ଷ୍ଟକ ମାର୍କେଟ ,ଖସିଲା ଟାଟା ଷ୍ଟିଲ
ସପ୍ତାହ ର ଦ୍ଵିତୀୟ ଆର୍ଥିକ କାରବାର ଦିନରେ ଷ୍ଟକ ମାର୍କେଟ ସାମାନ୍ୟ ହ୍ରାସ ଘଟିଛି I .ଆଜି ସେନ୍ସେକ୍ସ ୩୭ .୭୦ ଅଙ୍କ ଅର୍ଥାତ ୦.୦୭ପ୍ରତିଶତ ହ୍ରାସ ସହିତ ୫୭ ,୧୦୭ .୫୨ ସ୍ତରରେ ବନ୍ଦ ହୋଇଛି। ଏଥି ସହିତ, ନିଫ୍ଟି ମଧ୍ୟ ୮ .୯୦ ପଏଣ୍ଟ ହ୍ରାସ ପାଇ ୧୭ ,୦୦୭ .୪୦ ସ୍ତରରେ ବନ୍ଦ ହୋଇଯାଇଛି I ଆଜି ସକାଳେ ବଜାରରେ ଖୁବ ଭଲ କାରବାର ହୋଇଥିବା ଦେଖିବାକୁ ମିଳିଥିଲା I ଆଜି ଗୋଟିଏ […]
ସପ୍ତାହ ର ଦ୍ଵିତୀୟ ଆର୍ଥିକ କାରବାର ଦିନରେ ଷ୍ଟକ ମାର୍କେଟ ସାମାନ୍ୟ ହ୍ରାସ ଘଟିଛି I .ଆଜି ସେନ୍ସେକ୍ସ ୩୭ .୭୦ ଅଙ୍କ ଅର୍ଥାତ ୦.୦୭ପ୍ରତିଶତ ହ୍ରାସ ସହିତ ୫୭ ,୧୦୭ .୫୨ ସ୍ତରରେ ବନ୍ଦ ହୋଇଛି। ଏଥି ସହିତ, ନିଫ୍ଟି ମଧ୍ୟ ୮ .୯୦ ପଏଣ୍ଟ ହ୍ରାସ ପାଇ ୧୭ ,୦୦୭ .୪୦ ସ୍ତରରେ ବନ୍ଦ ହୋଇଯାଇଛି I ଆଜି ସକାଳେ ବଜାରରେ ଖୁବ ଭଲ କାରବାର ହୋଇଥିବା ଦେଖିବାକୁ ମିଳିଥିଲା I ଆଜି ଗୋଟିଏ ଦିନର କାରବାର ପରେ ବଜାର ଲାଲ ସଂକେତ ସହ ବନ୍ଦ ହୋଇଛି ।
ଆଜିର ଶୀର୍ଷ ଲାଭକାରୀ ଷ୍ଟକ୍ ହେଉଛି ପାୱାର୍ ଗ୍ରୀଡ୍ I ଏହା ବ୍ୟତୀତ ଇଣ୍ଡିଗୋ ଇଣ୍ଡିଆ ବ୍ୟାଙ୍କ, ଡ. ରେଡ୍ଡୀ, ଏଚ୍.ସି.ଏଲ୍ ଟେକ୍, ନେଷ୍ଟଲେ ଇଣ୍ଡିଆ, ଏସିଆନ୍ ପେଣ୍ଟସ୍, ଇନଫୋସିସ୍, ୱିପ୍ରୋ, ଟିସିଏସ୍, ରିଲାଏନ୍ସ, ଭାରତୀ ଏୟାରଟେଲ୍, ଆଇଟିସି, ହଲ୍, ଅଲଟ୍ରା କେମିକାଲ୍, ଏନଟିପିସି, ବଜାଜ ଫାଇନାନ୍ସ, ଫିନ୍ସର୍ଭ ଏବଂ ଏମ୍ ଆଣ୍ଡ ଏମ୍ ର ସେୟାରଗୁଡିକ ଭଲ କ୍ରୟ ହୋଇଛି I
ସେହିଭଳି ହ୍ରାସ ହେଉଥିବା ଷ୍ଟକ୍ ତାଲିକାରେ ଟାଟା ଷ୍ଟିଲ୍ ପ୍ରଥମ ସ୍ଥାନ ଅଧିକାର କରିଛି I ଏଥିରେ ପ୍ରାୟ ଶତପ୍ରତିଶତ ହ୍ରାସ ଘଟିଛି। ଏହା ବ୍ୟତୀତ ଟାଇଟାନ, କୋଟାକ୍ ବ୍ୟାଙ୍କ, ଏସବିଆଇ, ଟେକ୍ ମହିନ୍ଦ୍ରା, HDFC, ଆଇସିଆଇସିଆଇ ବ୍ୟାଙ୍କ, ଏଚଡିଏଫସି ବ୍ୟାଙ୍କ, ମାରୁତି, ଏଲଟି, ଆକ୍ସିସ ବ୍ୟାଙ୍କ ଏବଂ ସନ୍ ଫାର୍ମାଙ୍କ ଷ୍ଟକ୍ ମଧ୍ୟ ହ୍ରାସ ସହିତ ବନ୍ଦ ହୋଇଯାଇଥିଲା।
ଅନ୍ୟପଟେ ସେକ୍ଟରାଲ୍ ଇଣ୍ଡେକ୍ସ ଉପରେ ନଜର ଦେଲେ ନିଫ୍ଟି ବ୍ୟାଙ୍କ, ଅଟୋ, ଆର୍ଥିକ ସେବା, ଧାତୁ, ପିଏସୟୁ ବ୍ୟାଙ୍କ, ଘରୋଇ ବ୍ୟାଙ୍କ, ରିଅଲିଟି ଏବଂ ଗ୍ରାହକ ସ୍ଥାୟୀ କ୍ଷେତ୍ରଗୁଡିକ ମଧ୍ୟ ହ୍ରାସ ସହିତ ବନ୍ଦ ହୋଇଯାଇଛି। ଏହା ବ୍ୟତୀତ ନିଫ୍ଟି ତୈଳଏବଂ ଗ୍ୟାସ, ସ୍ୱାସ୍ଥ୍ୟସେବା, ଏଫଏମସିଜି, ଆଇଟି ଏବଂ ମିଡିଆରେ ମଧ୍ୟ କ୍ରୟ କରୁଛି।
ସେପଟେ ଫେଡ଼ ରେଜର ନିଜର ସୁଧ ହାର ବୃଦ୍ଧି ପରେ ଆମେରିକାର ବଜାରରେ ମଧ୍ୟ ମାନ୍ଦା ଅବସ୍ଥା ଦେଖାଦେଇଛି I ସୋମବାର କ୍ରମାଗତ ପଞ୍ଚମ ଦିନ ପାଇଁ ଆମେରିକାର ବଜାର ହ୍ରାସ ପାଇଛି। ଡୋ ଜୋନ୍ସ ୩୩୦ ପଏଣ୍ଟ ହ୍ରାସ କରି ୨୯ ,୨୬୧ ପଏଣ୍ଟରେ ବନ୍ଦ ହୋଇଥିବାବେଳେ ନୈସଡ଼େକ ୬୫ ଅଙ୍କ ରୁ ଖସି ବନ୍ଦ ହୋଇଛି I




