ବର୍ଦ୍ଧମାନ ଷ୍ଟେସନରେ ଦଳାଚକଟା ହୋଇ ୧୨ ଆହତ
ବର୍ଦ୍ଧମାନ: ପଶ୍ଚିମବଙ୍ଗ ବର୍ଦ୍ଧମାନ ରେଳଷ୍ଟେସନରେ ରବିବାର ସନ୍ଧ୍ୟାରେ ଦଳାଚକଟା ହୋଇ ୧୨ ଜଣ ଆହତ ହୋଇଛନ୍ତି। ୪ ଓ ୫ ନଂ ପ୍ଲାଟଫର୍ମକୁ ଲାଗିଥିବା ସିଢ଼ିରେ ଦଳାଚକଟା ଘଟିଥିବା ଜଣାପଡ଼ିଛି। ପ୍ରତ୍ୟକ୍ଷଦର୍ଶୀଙ୍କ ସୂଚନାନୁଯାୟୀ ରବିବାର ସନ୍ଧ୍ୟାରେ ୪, ୫ ଏବଂ ୬ ନଂ ପ୍ଲାଟଫର୍ମରେ ଏକାସଙ୍ଗରେ ତିନିଟି ଟ୍ରେନ ଲାଗିଥିଲା। ଲୋକମାନେ ନିଜ ନିଜ ଟ୍ରେନ ଧରିବାକୁ ତରବରିଆ ଭାବେ ଯାଉଥିବାବେଳେ ସିଢ଼ିରେ ପ୍ରବଳ ଗହଳି ହୋଇ ଠେଲାପେଲା ହୋଇଥିଲା। ଭୟରେ କେତେକଜଣ ତଳେ ପଡ଼ିଯିବାରୁ ଦଳଚକଟା […]
ବର୍ଦ୍ଧମାନ: ପଶ୍ଚିମବଙ୍ଗ ବର୍ଦ୍ଧମାନ ରେଳଷ୍ଟେସନରେ ରବିବାର ସନ୍ଧ୍ୟାରେ ଦଳାଚକଟା ହୋଇ ୧୨ ଜଣ ଆହତ ହୋଇଛନ୍ତି। ୪ ଓ ୫ ନଂ ପ୍ଲାଟଫର୍ମକୁ ଲାଗିଥିବା ସିଢ଼ିରେ ଦଳାଚକଟା ଘଟିଥିବା ଜଣାପଡ଼ିଛି। ପ୍ରତ୍ୟକ୍ଷଦର୍ଶୀଙ୍କ ସୂଚନାନୁଯାୟୀ ରବିବାର ସନ୍ଧ୍ୟାରେ ୪, ୫ ଏବଂ ୬ ନଂ ପ୍ଲାଟଫର୍ମରେ ଏକାସଙ୍ଗରେ ତିନିଟି ଟ୍ରେନ ଲାଗିଥିଲା। ଲୋକମାନେ ନିଜ ନିଜ ଟ୍ରେନ ଧରିବାକୁ ତରବରିଆ ଭାବେ ଯାଉଥିବାବେଳେ ସିଢ଼ିରେ ପ୍ରବଳ ଗହଳି ହୋଇ ଠେଲାପେଲା ହୋଇଥିଲା। ଭୟରେ କେତେକଜଣ ତଳେ ପଡ଼ିଯିବାରୁ ଦଳଚକଟା ଘଟିଥିଲା। ସମସ୍ତ ଆହତଙ୍କୁ ବର୍ଦ୍ଧମାନ ମେଡିକାଲ କଲେଜରେ ଭର୍ତ୍ତି କରାଯାଇଛି। ରେଲୱେ ପକ୍ଷରୁ ଦଳାଚକଟା ଘଟଣାର ତଦନ୍ତ କରାଯାଉଛି।




