ଦିଲ୍ଲୀରେ ତୀବ୍ର ଭୂମିକମ୍ପ ଅନୂଭୂତ

ନୂଆଦିଲ୍ଲୀ : ଆଜି ମଧ୍ୟାହ୍ନ ୨.୩୦ରେ ଦିଲ୍ଲୀ-ଏନସିଆର ସମେତ ଆଖପାଖ ଅଞ୍ଚଳରେ ତୀବ୍ର ଭୂମିକମ୍ପ ଅନୁଭୂତ ହୋଇଛି I ଏହା କିଛି ସେକେଣ୍ଡ ପାଇଁ ଅନୁଭୂତ ହୋଇଥିଲା Iଭୂମିକମ୍ପର ପ୍ରକୋପ ଏତେ ତୀବ୍ର ଥିଲା ଯେ, ଦୋହଲିଗଲା ପୁରା ରାଜଧାନୀ ଦିଲ୍ଲୀ । ରିକ୍ଟର ସ୍କେଲରେ ଭୂମିକମ୍ପର ତୀବ୍ରତା ୫.୪ ରେକର୍ଡ ହୋଇଛି । ଭୂମିକମ୍ପ ଜଣ ପଡିବା ପରେ ଭୟରେ ଲୋକ ମାନେ ଘର ଓ ଅଫିସ ଛାଡ଼ି ବାହାରକୁ ଚାଲି ଆସିଥିଲେ। କିଛି ସେକେଣ୍ଡ […]

Samaya Live Picture
Published On

ନୂଆଦିଲ୍ଲୀ : ଆଜି ମଧ୍ୟାହ୍ନ ୨.୩୦ରେ ଦିଲ୍ଲୀ-ଏନସିଆର ସମେତ ଆଖପାଖ ଅଞ୍ଚଳରେ ତୀବ୍ର ଭୂମିକମ୍ପ ଅନୁଭୂତ ହୋଇଛି I ଏହା କିଛି ସେକେଣ୍ଡ ପାଇଁ ଅନୁଭୂତ ହୋଇଥିଲା Iଭୂମିକମ୍ପର ପ୍ରକୋପ ଏତେ ତୀବ୍ର ଥିଲା ଯେ, ଦୋହଲିଗଲା ପୁରା ରାଜଧାନୀ ଦିଲ୍ଲୀ । ରିକ୍ଟର ସ୍କେଲରେ ଭୂମିକମ୍ପର ତୀବ୍ରତା ୫.୪ ରେକର୍ଡ ହୋଇଛି । ଭୂମିକମ୍ପ ଜଣ ପଡିବା ପରେ ଭୟରେ ଲୋକ ମାନେ ଘର ଓ ଅଫିସ ଛାଡ଼ି ବାହାରକୁ ଚାଲି ଆସିଥିଲେ। କିଛି ସେକେଣ୍ଡ ପର୍ଯ୍ୟନ୍ତ ଏହି ଝଟକା ଅନୁଭବ ହୋଇଥିବା ବେଳେ କେତେକ ସ୍ଥାନରେ ଜିନିଷ ପତ୍ର ଦୋହଲିବା ମଧ୍ୟ ସିସିଟିଭ କ୍ୟାମେରାରେ କଏଦ ହୋଇଥିବା ଦେଖାଯାଇଛି। ଗୋଟିଏ କିମ୍ବା ୨ଟି ନୁହେଁ ବରଂ ଅନେକ ସ୍ଥାନରେ ଭୂକମ୍ପ ଝଟକା ଅନୁଭବ ହୋଇଛି। ସେହିଭଳି ଉତ୍ତରାଖଣ୍ଡର କେତେକ ସ୍ଥାନରେ , ଉତ୍ତରପ୍ରଦେଶର ରାମପୁରରେ ମଧ୍ୟ ଝଟକା ଅନୁଭବ ହୋଇଛି। ତେବେ ଏଥିରେ କେତେ କ୍ଷୟକ୍ଷତି ହୋଇଛି କି ନାହିଁ ତାହାର କୌଣସି ତଥ୍ୟ ସାମ୍ନାକୁ ଏବେ ସୁଦ୍ଧା ଆସିପାରି ନାହିଁ ।

ନ୍ୟାଶନାଲ ସେଣ୍ଟର ଫର ସେଇସମୋଲୋଜି(ଏନସିଏସ୍‌) କହିଛି ଯେ ଭୂମି ଠାରୁ ୧୦ କିଲୋମିଟର ଦୂର ନେପାଳରେ ଭୂକମ୍ପର କେନ୍ଦ୍ରସ୍ଥଳ ରହିଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୫.୮ ରେକର୍ଡ କରାଯାଇଛି। ନେପାଳରେ ସୃଷ୍ଟି ହୋଇଥିବା ଭୂକମ୍ପର ପ୍ରଭାବ ଦିଲ୍ଲୀ-ଏନସିଆର ସମେତ ଉତ୍ତର ଭାରତର କିଛି ସ୍ଥାନରେ ଅନୁଭବ ହୋଇଛି। ସ୍ଥାନୀୟ ସମୟ ୨.୨୮ରେ ନେପାଳରେ ଭୂକମ୍ପ ସୃଷ୍ଟି ହୋଇଥିଲା। ଏହା ପୂର୍ବରୁ ଜାନୁଆରୀ ୫ତାରିଖରେ ଦିଲ୍ଲୀ ଏନସିଆରରେ ଆଉ ଏକ ଭୂମିକମ୍ପ ଅନୁଭୂତ ହୋଇଥିଲା । ଜମ୍ମୁ-କାଶ୍ମୀରରେ ବି ଏହାର ପ୍ରଭାବ ଅନୁଭବ ହୋଇଥିଲା । ଜାନୁଆରୀ ୫ତାରିଖରେ ହୋଇଥିବା ଭୂମୀକମ୍ପର ତୀବ୍ରତା ଥିଲା ୫.୯ ।

Tags: