଏଁ ଭୂମିକମ୍ପ ଯୋଗୁଁ କ୍ଷୟକ୍ଷତି କିମ୍ବା କୌଣସି ମୃତାହତର ରିପୋର୍ଟ ନାହିଁ ହସ୍ତଗତ ହୋଇନାହିଁ । ମାଣ୍ଡାନିଓ ଅଞ୍ଚଳର ଲୋକଙ୍କୁ ସ୍ଥାନାନ୍ତର ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଇଣ୍ଡୋନେସିଆର ବିଭିନ୍ନ ଅଞ୍ଚଳରେ ବି ସୁନାମୀ ଆଲର୍ଟ ଜାରି କରାଯାଇଛି।

Tags: